ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଜଣା ଗାଡି ଧକ୍କାରେ ଅଟୋ ଚଳାକର ଶୋଚନୀୟ ମୃତ୍ୟୁ

ଅଜଣା ଗାଡି ଧକ୍କାରେ ଅଟୋ ଚଳାକର ଶୋଚନୀୟ ମୃତ୍ୟୁ

କାମାକ୍ଷାନଗର (ମନିସ )2/2/25 //  କାମାକ୍ଷାନଗର ଉପଖଣ୍ଡ ଦେଇ ଯାଇଥିବା ୫୩ ନଂ ଜାତୀୟ ରାଜପଥର ସନ୍ଥପଡା ଠାରେ ଏକ ଅଜଣା ଗାଡି ଧକ୍କାରେ ଏକ ଅଟୋ ଚାଳକ ଗୁରୁତର ଭାବେ ଆହତ ହୋଇ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ l ସେଠାରେ ଡାକ୍ତର ମୃତ ଘୋଷଣା କରିଛନ୍ତି l ମୃତକ ହେଲେ କଟକ ଜିଲ୍ଲା ଫକୀରପଡା ଅଞ୍ଚଳର ସୁକାନ୍ତ ରାଉତ ଙ୍କ ପୁଅ କୃଷ୍ଣ ଚନ୍ଦ୍ର ରାଉତ l କୃଷ୍ଣ ଚନ୍ଦ୍ର ନିଜ ଅଟୋରେ ଭୁବନେଶ୍ୱର ରୁ ବାରକୋଟ ଏକ ଭଡାରେ ଯାଇଥିଲେ l ବାରକୋଟ ରୁ ଫେରୁଥିବା ବେଳେ ସନ୍ଥପଡା ଠାରେ ଏକ ଅଜଣା ଗାଡି ଧକ୍କା ଦେଇ ଫେରାର ହୋଇ ଯାଇଥିଲା l କୃଷ୍ଣ ଚନ୍ଦ୍ର ଗୁରୁତର ଭାବେ ଆହତ ହୋଇ ପଡିଥିଲା ବେଳେ ଯାଉଥିବା କେତେକ ପଥଚାରୀଙ୍କ ସହାୟତାରେ ଆମ୍ବୁଲାନ୍ସ ଯୋଗେ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ l ସେଠାରେ ଡାକ୍ତର ମୃତ ଘୋଷଣା କରିଛନ୍ତି l ପୁଲିସ ପକ୍ଷରୁ ମୃତ ଦେହ ଜବତ ପରେ ବ୍ୟବଛେଦ ର ବ୍ୟବସ୍ଥା କରାଯାଇ ତଦନ୍ତ ଆରମ୍ଭ କରୁଥିବାର ଜଣାଯାଇଛି l

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଶତାୟୁ,ପି ଏମ୍ ଶ୍ରୀ ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ,ଢେଙ୍କାନାଳରେ ସଂସ୍କୃତ ସପ୍ତାହ -୨୦୨୫ ଉଦ୍ ଯାପିତ 

Sunil Chandra Nayak

ଘାଟି ରାସ୍ତାରେ ଟ୍ରକ୍ ଚକା ଫାଟି ଲାଗିଲା ନିଆଁ

Sunil Chandra Nayak

ଅଠାନବେ ତମ ମାସିକିଆ ସାମୁହିକ ଜନ୍ମ ଦିବସ ପାଳନ

masiha

Leave a Comment

error: Content is protected !!