ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

କଲେଗାଁ ମା ଠାକୁରାଣୀ ମନ୍ଦିର ପ୍ରତିଷ୍ଠା ଉତ୍ସବ ଆରମ୍ଭ

କଲେଗାଁ ମା ଠାକୁରାଣୀ ମନ୍ଦିର ପ୍ରତିଷ୍ଠା ଉତ୍ସବ ଆରମ୍ଭ 

ନବରଙ୍ଗପୁର:(ତା୨/୪)(ରବିନାରାୟଣମହାନ୍ତି)-ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ କୁଟ୍ରିଛାପର ପଂଚାୟତ ଅଧିନସ୍ଥ କଲେଗାଁ ଗ୍ରାମର ମା ଠାକୁରାଣୀଙ୍କ ଭବ୍ୟ ମନ୍ଦିରର ନିର୍ମାଣ କାର୍ଯ୍ୟ ଶେଷ ହୋଇଯିବା ପରେ ଆଜିଠାରୁ ପ୍ରତିଷ୍ଠା ଉତ୍ସବ ଆରମ୍ଭ ହୋଇଯାଇଛି |ଉକ୍ତ ପ୍ରତିଷ୍ଠା ଉତ୍ସବ ତିନି ଦିନ ଧରି ଚାଲିବାକୁ ଥିବା ବେଳେ ଆଜି ଅଦ୍ୟ ଦିବସରେ କଳସଯାତ୍ରା, ବତୀ ଅର୍ପଣ ଓ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ରହିଥିଲା |ପ୍ରଥମେ ଗ୍ରାମ ତଥା ଅଂଚଳର ଦେବାଦେବୀ ନିଜ ନିଜ ପ୍ରତୀକ ଲାଠି, ପାଲିଙ୍କି, ସିରା,ପୂଜାରୀ, ଗାଣ୍ଡା, ଚଲାନ ଏବଂ ରଇତଙ୍କୁ ସାଙ୍ଗରେ ଧରି ଗ୍ରାମ ପରିକ୍ରମା କରିବା ପରେ ସମସ୍ତେ ଏକ ବିଶାଳ ପଟୁଆରରେ ମନ୍ଦିର ପରିସରରେ ପହଂଚିଥିଲେ ପରେ କଳସଯାତ୍ରା, ବତୀ ଅର୍ପଣ ଓ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ସବୁ ଅନୁଷ୍ଠିତ ହୋଇଥିଲା |ତିନି ଦିନ ଧରି ଚାଲିବାକୁ ଥିବା ଏହି ପ୍ରତିଷ୍ଠା ଉତ୍ସବର ପ୍ରଥମ ରାତ୍ରିରେ ଅଖଣ୍ଡବତୀ ପ୍ରଜ୍ବଳନ, ବ୍ରହ୍ମଧୁନୀ ସ୍ଥାପନ ସାଙ୍ଗକୁ ଅହୋରାତ୍ର ନାମ ଭଜନ କରାଯିବା ନେଇ କମିଟି ପକ୍ଷରୁ ସୂଚନା ମିଳିଛି |ସେହିଭଳି ଅନ୍ୟ ଦିନ ମାନଙ୍କରେ ବାଲ୍ୟଲୀଳା ଅର୍ପଣ, ପ୍ରସାଦ ସେବନ, ଦେବୀ ପୂଜା, ଅନ୍ନଭୋଗ ଭଳି ଅନେକ କାର୍ଯ୍ୟକ୍ରମ ରହିଛି |ଗୁରୁବାର ଓ ଶୁକ୍ରବାର ଦିନ ମନୋରଞ୍ଜନ କାର୍ଯ୍ୟକ୍ରମ ରହିଥିବା କମିଟି ପକ୍ଷରୁ ସୂଚନା ମିଳିଛି |ବରେଣ୍ୟ ସାଧୁ ସନ୍ଥ ମାନଙ୍କ ମଧ୍ୟରେ ବ୍ରହ୍ମ ଅବଧୂତ ଇନ୍ଦ୍ରମଣି ବାବା, ବ୍ରହ୍ମ ଅବଧୂତ ଡମ୍ବରୁ ଧର ବାବା, ବ୍ରହ୍ମ ଅବଧୂତ ରାମଚନ୍ଦ୍ର ବାବା, ସାଧୁ ପ୍ରକାଶ ଦାସ, ଯଦୁ ଦାସ, ରୁଷିକେଶ ଦାସ,ଡମୁ ଦାସ , ଭରତ ଦାସ, ଗଜାନନ ଦାସ,ନର୍ସିଂ ଦାସ,ଗୁପ୍ତ ବୈରାଗୀ,ଲଖି ବୈରାଗୀ, ପିଙ୍କୁ ବୈରାଗୀ, ଗିରିଧର ବୈରାଗୀ, ଭିକାରୀ ବୈରାଗୀ ପ୍ରମୁଖ ଉପସ୍ଥିତ ରହିଥିବା ଅଖଣ୍ଡବତୀ ପ୍ରଜ୍ବଳନ ଓ ବ୍ରହ୍ମଧୁନୀ ସ୍ଥାପନ ତଥା ଯଜ୍ଞକାର୍ଯ୍ୟ ସମ୍ଭାଳିଥିବା ବେଳେ ପ୍ରଫୁଲ୍ଲ ଗାଉଟିଆ, ଅର୍ଜୁନ ଗାଉଟିଆ, କର୍ଣ୍ଣ ଗାଉଟିଆ, ଘନ ପୂଜାରୀ, ବନମାଳୀ ପୂଜାରୀ, ପ୍ରଲ୍ଲାଦ ଗାଣ୍ଡା ପ୍ରମୁଖ ଦେବାଦେବୀଙ୍କ ପୂଜାର୍ଚନା କାର୍ଯ୍ୟ ସମ୍ଭାଳିଛନ୍ତି |ଠିକ ସେହିପରି କଲେଗାଁ ମା ଠାକୁରାଣୀ ପରିଚାଳନା ସଦସ୍ୟ ମାନଙ୍କ ମଧ୍ୟରେ ନିରାକାର ଗଣ୍ଡ, କମଳୁ ବାଘ, ମାଧବ ଗଣ୍ଡ, ବିକାଶ ଗଣ୍ଡ, ତ୍ରିନାଥ ଧୂରୁଆ, ଯୁଧିଆ ମାଝୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମର ସୁପରିଚାଳନା କରୁଛନ୍ତି |ଦର୍ଶନ କରିବାକୁ ଆସୁଥିବା ସମସ୍ତ ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କ ପାଇଁ ପରିଚାଳନା କମିଟି ତଥା ଗ୍ରାମବାସୀଙ୍କ ପକ୍ଷରୁ ଭୋଗ ଓ ପାନୀୟଜଳ ମଧ୍ୟ ବ୍ୟବସ୍ଥା କରାଯାଇଛି |

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଧର୍ମଗଡ ଠାରେ ଶ୍ରୀ ଆଶୀର୍ବାଦ ଜୀ ମହାରାଜଙ୍କ  ଶ୍ରୀରାମ ଚରିତ ମାନସ କଥାମୃତ ର ଦିବ୍ୟ ପ୍ରବଚନ କାର୍ଯ୍ୟକ୍ରମ

masiha

ଚିଙ୍ଗୁଡିଖୋଲ ଠାରେ ନନ୍ଦୋତ୍ସବ ପାଳିତ 

masiha

ଦୁଇଟି ପଞ୍ଚାୟତର ଗୋଟିଏ ଅନୁଷ୍ଠାନ 85 ତମ ଅଷ୍ଟମପ୍ରହରୀ ନାମଯଜ୍ଞ ସଂକୀର୍ତ୍ତନ!

Sunil Chandra Nayak

Leave a Comment

error: Content is protected !!