ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଜଣା ଗାଡି ଧକ୍କାରେ ଅଟୋ ଚଳାକର ଶୋଚନୀୟ ମୃତ୍ୟୁ

ଅଜଣା ଗାଡି ଧକ୍କାରେ ଅଟୋ ଚଳାକର ଶୋଚନୀୟ ମୃତ୍ୟୁ

କାମାକ୍ଷାନଗର (ମନିସ )2/2/25 //  କାମାକ୍ଷାନଗର ଉପଖଣ୍ଡ ଦେଇ ଯାଇଥିବା ୫୩ ନଂ ଜାତୀୟ ରାଜପଥର ସନ୍ଥପଡା ଠାରେ ଏକ ଅଜଣା ଗାଡି ଧକ୍କାରେ ଏକ ଅଟୋ ଚାଳକ ଗୁରୁତର ଭାବେ ଆହତ ହୋଇ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ l ସେଠାରେ ଡାକ୍ତର ମୃତ ଘୋଷଣା କରିଛନ୍ତି l ମୃତକ ହେଲେ କଟକ ଜିଲ୍ଲା ଫକୀରପଡା ଅଞ୍ଚଳର ସୁକାନ୍ତ ରାଉତ ଙ୍କ ପୁଅ କୃଷ୍ଣ ଚନ୍ଦ୍ର ରାଉତ l କୃଷ୍ଣ ଚନ୍ଦ୍ର ନିଜ ଅଟୋରେ ଭୁବନେଶ୍ୱର ରୁ ବାରକୋଟ ଏକ ଭଡାରେ ଯାଇଥିଲେ l ବାରକୋଟ ରୁ ଫେରୁଥିବା ବେଳେ ସନ୍ଥପଡା ଠାରେ ଏକ ଅଜଣା ଗାଡି ଧକ୍କା ଦେଇ ଫେରାର ହୋଇ ଯାଇଥିଲା l କୃଷ୍ଣ ଚନ୍ଦ୍ର ଗୁରୁତର ଭାବେ ଆହତ ହୋଇ ପଡିଥିଲା ବେଳେ ଯାଉଥିବା କେତେକ ପଥଚାରୀଙ୍କ ସହାୟତାରେ ଆମ୍ବୁଲାନ୍ସ ଯୋଗେ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ l ସେଠାରେ ଡାକ୍ତର ମୃତ ଘୋଷଣା କରିଛନ୍ତି l ପୁଲିସ ପକ୍ଷରୁ ମୃତ ଦେହ ଜବତ ପରେ ବ୍ୟବଛେଦ ର ବ୍ୟବସ୍ଥା କରାଯାଇ ତଦନ୍ତ ଆରମ୍ଭ କରୁଥିବାର ଜଣାଯାଇଛି l

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଜିଲ୍ଲାରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଫ୍ଲାଗ୍‌ସିପ୍ ଯୋଜନା ଏବଂ ରାଜ୍ୟ ସରକାରଙ୍କ ବିକାଶମୂଳକ କାର୍ଯ୍ୟକ୍ରମର ଅଗ୍ରଗତିର ସମୀକ୍ଷା 

ବନ୍ଧୁଗାଁ ବ୍ଲକରେ ନୂତନ ବିଡ଼ିଓ ଙ୍କ ଉପସ୍ଥିତରେ ପଞ୍ଚାୟତ ସମିତି ବୈଠକ 

ରାଣୀପୁର ଝରିଆଲ ମହୋତ୍ସବ ୨୦୨୫ କମିଟି ଗଠିତ 

masiha

Leave a Comment

error: Content is protected !!