ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାଠପାଙ୍ଗରା ଗ୍ରାମରେ ତିନିଦିନ ବ୍ୟାପି ବିଶ୍ଵ ଶାନ୍ତି ଦେଵୀ ମହାଯଜ୍ଞ ମହା ଆଡ଼ମ୍ବରରେ ଅନୁଷ୍ଠିତ

କାଠପାଙ୍ଗରା ଗ୍ରାମରେ ତିନିଦିନ ବ୍ୟାପି ବିଶ୍ଵ ଶାନ୍ତି ଦେଵୀ ମହାଯଜ୍ଞ ମହା ଆଡ଼ମ୍ବରରେ ଅନୁଷ୍ଠିତ

କେନ୍ଦ୍ରାପଡ଼ା :-2.4.025 କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ଡେରା ପଞ୍ଚାୟତ କାଠ ପାଙ୍ଗରା ଗ୍ରାମରେ ଗତ ଵର୍ଷ ପରି ଚଳିତ ଵର୍ଷ ଗତ କାଲି ଠାରୁ ଆରମ୍ଭ ହୋଇଛି ବିଶ୍ଵ ଶାନ୍ତି ଦେଵୀ ମହା ଯଜ୍ଞ।ଗ୍ରାମର ମୁରଵୀ ସତ୍ୟାନନ୍ଦ ସାମଲ,ପିତାମ୍ବର ଵିଶ୍ବାଳ,ପୁରୁଷୋତ୍ତମ ବିଶ୍ବାଳ,ରଞ୍ଜନ ସାମଲ,ରତ୍ନାକର ଜେନା,ପ୍ରଫୁଲ୍ଲ ବିଶ୍ବାଳ ଓ ଗୋପିନାଥ ବିଶ୍ବାଳଙ୍କ ନେତୃତ୍ବରେ ଅନୁଷ୍ଠିତ ଏହି ଯଜ୍ଞ କାର୍ଯ୍ୟକ୍ରମ ୧ତାରିଖ ସୋମବାର ଠାରୁ ଆରମ୍ଭ ହୋଇ ୩ ତାରିଖ ଗୁରୁବାର ଦିନ ଉଦ୍ ଯାପନ ହେଵ।।ଏହି କାର୍ଯ୍ୟକ୍ରମର ପୂଜକ ରାଜ କିଶୋର ପାଣିଙ୍କ ନେତୃତ୍ଵରେ ପ୍ରଥମ ଦିନ ଅଙ୍କୁର ରୋପଣ କରାଯାଇ ଗତକାଲି ୧୦୮ ମହିଳାଙ୍କ ଦ୍ବାରା ପେଣ୍ଠରୁ କଳସାଧୀଵାସ କରି ପାଞ୍ଚ କିମି ଚାଲିଚାଲି ଯଜ୍ଞ ମଣ୍ଡପକୁ ଆଣିଥିଲେ।କର୍ତ୍ତା ଭାବେ ପ୍ରବୀର ସାମଲ ସସ୍ତ୍ରୀକ ପୂଜାରେ ଵସିଥିବା ବେଳେ ଗୁରୁପୂଜା,ସୂର୍ଯ୍ୟ ପୂଜା,ଗୋପୂଜା,ଚଣ୍ଡି ପାଠ ଓ ସହସ୍ର ଦେବା ଦେଵୀଙ୍କ ଆହୁତୀ ଯଜ୍ଞ ହୋଇଥିଲା।ଶେଷଦିନରେ ଗୀତା ପାଠ,ବିଷ୍ଣୁଙ୍କ ସହସ୍ର ନାମ ଓ ଶିବଙ୍କ ସହସ୍ର ନାମ ପାଠ ପରେ ପୂର୍ଣ୍ଣାହୂତ ହେବାର କାର୍ଯ୍ୟକ୍ରମ ଅଛି ଵୋଲି ଗ୍ରାମର ମୁରଵୀ ପ୍ରକାଶ କରିଛନ୍ତି।ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଶହସ୍ରାଧୀକ ଦର୍ଶକଙ୍କୁ ଦୈନୀକ ପ୍ରସାଦ ସେଵନର ଵ୍ୟବସ୍ଥା ଚାଲୁଛି।ଗ୍ରାମର ମା ବୁଢୀ ଜାଗୁଳାଇ ଯୁବକ ସଂଘର ହେମନ୍ତ,ସଚିଦା ନନ୍ଦ,ପ୍ରବୀର, କେଦାର,ମଳୟ,ଜିତେନ୍ଦ୍ର,ଅନନ୍ତ,ଅଲେଖ,ଉତ୍ତମ,ଵିଜୟ ପ୍ରମୁଖ କାର୍ଯ୍ୟ କ୍ରମରେ ସହଯୋଗ କରୁଛନ୍ତି।

କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ!

Related posts

ମିଳିତ ଭାବେ ଗଣେଷ ପୂଜା ଭଷାଣ ପାଇଁ ନିଷ୍ପତି

Sunil Chandra Nayak

ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ସଂକଳ୍ପ ଦିବସ 

masiha

ହାତୀଶାଳ ଘାଟିର ୧୦୦ ଫୁଟ୍ ଖାଇରେ ଖସିଲା ଟ୍ରକ୍, ଚାଳକ ଗୁରୁତର

Sunil Chandra Nayak

Leave a Comment

error: Content is protected !!