ଭାରତ ବିକାଶ ପରିଷଦ,ଶହୀଦ ବାଜିରାଉତ ଶାଖା, ଢେଙ୍କାନାଳ ପକ୍ଷରୁ ଓଡ଼ିଶା ଦିବସ -୨୦୨୫ ପାଳିତ ଓ ନିର୍ବାଚନ ଅନୁଷ୍ଠିତ
ଢେଙ୍କାନାଳ: ତା.୦୨.୦୪.୨୦୨୫ ରିଖ : ସ୍ଥାନୀୟ ଢେଙ୍କାନାଳ ବସଷ୍ଟାଣ୍ଡସ୍ଥିତ ଭାରତ ବିକାଶ ପରିଷଦ,ଅସ୍ଥାୟୀ କାର୍ଯ୍ୟାଳୟ ଢେଙ୍କା ନୀଳୟମରେ ଭାରତ ବିକାଶ ପରିଷଦ,ଓଡ଼ିଶା ଶହୀଦ ବାଜିରାଉତ ଶାଖାର ସଭାପତି ପ୍ରାକ୍ତନ ପ୍ରାଧ୍ୟାପିକା ଡ.ସୁଚେତା ମିଶ୍ରଙ୍କ ସଭାପତିତ୍ବରେ,ସମ୍ପାଦକ ରାଜୀବ କୁମାର ମାହୁନ୍ତଙ୍କ ବଳିଷ୍ଟ ସଂଯୋଜନାରେ ଓଡ଼ିଶା ଦିବସ -୨୦୨୫ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ସଭାରେ ପୂର୍ବପ୍ରାନ୍ତ ପର୍ଯ୍ୟାବରଣ ଉପାଧ୍ୟକ୍ଷ ଇଂ.ବାବୁଚାନ୍ଦ ମହାଳିକ ମୁଖ୍ୟଅତିଥି ଭାବେ,ଶାଖାର ଉପଦେଷ୍ଟା ପୃଷ୍ଠପୋଷକ ତଥା ଢେଙ୍କାନାଳ ସାନ୍ଧ୍ୟ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ.ସମୀର କୁମାର ସାହୁ,ପ୍ରାନ୍ତ ଲେଖା ପରୀକ୍ଷକ ସୁଶାନ୍ତ ଖଟୁଆ,ଅଡିଟର ନିର୍ବାଚନ ପର୍ଯ୍ୟବେକ୍ଷକ ଭାବରେ ଯୋଗଦାନ କରିଥିଲେ। ମୁଖ୍ୟଅତିଥି ତଥା ପୂର୍ବପ୍ରାନ୍ତ ପର୍ଯ୍ୟାବରଣ ଉପାଧ୍ୟକ୍ଷ ଇଂ.ବାବୁଚାନ୍ଦ ମହାଳିକ ସ୍ଵତନ୍ତ୍ର ଉତ୍କଳ ପ୍ରଦେଶର ଗୌରବ ରକ୍ଷା ବିଶ୍ବର ଯୁବପିଢିମାନଙ୍କର ନୈତିକ କର୍ତ୍ତବ୍ୟ ଉପରେ ସ୍ଵକୀୟ ମତ ଉପସ୍ଥାପନ କରିଥିଲେ।ଏହି ଅବସରରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଆଜୀବନ ସଦସ୍ୟ ଆଡ୍ ଭୋକେଟ୍ ଦୀପକ ପ୍ରସାଦ ପଟ୍ଟନାୟକ,ସଂସ୍କାର ସଚିବ ତଥା ବିଶିଷ୍ଟ ଶିକ୍ଷାବିତ୍ ଡ.କବିତା ମହାନ୍ତି ଓ ଭାରତ ବିକାଶ ପରିଷଦ ମିଡ଼ିଆ ପ୍ରଭାରୀ ଡ଼ା.ଦେବୀ ପ୍ରସାଦ ମିଶ୍ର ପ୍ରମୁଖ ସ୍ଵୀୟ ବକ୍ତବ୍ୟରେ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଗରିମାମୟ ଇତିହାସ ଓ ଗୌରବମୟ ମୂହୁର୍ତ୍ତ ସମ୍ପର୍କିତ ବିରଳ ତଥ୍ୟ,ପୂର୍ଣ୍ଣାଙ୍ଗ ଓଡ଼ିଶା ପ୍ରଦେଶ ଗଠନ ଦିଗରେ ଓଡ଼ିଶାର ବରପୁତ୍ରମାନଙ୍କ ବଳିଦାନ ତଥା ଆନ୍ଦୋଳନ ଏବଂ ଆଜିର ଓଡ଼ିଶା ଦିବସର ଆହ୍ବାନ ସମ୍ପର୍କରେ ଦୃଢ଼ ଅଭିବ୍ୟକ୍ତି ପ୍ରଦାନ କରିଥିଲେ।ଓଡ଼ିଶା ଦିବସ ପାଳନର ଆବଶ୍ୟକତା,ଉଦ୍ଦେଶ୍ୟ, ଯଥାର୍ଥତା,ଆଭିମୁଖ୍ୟ ସମ୍ପର୍କରେ ସମ୍ୟକ ସୂଚନା ପ୍ରଦାନ କରିବା ସଙ୍ଗେ ସଙ୍ଗେ ଓଡ଼ିଆ ଭାଷାର ସୁରକ୍ଷା ହିଁ ଓଡ଼ିଶାର ଅସ୍ମିତା ରକ୍ଷାର ପ୍ରଥମ ସୋପାନ ବୋଲି ଦୃଢ଼ ମତପୋଷଣ କରି ସମସ୍ତେ ଏଥିପାଇଁ ସମ୍ମିଳିତ ଉଦ୍ୟମ ଜାରି ରଖିବାକୁ ଦୃଢ଼ ଆହ୍ୱାନ ଜଣାଇଥିଲେ ଏଵଂ ଓଡ଼ିଶା ଦିବସ,ଓଡ଼ିଆ ଭାଷା ସାଂପ୍ରତିକ ସ୍ଥିତି ଓ ଏହାର ସୁରକ୍ଷା ସମ୍ପର୍କରେ ସ୍ୱରଚିତ ତିନୋଟି ଓଡ଼ିଆ କବିତା ଆବୃତ୍ତି କରିଥିଲେ।ମଞ୍ଚାସୀନ ବିଶିଷ୍ଟ ବ୍ୟକ୍ତିବୃନ୍ଦଙ୍କ ମଧ୍ୟରେ ପୂର୍ବପ୍ରାନ୍ତ ପର୍ଯ୍ୟାବରଣ ଉପାଧ୍ୟକ୍ଷ ଇଂ.ବାବୁଚାନ୍ଦ ମହାଳିକ,ପ୍ରାନ୍ତ
ଲେଖା ପରୀକ୍ଷକ ସୁଶାନ୍ତ ଖଟୁଆ ଓ ଶାଖାର ଉପଦେଷ୍ଟା ପୃଷ୍ଠପୋଷକ ତଥା ଢେଙ୍କାନାଳ ସାନ୍ଧ୍ୟ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ.ସମୀର କୁମାର ସାହୁ ସ୍ଵୀୟ ବକ୍ତବ୍ୟରେ ଭାରତ ବିକାଶ ପରିଷଦର ଲକ୍ଷ୍ୟ,ଉଦ୍ଦେଶ୍ୟ ଆଭିମୁଖ୍ୟ ସହିତ ଏହାର ସଭ୍ୟା,ସଭ୍ୟ ମାନଙ୍କର ଦାୟିତ୍ଵ ଓ କର୍ତ୍ତବ୍ୟ ସମ୍ପର୍କରେ ସବିଶେଷ ସୂଚନା ପ୍ରଦାନ କରି ଆମେ ସମ୍ପର୍କ,ସହଯୋଗ,ସଂସ୍କାର,ସେବା ଓ ସମର୍ପଣର ମୂର୍ତ୍ତିମନ୍ତ ପ୍ରତୀକ ସାଜି,ସମ୍ମିଳିତ ଭାବରେ କାର୍ଯ୍ୟକରି ସମଗ୍ର ବିଶ୍ଵରେ ପରିବର୍ତ୍ତନର ସୂତ୍ରଧାର ସାଜିବାରେ ପ୍ରମୁଖ ଭୂମିକା ଗ୍ରହଣ କରିପାରିବା ବୋଲି ଦୃଢ଼ୋକ୍ତି ପ୍ରକାଶ କରିଥିଲେ।ସଭାର ଦ୍ଵିତୀୟ ପର୍ଯ୍ୟାୟରେ ସଂଗଠନର ନିୟମାନୁଯାୟୀ ୨୦୨୫-୨୬ ନିମନ୍ତେ ପ୍ରାନ୍ତ ଲେଖା ପରୀକ୍ଷକ ସୁଶାନ୍ତ ଖଟୁଆଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ନିର୍ବାଚନ ପ୍ରକ୍ରିୟା ସମ୍ପନ୍ନ ହୋଇଥିଲା। ଡ.ସୁଚେତା ମିଶ୍ର ସଭାପତି,ରାଜୀବ କୁମାର ମାହୁନ୍ତ,ସମ୍ପାଦକ ଓ ଆନନ୍ଦ ଚନ୍ଦ୍ର ଲେଙ୍କା କୋଷାଧ୍ୟକ୍ଷ ଭାବରେ ସର୍ବସମ୍ମତି କ୍ରମେ ପୁନର୍ବାର ନିର୍ବାଚିତ ହୋଇଥିଲେ।ନିର୍ବାଚିତ ସଦସ୍ୟା,ସଦସ୍ୟ ବୃନ୍ଦ ଶାଖାର ଅଭିବୃଦ୍ଧି ତଥା ସଙ୍ଗଠନର ବିକାଶ ନିମନ୍ତେ ସମସ୍ତ ସଦସ୍ୟା ଓ ସଦସ୍ୟ ମାନଙ୍କର ସାହାଯ୍ୟ,ସାହଚର୍ଯ୍ୟ କାମନା କରି ସେମାନଙ୍କ ଉପରେ ପୁନଃ ଆସ୍ଥା ପ୍ରକଟ କରିଥିବାରୁ କୃତଜ୍ଞତା ଜ୍ଞାପନ କରିଥିଲେ।ସେମାନେ ଆଗାମୀ ଦିନରେ ସାରା ବର୍ଷ ଅନେକ ଅନେକ ନୂତନ କାର୍ଯ୍ୟପନ୍ଥା ହାତକୁ ନେଇ ଭାରତ ବିକାଶ ପରିଷଦକୁ ଲୋକାଭିମୁଖୀ କରି ସର୍ବ ଜନାଦୃତ କରିବାପାଇଁ ଶପଥ ନେବା ସଙ୍ଗେ ସଙ୍ଗେ ନିଜ ନିଜର ଦାୟିତ୍ଵ ଓ କର୍ତ୍ତବ୍ୟ ସମ୍ପର୍କରେ ସ୍ଵୀୟ ଅଭିବ୍ୟକ୍ତି ପ୍ରଦାନ କରିଥିଲେ। ଭାରତ ବିକାଶ ପରିଷଦ,ଶହୀଦ ବାଜିରାଉତ ଶାଖାର ସଭାନେତ୍ରୀ ଡ.ସୁଚେତା ମିଶ୍ର ସ୍ଵୀୟ ସଭାପତିଙ୍କ ଅଭିଭାଷଣରେ ଓଡ଼ିଶା ଦିବସ -୨୦୨୫ ତାତ୍ପର୍ଯ୍ୟ ସହ ଉତ୍କଳର ଆଧ୍ୟାତ୍ମିକ, ପୌରାଣିକ,ପ୍ରାକୃତିକ ସମ୍ପର୍କ ଓ ସାଂପ୍ରତିକ ପରିସ୍ଥିତିରେ ଓଡ଼ିଆ ଭାଷାର ପ୍ରାସଙ୍ଗିକତା ସମ୍ପର୍କରେ ସବିଶେଷ ବର୍ଣ୍ଣନା କରିଥିଲେ କରିବା ସଂଗେସଂଗେ ଓଡ଼ିଶାର ପ୍ରତ୍ୟେକ ବ୍ୟକ୍ତି ଓଡ଼ିଆ ଅସ୍ମିତାକୁ ନେଇ ଗର୍ବ କରିବା ଆବଶ୍ୟକ ବୋଲି ଦୃଢ଼ ମତପୋଷଣ କରିଥିଲେ।ପରିଶେଷରେ କୋଷାଧ୍ୟକ୍ଷ ଆନନ୍ଦ ଚନ୍ଦ୍ର ଲେଙ୍କା ଧନ୍ୟବାଦ ଅର୍ପଣ କରିଥିଲେ। ସମ୍ପାଦକ ରାଜୀବ କୁମାର ମାହୁନ୍ତଙ୍କ ବଳିଷ୍ଟ ସଂଯୋଜନାରେ ସଭାକାର୍ଯ୍ୟ ସୁଚାରୁରୂପେ ସଂଚାଳିତ ହୋଇଥିଲା।ସଭା ପ୍ରାରମ୍ଭରେ ଭାରତମାତା,ସ୍ବାମୀ ବିବେକାନନ୍ଦ ଓ ସର୍ବ କନିଷ୍ଠ ଶହୀଦ ବାଜିରାଉତଙ୍କ ଫଟୋ ଚିତ୍ରରେ ପ୍ରଦୀପ ପ୍ରଜ୍ବଳନ, ପୁଷ୍ପ,ଧୂପ ଅର୍ପଣ କରାଯାଇ ବନ୍ଦେ ମାତରମ୍ ଗାନ କରାଯାଇ ଥିଲା।ଭାରତ ବିକାଶ ପରିଷଦ ଶହୀଦ ବାଜିରାଉତ ଶାଖା, ଢେଙ୍କାନାଳର ସଂଗଠନ ସମ୍ପାଦକ ଅନିଲ ରାଉତ,କୋଷାଧ୍ୟକ୍ଷ ଆନନ୍ଦ ଚନ୍ଦ୍ର ଲେଙ୍କା,ସରସ୍ବତୀ ଶିଶୁ ମନ୍ଦିରର ପ୍ରାକ୍ତନ ପ୍ରଧାନ ଆଚାର୍ଯ୍ୟା ତଥା ଶାଖାର ଉପାଧ୍ୟାକ୍ଷା ଉଷାରାଣି ଦାସ,ସଂସ୍କାର ସଚିବ ଡ.କବିତା ମହାନ୍ତି,ପ୍ରଜ୍ଞା ବଳ,ମୋନାଲିସା ମାହୁନ୍ତ, ସମୀର ପରିଡା,ସୁଶ୍ରୀ ଶୈଳବାଳା ମିଶ୍ର,ସୂର୍ଯ୍ୟକାନ୍ତ ନାୟକ, ମାନସ ମହାପାତ୍ର,ନବଦୀପ ନାୟକ,ଅନ୍ତର୍ଯ୍ୟାମୀ ବେହେରା, ମନୋଜ କୁମାର ଦାସ,ରତିକାନ୍ତ ବେହେରା,ପ୍ରଜତ୍ନ କୁମାର ସାହୁ ପ୍ରମୁଖ ସମସ୍ତ ସଦସ୍ୟା,ସଦସ୍ୟଙ୍କ ସହଯୋଗରେ କାର୍ଯ୍ୟକ୍ରମର ସଫଳ ରୂପାୟନ ସମ୍ଭବ ହୋଇପାରିଥିଲା।ସର୍ବଶେଷରେ ସମୂହ ଜାତୀୟ ସଂଗୀତଗାନ ପରେ ସଭାନେତ୍ରୀଙ୍କ ନିର୍ଦ୍ଦେଶରେ ସଭାକାର୍ଯ୍ୟର ପରିସମାପ୍ତି ହୋଇଥିଲ।
ଡ଼ା.ଦେବୀ ପ୍ରସାଦ ମିଶ୍ ଙ୍କ ରିପୋର୍ଟ୍

