ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅସହଯୋଗ ଆନ୍ଦୋଳନ ଓ ତହିଁରେ ଓଡ଼ିଶା ର ଭୂମିକା ଆଲୋଚନାଚକ୍ର 

ଅସହଯୋଗ ଆନ୍ଦୋଳନ ଓ ତହିଁରେ ଓଡ଼ିଶା ର ଭୂମିକା ଆଲୋଚନାଚକ୍ର 

ରାଉରକେଲା: ରାଉରକେଲା ମହାବିଦ୍ୟାଳୟ ରାଉରକେଲାର ଇତିହାସ ବିଭାଗ ଆନୁକୂଲ୍ୟରେ “ଅସହଯୋଗ ଆନ୍ଦୋଳନ ଓ ତହିଁରେ ଓଡ଼ିଶାର ଭୂମିକା” ଶୀର୍ଷକ ଏକ ବିଭାଗୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ରବିନ୍ଦ୍ର କୁମାର ଜେନାଙ୍କ କରକମଳରେ ଆଲୋଚନା ଚକ୍ର ଉଦଘାଟିତ ହୋଇଥିଲା । ଛାତ୍ର ବିରଞ୍ଚି ବାରିକ୍ ଓ ସାଥୀ ସ୍ଵାଗତ ସଙ୍ଗୀତ ପରିବେଷଣ କରିଥିଲେ। ଏଥିରେ ମୁଖ୍ୟବକ୍ତା ଭାବେ ଇତିହାସ ବିଭାଗର ପୂର୍ବତନ ମୁଖ୍ୟ ତଥା ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷା ସୁଜାତା ପ୍ରଧାନ ଯୋଗ ଦେଇ ଆଲୋଚ୍ୟ ବିଷୟବସ୍ତୁ ଉପରେ ସବିଶେଷ ଆଲୋଚନା କରିଥିଲେ । ପରେ ଅଧ୍ୟକ୍ଷ ଶ୍ରୀ ଜେନା ଆଲୋଚନା ବିଷୟ ଉପରେ ନିଜର ସାରଗର୍ଭକ ବକ୍ତବ୍ୟ ଦେଇ ଶ୍ରୋତାଙ୍କୁ ସ୍ତମ୍ଭୀଭୂତ କରିଥିଲେ । ଇତିହାସ ବିଭାଗର ବର୍ତ୍ତମାନ ମୁଖ୍ୟ ତରଣୀ ନାୟକ ବିଷୟର ଗାମ୍ଭୀର୍ଯ୍ୟ ଓ ଆଜିର ଦିନରେ ଏହାର ଗୁରୁତ୍ଵ ଉପରେ ଟିପ୍ପଣୀ କରିଥିଲେ । କାର୍ଯ୍ୟକ୍ରମର ପରିଚାଳନା ଦାୟିତ୍ଵ ବିଭାଗର ଅନ୍ୟତମ   ସଦସ୍ୟ ସୁଶ୍ରୀ ଡ଼ଃ ଗୌରୀ ମାଝୀ ତୁଲାଇଥିଲେ । ପରିଶେଷରେ ବିଭାଗର ଅନ୍ୟତମ ଅଧ୍ୟାପିକା ସ୍ଵାତିସ୍ମିତା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଆଲୋଚନା ଚକ୍ରରେ ଯୁକ୍ତ ଦୁଇ ଶ୍ରେଣୀର ଇତିହାସ ଅଧ୍ୟାପିକା ନମିତା ଜେନା ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ବିଭାଗର ଚିନ୍ମୟ ଚିନ୍ତନ ଭୋଇ, ରାଜା ଖେସ୍ , ଅଭିଷେକ ସାହୁ, ଦେବସ୍ମୀତା ପଟ୍ଟନାୟକ, ପ୍ରିୟଙ୍କା ରାଉତ, ସଂଯୁକ୍ତା ସାବତ ଓ ଅନ୍ୟାନ୍ୟ ଛାତ୍ରଛାତ୍ରୀ ମାନେ ସହଯୋଗ କରିଥିଲେ । 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଚନ୍ଦାହାଣ୍ଡି,ଝରିଗାଁ ଠାରୁ ବ୍ରହ୍ମପୁରକୁ ଗଡିଲା ନୂଆ ବସ,ଜଗନ୍ନାଥ ଏକ୍ସପ୍ରେସ

masiha

ବିଭିନ୍ନ ଦାବି ନେଇ ମିଶନ ଶକ୍ତି ମହିଳାମାନଙ୍କ ଦ୍ୱାରା ଗୋଲାମୁଣ୍ଡା ବିଡ଼ିଓ ଙ୍କ ଉଦ୍ଦେଶ୍ୟ ରେ ଦାବିପତ୍ର ପ୍ରଦାନ

masiha

କୋଇଡ଼ା ବ୍ଲକରେ ଜାତୀୟ ପଂଚାୟତ ରାଜ ଦିବସ ମହାସମାରୋହରେ ପାଳିତ 

masiha

Leave a Comment

error: Content is protected !!