ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଯୋରଦାରେ ଏମଜିପିଏଲ ଆନୁକୁଲ୍ୟରେ ବ୍ଳକ ସ୍ତରୀୟ ” ଅନନ୍ଯା”‘କାର୍ଯ୍ଯକ୍ରମ

ଯୋରଦାରେ ଏମଜିପିଏଲ ଆନୁକୁଲ୍ୟରେ ବ୍ଳକ ସ୍ତରୀୟ ” ଅନନ୍ଯା”‘କାର୍ଯ୍ଯକ୍ରମ

   ମୟୂରଭଞ୍ଜ- ୯/୦୧ ( ମସିହା) ମୟୂରଭଞ୍ଜ ଜିଲ୍ଲାର ମହିଳା ମାନଙ୍କୁ ସଶକ୍ତିକରଣ ପାଇଁ ମୟୂରଭଞ୍ଜ ଗ୍ରାଣ୍ଡ ପ୍ରାଇଭେଟଲିମିଟେଡ( ଏମଜିପିଏଲ) ବହୁବିଧ କାର୍ଯ୍ୟକ୍ରମ ଦିର୍ଘ ୩ ବର୍ଷ ହେଲା ହାତକୁ ନେଇଛି । ଗ୍ରାମାଞ୍ଚଳର ମିଶନ ଶକ୍ତି ମହିଳା, ସ୍ବୟଂ ସହାୟିକା ଗୋଷ୍ଠୀ ଦ୍ଵାରା କାର୍ଯ୍ୟକ୍ରମ ହେଉଥିବା ବିଭିନ୍ନ ଉଦ୍ୟୋଗକୁ ପ୍ରୋତ୍ସାହିତ କରିବାପାଇଁ ପାଇଁ ଏମଜିପିଏଲ ତରଫରୁ ମୟୂରଭଞ୍ଜ ଜିଲ୍ଲାର କୁସୁମୀ ବ୍ଳକର ଯୋରଦା କଲ୍ୟାଣ ମଣ୍ଡପ ପରିସରରେ ସୋମବାର ଦିନ ‘ ଅନନ୍ଯା’ କାର୍ଯ୍ୟକ୍ରମ ଏମଜିପିଏଲର ପ୍ରକଳ୍ପ ମୁଖ୍ୟ ମଧୁସ୍ମିତା ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଏମଜିପିଏଲର ପ୍ରତିଷ୍ଠାତା ଶ୍ରୀ ଚିନ୍ମୟ ଦାସ,ପ୍ରଭାତ ଦାସ,କୁସୁମୀ ବ୍ଳକ ମହିଳା ଫେଡେରେସେନ ସଭାନେତ୍ରୀ ସୁକୁମତି ଟୁଡୁ,ବ୍ଳକ ଫେଡେରେସନ ସଂପାଦିକା ସଵିତା ଆଚାର୍ଯ୍ୟ ପ୍ରମୁଖ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି” ଅନନ୍ୟା” କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏସଜିପିଏଲର ମଧୁସ୍ମିତା କାର୍ଯ୍ୟକ୍ରମୟ ଉଦେଶ୍ୟ କହିଥିଲେ ।ସେ କହିଥିଲେ ଗ୍ରାମାଞ୍ଚଳର ବିଭିନ୍ନ ସଫଳ ଉଦ୍ବୋଗୀଙ୍କ ପ୍ରତିଭାକୁ ସମ୍ମାନ ଦେଇ ଉତ୍ସାହିତ କରିବା, ଆଗକୁ ବଢିବାପାଇଁ ପ୍ରୋତ୍ସାହିତ କରିବା, ସେମାନଙ୍କ ଉତ୍ପାଦିତ ଜିନିଷ ବାହାର ଦୁନିଆରେ ପ୍ରଦର୍ଶିତ କରିବା, ଉଦ୍ଯୋଗର ବିଭିନ୍ନ ଦିଗ ଉପରେ ଜ୍ଞାନ ହାସଲ କରିବା ଏହାର ଏକମାତ୍ର ଉଦ୍ଦେଶ୍ୟ ।ମହିଳା ସଭାନେତ୍ରୀ ସୁକୁମତି ଟୁଡୁ ମହିଳା ଆର୍ଥିକ ବିକାଶ ପାଇଁ ନବୀନ ସରକାର ପ୍ରତିଶ୍ରୁତି ବଦ୍ଧ ।ସମାଜର ଓ ପରିବାରର ପ୍ରଗତିରେ ମହିଳା ମାନଙ୍କ ତ୍ୟାଗ,ଭୂମିକା ଅନନ୍ୟ ଓ ଅବର୍ଣ୍ଣନୀୟ । ସେହିଭଳି ସବିତା ଆଚାର୍ଯ୍ୟ ମହିଳାମାନେ ମିଶନ ଶକ୍ତି ମାଧ୍ୟମରେ ବିଭିନ୍ନ କାର୍ଯ୍ୟକ୍ରମର ଉତ୍ତମ ତାଲିମ ତଥା ସବାଇ ଘାସ, ବାଉଁଶ,ଧୂପକାଠି,ବଢ଼ିପାମ୍ପଡ,ମିଲେଟ ଉତ୍ପାଦିତ ଖାଦ୍ୟ,ମାଛ , ଗୋଟ ବ୍ୟାଙ୍କ ଅଫ ଇଣ୍ଡିଆ ଦ୍ଵାରା ଛେଳିଚାଷ,ହସ୍ତତନ୍ତ ଭଳି ବିଭିନ୍ନ କ୍ଷେତ୍ରରେ ଗ୍ରାମୀଣ ମହିଳାମାନଙ୍କୁ ସଶକ୍ତିକରଣ କରିବା ପାଇଁ ଏମଜିପିଏଲ ସହଯୋଗର ହାତ ବଢ଼ାଇଛି ।ବିଶେଷତଃ ମହିଳା ଉଦ୍ୟୋଗୀ ମାନଙ୍କୁ ତାଲିମ,ହିସାବ ନିକାଶ ଏବଂ ଉତ୍ପାଦିତ ସାମଗ୍ରୀକୁ ବାହାର ବଜାରର ବିକ୍ରୟ କରାଇ ମହିଳାମାନଙ୍କୁ ଦୁଇ ପଇସା ଲାଭ କରାଇବା ପାଇଁ ସଦାସର୍ବଦା ଚେଷ୍ଟିତ । କିଛି ସଫଳ ମହିଳାମାନେ ସେମାନଙ୍କର ସଫଳତା, ଅଭିଜ୍ଞତା ବାଣ୍ଟିବା ସହ ଅନ୍ୟମାନଙ୍କୁ ଆଗକୁ ବଢିବା ପାଇଁ ପ୍ରେରଣା ଦେଇଥିଲେ ଏହି କାର୍ଯ୍ୟକ୍ରମରେ ୨୫ ରୁ ଉର୍ଦ୍ଧ୍ବ ସ୍ବୟଂ ସହାୟିକା ଗୋଷ୍ଠୀର ୩୦୦ ରୁ ଉର୍ଦ୍ଧ୍ବ ସଦସ୍ୟାମାନେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ସ୍ବୟଂ ସହାୟିକା ଗୋଷ୍ଠୀର ସଦସ୍ୟମାନେ ଝୁମର ନୃତ୍ୟ ପରିବେଷଣ କରିଥିଲେ । ଯୋଗ ଦେଇଥିବା ୨୫ ଟି ସ୍ବୟଂ ସହାୟିକା ଗୋଷ୍ଠୀକୁ ମୁଖ୍ୟ ଅତିଥି ଚିନ୍ମୟ ଦାସ ମାନପତ୍ର ଓ ଟ୍ରଫି ପ୍ରଦାନ ଦେଇ ସମ୍ବର୍ଦ୍ଧିତ କରିବା ସହ ଆଗାମୀ ଦିନରେ ସେମାନେ ଅଧିକରୁ ଅଧିକ ସଶକ୍ତ ହେବା ପାଇଁ ଉତ୍ସାହିତ କରିଥିଲେ । ମଂଚ ପରିଚାଳନାରେ ସ୍ବାତୀ ପାଢ଼ୀ ଏବଂ କାର୍ଯ୍ଯକ୍ରମ ପରିଚାଳନାରେ ଏମଜିପିଏଲର ପ୍ରଭାତ ଦାସ, କିରଣ ବେହେରା,ଶ୍ରୀତମ ମଣ୍ଡଳ ପ୍ରମୁଖ ସହଯୋଗ କରିଥିଲେ ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ୧୬୪ତମ ଜୟନ୍ତୀ ପାଳିତ 

Sunil Chandra Nayak

ବସ୍ ଧକ୍କା ରେ କଲେଜ ଛାତ୍ରୀ ଙ୍କ ମୃତ୍ୟୁ, ଜଣେ ଗୁରୁତର

Sunil Chandra Nayak

ପାଟଣାଗଡ ଯୁଗ୍ମ ଜନଶୁଣାଣୀ ଶିବିର ରେ ଜିଲ୍ଲାପାଲ ଶୁଣିଲେ ଲୋକଙ୍କ ଅଭିଯୋଗ 

masiha

Leave a Comment

error: Content is protected !!