ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍ୱାମୀ ବିବେକାନନ୍ଦ ଶିକ୍ଷାକେନ୍ଦ୍ର, ସିଂଲାର ୨୧ ତମ ବାର୍ଷିକ ଉତ୍ସବ ପାଳିତ

ସ୍ୱାମୀ ବିବେକାନନ୍ଦ ଶିକ୍ଷାକେନ୍ଦ୍ର, ସିଂଲାର ୨୧ ତମ ବାର୍ଷିକ ଉତ୍ସବ ପାଳିତ

ବସ୍ତା, 04/02: ସିଂଲା ସ୍ତିତ ସ୍ୱାମୀ ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ୨୧ ତମ ବାର୍ଷିକ ଉତ୍ସବପାଳିତ ହୋଇଯାଇଛି । ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ମିଶ୍ର ଓ ଶ୍ରୀଯୁକ୍ତ ସୁଶାନ୍ତ କୁମାର ମିଶ୍ରଙ୍କ ପୌରାହିତ୍ୟରେ ମଞ୍ଚ ପ୍ରତିଷ୍ଠା ସହିତ ଛାତ୍ରଛାତ୍ରୀ ମାନେ ପଞ୍ଚୋପଚାରରେ ପିତୃମାତୃ ପୂଜନ କରି ପିତାମାତାଙ୍କୁ ଆଶୀର୍ବାଦ ଭିକ୍ଷା କରିଥିଲେ । ଏହାପରେ ବରିଷ୍ଠ ଶିକ୍ଷାବିତ ତଥା ବିଦ୍ୟାଳୟର ସ୍ଥାୟୀ ସଭାପତି ଶ୍ରୀଯୁକ୍ତ ମନୋରଞ୍ଜନ ଗିରିଙ୍କ ସଭାପତିତ୍ୱ ଏବଂ ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଜୟନ୍ତ କୁମାର ମିଶ୍ରଙ୍କ ବଳିଷ୍ଠ ସଂଯୋଜନାରେ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ଅନୁଷ୍ଠାନର ସହ ସମ୍ପାଦକ ଶ୍ରୀଯୁକ୍ତ ନିରଞ୍ଜନ ବେହେରାଙ୍କ ଅତିଥି ସମ୍ଭାଷଣ ସାଙ୍ଗକୁ ଯନ୍ତ୍ର ସଂଗୀତର ତାଳେତାଳେ ଅତିଥିମାନେ ମଂଚାସୀନ ହୋଇଥିଲେ । ଛାତ୍ରଛାତ୍ରୀଙ୍କ ଦ୍ୱରା ଅତିଥି ସମ୍ବର୍ଦ୍ଧନା ସହିତ ଛାତ୍ରୀ ଊର୍ମି ଉତ୍ପଳା ବିଶ୍ଵାଳ, ତନୁଶ୍ରୀ ନାୟକ, ଦେବସ୍ମିତା ଦାସ, ସ୍ଵୟଂ ସମ୍ପୂର୍ଣ୍ଣ। ବେହେରା, ଶୁଭଲକ୍ଷ୍ମୀ ଦଳାଇ, ଶୁଭଲକ୍ଷ୍ମୀ ଦାସ ଓ ପ୍ରିୟ ଦର୍ଶିନି ଦାସ ଙ୍କ ଦଳଗତ ଓଡିଶୀ ନୃତ୍ୟ ଉତ୍ସବର ଶୋଭା ବର୍ଦ୍ଧନ କରିଥିଲା । ଝାଡେଶ୍ୱର ଆବାସିକ ମହାବିଦ୍ୟାଳୟ, ବାଲେଶ୍ବର ର ପ୍ରାଧ୍ୟାପକ ଡ଼. ଅଜୟ କୁମାର ପଣ୍ଡା – ମୁଖ୍ୟ ଅତିଥି, ରାଜ୍ୟପାଳ ପୁରସ୍କୃତ ସଂସ୍କୃତି କଥାବାଚକ ଶ୍ରୀଯୁକ୍ତ ଗୋପାଳ ପ୍ରସାଦ ବେଜ – ମୁଖ୍ୟ ବକ୍ତା, ସାରସ୍ଵତ ମହାବିଦ୍ୟାଳୟ, ଅନନ୍ତପୁର ର ପ୍ରାକ୍ତନ ଅଧ୍ୟକ୍ଷ ଶ୍ରୀଯୁକ୍ତ ଭାଗିରଥି ମହାନ୍ତି – ବିଶିଷ୍ଟ ଅତିଥି, ପ୍ରାକ୍ତନ ଶିକ୍ଷାବିତ୍ ଶ୍ରୀଯୁକ୍ତ ଶରତ ଚନ୍ଦ୍ର ଜେନା – ବରେଣ୍ୟ ଅତିଥି ଭାବେ ଯୋଗ ଦେଇ ଶିକ୍ଷା, ସଂସ୍କାର ଓ ସମର୍ପଣର ପରିଭାଷା ବାବଦରେ ନିଜନିଜର ବକ୍ତବ୍ୟ ରଖି ଏକ ସୁସ୍ଥ ଓ ସଂସ୍କାରିତ ସମାଜ ଗଠନରେ ସ୍ବାମୀ ବିବେକାନନ୍ଦ ଶିକ୍ଷାକେନ୍ଦ୍ର, ସିଂଲା ର ଭୂମିକା ବାବଦରେ ଆଲୋକପାତ କରିଥିଲେ । ମଞ୍ଚରେ ବିଭିନ୍ନ କ୍ଷେତ୍ରରେ ସଫଳତା ଅର୍ଜନ କରିଥିବା ପ୍ରତିଭାଧର ମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଶ୍ରୀଯୁକ୍ତ ଜୟନ୍ତ କୁମାର ମିଶ୍ରଙ୍କ ପୃଷ୍ଠ ପୋଷକତ୍ୱ ରେ କଟକର ଓଡ଼ିଆ ଆଲବମ କଳାକାର ଶ୍ରୀମାନ ଜିତୁ ସାମଲ, ଶ୍ରୀମାନ ସୁରେନ୍ଦ୍ର ପାତ୍ର ଓ ସୁଶ୍ରୀ ଭାଗ୍ୟଶ୍ରୀ ଆଇଚ ଙ୍କ ମୂଲ୍ୟାୟନ ଦ୍ୱାରା ନୃତ୍ୟ ଶିଳ୍ପୀ ଶ୍ରୀମାନ ଗୁଞ୍ଜନ ଦଳାଇ – ୧ମ, ଶ୍ରୀମାନ ଆକାଶ ନାୟକ – ୨ୟ ଓ ଶ୍ରୀମାନ ଦିଲ୍ଲୀପ ନାୟକ ଙ୍କୁ ୩ୟ ସ୍ଥାନରେ ବିଦ୍ୟାଳୟର ପ୍ରାଣପ୍ରତିଷ୍ଠାତା ସ୍ବର୍ଗତ ଅଭିମନ୍ୟୁ ମିଶ୍ରଙ୍କ ନାମରେ ଅଭିମନ୍ୟୁ ମିଶ୍ର ସ୍ମାରକୀ ନୃତ୍ୟଶ୍ରୀ ସମ୍ମାନ – ୨୦୨୫ , ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ମହାନ୍ତିଙ୍କ ଦ୍ୱାରା ଶ୍ରୀଯୁକ୍ତ ରଜନୀକାନ୍ତ ଘଡ଼ାଇଙ୍କୁ ପ୍ରିୟତମା ମହାନ୍ତି ସ୍ମାରକୀ ଶିକ୍ଷକ ଗୌରବ ସମ୍ମାନ – ୨୦୨୫, ଶ୍ରୀଯୁକ୍ତ ହେମନ୍ତ କୁମାର ମିଶ୍ରଙ୍କ ଦ୍ଵାରା ବିଭିନ୍ନ କ୍ଷେତ୍ରରେ ସଫଳତା ସାଉଁଟି ଥିବା ବିଦ୍ୟାଳୟର ଛାତ୍ରୀ ସୁଶ୍ରୀ ସୁମିତ୍ରା ପାଲ୍ ଓ ସୁଶ୍ରୀ ଦିବ୍ୟାଂଶୀ ପାଲ୍ ଙ୍କୁ ରମାମଣି ମିଶ୍ର ସ୍ମାରକୀ ମେଧାଶ୍ରୀ ସମ୍ମାନ – ୨୦୨୫ , ଶ୍ରୀଯୁକ୍ତ ନିରଞ୍ଜନ ବେହେରାଙ୍କ ଦ୍ୱାରା ପ୍ରତି ଶ୍ରେଣୀରେ ୧ମ ସ୍ଥାନରେ ସ୍ଥାନିତ ହୋଇଥିବା ବିଦ୍ୟାଳୟର ମେଧାବୀ ଛାତ୍ରଛାତ୍ରୀ ଶ୍ରୀମାନ ଅଂଶୁମାନ ସାହୁ, ସୁଶ୍ରୀ ତନୁଶ୍ରୀ ନାୟକ, ଶ୍ରୀମାନ ମୋହିତ କୁମାର ପଣ୍ଡା, ଶ୍ରୀମାନ ନିଲେଶ୍ ପାତ୍ର, ସୁଶ୍ରୀ ଦିବ୍ୟାଞ୍ଜନା ହାଁସଦାଙ୍କୁ ଅନନ୍ତ ପାର୍ବତୀ ସ୍ମାରକୀ ମେଧା ସମ୍ମାନ- ୨୦୨୫ ରେ ସମ୍ମାନିତ କରାଯାଇଥିଲା । ଅପରାହ୍ନ ଅଧିବେଶନରେ ପିଲାମାନଙ୍କ ମଧ୍ୟରେ ମହାପୁରୁଷ ଓ ଦେବା ଦେବୀ ଙ୍କ ବେଶ ପରିପାଟୀ କୁ ନେଇ କୌତୁକ ପୋଷାକ ପ୍ରତିଯୋଗିତା ସହିତ ଶ୍ରୀଯୁକ୍ତ କମଳାକାନ୍ତ ଅଣ୍ଡିଆଙ୍କ ଦ୍ୱାରା ବିଦ୍ୟାଳୟର ଗୁରୁଜୀ ଗୁରୁମା ଏବଂ ସମସ୍ତ ଅଣ ଶିକ୍ଷାକର୍ମୀ ମାନଙ୍କୁ ଶ୍ରୀନାଥ ଭାରତୀ ଗୁରୁଜୀ ଗୁରୁମା’ ସମ୍ବର୍ଦ୍ଧନା – ୨୦୨୫ ଅର୍ପଣ କରାଯାଇଥିଲା । ଶ୍ରୀଯୁକ୍ତ ଲକ୍ଷ୍ମୀ ନାରାୟଣ ପ୍ରଧାନଙ୍କ ପ୍ରାଣକୃଷ୍ଣ – ମୁକ୍ତା ମଞ୍ଚ କଳାକାର ସମ୍ମାନ – ୨୦୨୫ ପ୍ରାକ୍ତନ ମଞ୍ଚ କଳାକାର ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ମିଶ୍ର ଙ୍କୁ ଅର୍ପଣ କରାଯାଇଥିଲା । ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତା ଯଥା- ବକ୍ତୃତା, ସଂଗୀତ, ଏକକ ଅଭିନୟ, ସୁଲିଖନ, ଦୌଡକୁଦ, ଯୋଗାସନ, ମ୍ୟୁଜିକ ଚେୟାର, ସ୍କିପିଂ, ବେଙ୍ଗ ଦୌଡ, ଆଳୁ ଚାମଚ୍, ଚିତ୍ରକଳା ଓ ଜିଲ୍ଲା ତଥା ରାଜ୍ୟ ସ୍ତରରେ କୃତିତ୍ୱ ଅର୍ଜନ କରିଥିବା କୃତି ଛାତ୍ରଛାତ୍ରୀ ଇତ୍ୟାଦିଙ୍କ ସହିତ ଶତକଡା ୯୦ ମାର୍କ ରଖିଥିବା ଛାତ୍ରଛାତ୍ରୀଙ୍କ ପାଇଁ ଶ୍ରୀମତୀ ଶୁଭସ୍ମିତା ମିଶ୍ରଙ୍କ ପୃଷ୍ଠପୋଷକତ୍ୱରେ ରମାମଣି ମିଶ୍ର ସ୍ମାରକୀ ପ୍ରତିଭା ପୂଜନ ସମାରୋହ – ୨୦୨୫ ଅନୁଷ୍ଠିତ ହୋଇ ପ୍ରାକ୍ତନ ଶିକ୍ଷାବିତ୍ ଶ୍ରୀଯୁକ୍ତ ଅଜୟ କୁମାର ଦାଶ ଙ୍କ ଦ୍ଵାରା ପୁରସ୍କାର ବିତରଣ କରାଯାଇଥିଲା । ଶେଷରେ ସାନ୍ଧ୍ୟ ଅଧିବେଶନରେ ଶ୍ରୀମତୀ ନିବେଦିତା ମହାପାତ୍ରଙ୍କ ନୃତ୍ୟ ନିର୍ଦ୍ଧେଶନା ସହିତ ଓଡ଼ିଆ ଆଲବମ କଳାକାର ଶ୍ରୀମାନ ସନ୍ଦୀପ ଜେନା ଙ୍କ ମଞ୍ଚ ସଂଯୋଜନାରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ନୃତ୍ୟ ଓ ସଙ୍ଗୀତ ଭିତ୍ତିକ ମନୋରଞ୍ଜନ କାର୍ଯ୍ୟକ୍ରମ “ଧୁମ ମିଠା ମିଠା ” ପରିବେଷଣ ହୋଇଥିଲା । ଏହି ସାନ୍ଧ୍ୟ ଅଧିବେଶନକୁ ସାର୍ବଜନୀନ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବତ୍ରିଶ ବେଶ କମିଟିର ଉପ ସଭାପତି ଶ୍ରୀଯୁକ୍ତ ନିତ୍ୟାନନ୍ଦ ପ୍ରଧାନ ଉଦଘାଟନ କରିବା ପୂର୍ବକ ଗଭୀର ଏକାଗ୍ରତା ଓ ନିଷ୍ଠା ସଫଳତାର ଚାବିକାଠି ବୋଲି ପିଲାମାନଙ୍କୁ ପରାମର୍ଶ ଦେଇଥିଲେ । ଶେଷରେ ଅନୁଷ୍ଠାନର ବରିଷ୍ଠ ସଦସ୍ୟ ଶ୍ରୀଯୁକ୍ତ ରବି ନାରାୟଣ ଗିରି ଧନ୍ୟବାଦ ଅର୍ପଣ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ଗୀତାଞ୍ଜଳି ପଣ୍ଡା, କଳ୍ପନା ନାୟକ, ରଶ୍ମିତା ପାଢ଼ୀ, ପର୍ଶୁରାମ ପରିଡା, ଭବାନୀ ରଣା, ଶୁଭଙ୍କର ମିଶ୍ର, ସୁବ୍ରତ କୁମାର ସାହୁ, ପ୍ରଶାନ୍ତ ସି, ମିନତୀ ପରିଡା, ଜଗନ୍ନାଥ ଦେ, ଗୀତାଞ୍ଜଳି ସେନାପତି, ହରିଶ୍ଚନ୍ଦ୍ର କଇ, ଶମ୍ଭୁନାଥ ସାହୁ, ଗୌରୀ ଶଙ୍କର ପାଲ, ବରେନ୍ଦ୍ର ସିଂହ, ଆଦିକନ୍ଦ ମହାପାତ୍ର, ଆରତୀ ସାମନ୍ତରାୟ, ରମାନାଥ ବାଗ, ଗୌତମ ନାୟକ, ନିରଞ୍ଜନ ସାହୁ, ସୌମ୍ୟ ରଞ୍ଜନ ଦଳାଇ, ଗିରିଜା ଶଙ୍କର ଦାଶ, ଚିତ୍ତରଞ୍ଜନ ସାହୁ, ସଂଗ୍ରାମ ଦଳାଇ, ଗଣେଶ ଭୂୟାଁ, କମଳାକାନ୍ତ ପ୍ରମାଣିକ, ଶ୍ରୀତମ ନାୟକ, ସତ୍ୟରଞ୍ଜନ ସାମନ୍ତରାୟ, ଜ୍ୟୋତିରାଦିତ୍ୟ ମିଶ୍ର, ଜଗବନ୍ଧୁ ଦାସ, ରମାକାନ୍ତ ପ୍ରମାଣିକ ଓ ନନ୍ଦନ କୁମାର ସାହୁ ଇତ୍ୟାଦି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । 

ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

୧- ଚଳିତ ବର୍ଷ ବନ୍ଧୁଗାଁରେ ୯୩. ୪୭% ହାରରେ ଉତ୍ତର୍ଣ୍ଣ ଓ ସଞ୍ଜିତା ହେଲେ ବନ୍ଧୁଗାଁର ଟପର , ୨- ଶିକ୍ଷକଙ୍କୁ ଅବସର ଓ ବିଦାୟ କାଳୀନ ସମ୍ବର୍ଦ୍ଧନା 

masiha

ନାରାୟଣପାଟଣା ଓଡିଆପେଣ୍ଠ ନିକଟରେ ବାଇକ ଅଟୋ ଧକ୍କା ଜଣେ ମୃତ୍ୟୁ ଜଣେ ଗୁରୁତ୍ବର 

masiha

କରଡ଼ି ଦେଉଛି ନିରୀହ ମୁହଁରେ ହସ

masiha

Leave a Comment

error: Content is protected !!