ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏଭରଗ୍ରୀନ ମେଲୋଡି ତରଫରୁ ସଂଗୀତ ଭିତ୍ତିକ କାର୍ଯ୍ୟକ୍ରମ 

ଏଭରଗ୍ରୀନ ମେଲୋଡି ତରଫରୁ ସଂଗୀତ ଭିତ୍ତିକ କାର୍ଯ୍ୟକ୍ରମ 

 ରାଉରକେଲା: ଏଭରଗ୍ରୀନ ମେଲୋଡି ତରଫରୁ ସଂଗୀତ ଭିତ୍ତିକ କାର୍ଯ୍ୟକ୍ରମ ଚିତ୍ରହାର ରାଉରକେଲା କ୍ଲବ୍ ଠାରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ମୁଖ୍ୟ ସ୍ନେହଲତା ଗନ୍ତାଘରିଆ ଙ୍କ ଆବାହକତ୍ଵ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରଘୁନାଥପାଲି ବିଧାୟକ ଦୁର୍ଗାଚରଣ ତନ୍ତୀ ମୁଖ୍ୟଅତିଥି ଓ ସମ୍ମାନିତ ଅତିଥି ଭାବେ ଅଶୋକ କକ୍କଡ,କମଲ ଅଗ୍ରୱାଲ, ସୁନିଲ କାୟଲ, ଜିତେନ୍ଦ୍ର ପ୍ରସାଦ,ଅଞ୍ଜୁ କକ୍କଡ, ଅନିତା ଅଗ୍ରୱାଲ, ବନ୍ଦିତା ମାହାତୋ, ରାହୁଲ ମହାନ୍ତି,ରଞ୍ଜୁ ମହାନ୍ତି, ପୂର୍ଣ୍ଣିମା ମହାନ୍ତି,ଝୁନୁ ନାୟକ ପ୍ରମୁଖ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମ କୁ ପ୍ରଶଂସା କରିବା ସହ ପୁରୁଣା ସୁମଧୁର ସଂଗୀତର ପ୍ରଚାର ପ୍ରସାର ଓ ନୂତନ କଳାକାରଙ୍କୁ ପ୍ରୋତ୍ସାହନ ଦେବାରେ ଅନୁଷ୍ଠାନର ପ୍ରତିବଦ୍ଧତା କୁ ପ୍ରଶଂସା କରିଥିଲେ। ଫିରୋଜ ଖାନ୍ ଙ୍କ ସଂଯୋଜନାରେ ଆୟୋଜିତ ଏହି ଚିତ୍ରହାର କାର୍ଯ୍ୟକ୍ରମରେ ପୁରୁଣା ଶ୍ରୃତି ମଧୁର ସଂଗୀତ ଗୁଡ଼ିକୁ ସ୍ନେହଲତା ପାତ୍ର, ସତ୍ୟବ୍ରତ ମିଶ୍ର, ପ୍ରାଞ୍ଜଳୀ ନାଗ,କଲିମ ଖାନ୍ କେକେ,ରୀନା କଦମୱଲା,ହିମାନୀ ମହାପାତ୍ର,ଲୀନା ସେନାପତି,ଏଲି, ଅବିନାଶ,ଗ୍ୟାସୁଉଦ୍ଦିନ ପ୍ରମୁଖ ଗାୟନ କରି ଶ୍ରୋତା ମାନଙ୍କୁ ମନ୍ତ୍ରମୁଗ୍ଧ କରି ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ସଂଗୀତ ପ୍ରେମୀ ଯୋଗଦେଇ ଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଝରିଗାଁ ଠାରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ

masiha

ଚର୍ଚ୍ଚାର ଶୀର୍ଷରେ ଆଞ୍ଚଳିକ ବିକାଶ ପରିଷଦ 

masiha

ଗରିମା ପରିବାରର ରଜ ରାଜକୁମାରୀ ଆୟୋଜିତ,  ସ୍ବୟଂପ୍ରଭା ରାଉତ ସିଜିନ ୩ ର ରଜ ରାଜକୁମାରୀ, ପ୍ରଥମ ରନର୍ସ ଅପ୍ ପାୟଲ ସାମଲ

masiha

Leave a Comment

error: Content is protected !!