ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ଓ ଶ୍ରୀ ଜଗନ୍ନାଥ ସେବା ପ୍ରତିଷ୍ଠାନ ତରଫରୁ ରାଜ୍ୟ ସ୍ତରୀୟ କର୍ମଶାଳା

ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ଓ ଶ୍ରୀ ଜଗନ୍ନାଥ ସେବା ପ୍ରତିଷ୍ଠାନ ତରଫରୁ ରାଜ୍ୟ ସ୍ତରୀୟ କର୍ମଶାଳା 

ଭୁବନେଶ୍ବର : ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ଓ ଶ୍ରୀ ଜଗନ୍ନାଥ ସେବା ପ୍ରତିଷ୍ଠାନ ତରଫରୁ ରାଜ୍ୟ ସଂଗ୍ରହାଳୟ ସମ୍ମିଳନୀ କକ୍ଷରେ ରାଜ୍ୟ ସ୍ତରୀୟ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି | ଏଥିରେ ଓଡ଼ିଆ ଭାଷା,ସାହିତ୍ୟ,ସଂସ୍କୃତି,ଐତିହ୍ୟ ଓ ଓଡ଼ିଆ ଅସ୍ମିତା ଆଧାରିତ ଅନୁଷ୍ଠାନ ମାନଙ୍କୁ ନେଇ ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ ହୋଇଛି | କର୍ମଶାଳାରେ ସଭାପତିତ୍ୱ କରିଥିଲେ ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକ,ମୁଖ୍ୟ ଅତିଥିପୂର୍ବତନ ସାଂସଦ ଡ଼.ପ୍ରସନ୍ନ କୁମାର ପାଟଶାଣୀ, ବିଶିଷ୍ଟ ଅତିଥି ଭାବେ ପୂର୍ବତନ ଅର୍ଥ ମନ୍ତ୍ରୀ ଶ୍ରୀଯୁକ୍ତ ପଞ୍ଚାନନ କାନୁନଗୋ, ବରେଣ୍ୟ ଅତିଥି ଦେବିସାନ ରାୟ ମହାପାତ୍ର, ପୂର୍ବତନ ଜିଲ୍ଲାପାଳ ନିରଞ୍ଜନ ସାହୁ, ଏମ୍ସର ପୂର୍ବତନ ନିର୍ଦେଶକ ଅଶୋକ କୁମାର ମହାପାତ୍ର ଓ ରଶ୍ମିମୟୀ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗାଯୋଗ ଦେଇଥିଲେ । ମଞ୍ଚ ପରିଚାଳନା କରିଥିଲେ ବରିଷ୍ଠ ସାମ୍ବାଦିକ ସ୍ୱାଧୀନ କୁମାର ଦାଶ | ପ୍ରତିଷ୍ଠାତା ବଳରାମ ତରାଇ,ସହ ସମ୍ପାଦକ ବାଉରୀବନ୍ଧୁ ବେହେରା,ଉପଦେଷ୍ଟା ମଣ୍ଡଳୀ ପ୍ରଶାନ୍ତ କୁମାର କର,ଦିଲ୍ଲୀପ କର,ସଞ୍ଜୟ ବେଉରା,ରାଜଶ୍ରୀ ବିଶ୍ୱାଳ,ଦୀପକ ଶତପଥୀ,ବିରେନ ପାଢ଼ୀ,ମଙ୍ଗୁଳି ଦାସ,ମୁରଲୀଧର ଦଳବେହେରା,ଦେବାଶିଷ ସାହୁ, ବନ୍ଦିତା ବେହେରା ଓ ସସ୍ମିତା ତରାଇ ପ୍ରଭୃତି ୩୦ ରୁ ଅଧିକ ଭାଷା ପ୍ରେମୀ ଯୋଗାଯୋଗ ଦେଇଥିଲେ । ଓଡିଶାରେ ରାଜ୍ୟ ସ୍ତରୀୟ ସାରସ୍ୱତ କମିଟି ଗଠନ କରାଯିବା,ଓଡ଼ିଆ ଭାଷାର ବିକାଶ ଓ ଓଡ଼ିଆ ଅସ୍ମିତାର ବିକାଶ ପାଇଁ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟରେ ଓଡ଼ିଆ ଭାଷାର ପ୍ରଚଳନ ଓ ଓଡ଼ିଆ ଦସ୍ତଖତ ପ୍ରଚଳନ କରାଇବା ଉପରେ ଆଲୋଚନା ହେଇଥିଲା । ବରିଷ୍ଠ ଓ ଦୁସ୍ଥ ସାହିତ୍ୟିକ ମାନଙ୍କୁ ଭତ୍ତା ପ୍ରଦାନ,ଗ୍ରାମାଞ୍ଚଳରେ ଥିବା ଭାଗବତ ଟୁଙ୍ଗୀର ପୁନଃରୁଦ୍ଧାର କରିବା, ପ୍ରତ୍ୟେକ ରେଳ ଷ୍ଟେସନ ଓ ବସ ଷ୍ଟାଣ୍ଡକୁ ମହାପୁରୁଷଙ୍କ ନାମରେ ନାମିତ କରିବା,ପ୍ରତ୍ୟେକ ଗ୍ରାମରେ ପାଠାଗାର ସ୍ଥାପନ କରିବା, ଜଗନ୍ନାଥ ଚେତନାର ପ୍ରଚାର,୩୦ ଗୋଟି ଜିଲ୍ଲାରେ ପୁସ୍ତକ ମେଳା କରି ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ଓ ଓଡିଶା ସରକାରଙ୍କ ଦ୍ୱାରା ପାଠକ ସୃଷ୍ଟି କରିବା,ଓଡ଼ିଆ ଅସ୍ମିତା ପାଇଁ କାମ କରୁଥିବା ଅନୁଷ୍ଠାନ ମାନଙ୍କୁ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ପକ୍ଷରୁ ସହାୟତା ଯୋଗାଇ ଦେବା ଆଦି ଆଲୋଚନା କରାଯାଇଥିଲା ।

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ରାଇରଙ୍ଗପୁର ଷ୍ଟାଡ଼ିୟମରେ ୭୭ ତମ ଉପଖଣ୍ଡସ୍ଥରୀୟ ସ୍ବାଧୀନତା ଦିବସ ପାଳିତ

masiha

ବ୍ରହ୍ମପୁରରେ ଗଞ୍ଜାମ ଲକ୍ଷ୍ୟ ନିକେତନ ପ୍ରଶିକ୍ଷଣ କେନ୍ଦ୍ର ଉଦଘାଟିତ  ଆଜିଠାରୁ ଉତ୍ତୀର୍ଣ୍ଣ ୭୦ଜଣ ଆଶାୟୀ ପରୀକ୍ଷାର୍ଥୀଙ୍କ ପାଠ୍ୟକ୍ରମର ଶୁଭାରମ୍ଭ 

Sunil Chandra Nayak

ବାଣୀପୀଠ ମହୋତ୍ସବ ଉଦ୍‌ଯାପନ ସଭାରେ ଶାରଦାମଣି ସ୍ମୃତି ସମ୍ମାନ-୨୦୨୪ରେ ସମ୍ବର୍ଦ୍ଧିତ ହେଲେ ବାଲେଶ୍ବର କବୟିତ୍ରୀ ଜ୍ଯୋତ୍ସ୍ନାରାଣୀ ମହାନ୍ତି 

masiha

Leave a Comment

error: Content is protected !!