ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବୁଥ ସ୍ତରୀୟ ଅଧିକାରୀ ଙ୍କୁ ନେଇ ବୈଠକ 

ବୁଥ ସ୍ତରୀୟ ଅଧିକାରୀ ଙ୍କୁ ନେଇ ବୈଠକ 

ଡାବୁଗାଁ, ୨୭/୧୦ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷ ଠାରେ ବୁଥ ସ୍ତରୀୟ ଅଧିକାରୀ ଙ୍କୁ ନେଇ ଏକ ବୈଠକ ବିଡିଓ ଶରତ ମାଝି ଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ପୂର୍ବାହ୍ନ ୧୦ ଘ. ସମୟରେ ଅନୁଷ୍ଠିତ ହୋଇଯାଇଛି | ଏଥିରେ ଭୋଟର ତାଲିକାର ସ୍ଵତନ୍ତ୍ର ସଂକ୍ଷିପ୍ତ ସଂଶୋଧନ -୨୦୨୪ ଉପରେ ଆଲୋଚନା ହୋଇଥିଲା | ପ୍ରତ୍ୟେକ ବୁଥରେ ତଥା ବ୍ଲକ କାର୍ଯ୍ୟ|ଳୟ ଠାରେ ଚିଠା ଭୋଟର ତାଲିକା ଶୁକ୍ରବାର ଦିନ ପ୍ରକାଶନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା | ଏଥିରେ ଫର୍ମ -୬ ରେ ପଞ୍ଜୀକରଣ/ ନାମ ଯୋଗ କରିବା, ଫର୍ମ-୭ ରେ ତାଲିକାରେ ଥିବା ନାମ ବାଦ ଦେବା, ଫର୍ମ -୮ ରେ ନାମ/ତଥ୍ୟ/ଫଟୋ/ ଠିକଣା ଇତ୍ୟାଦି ସଂଶୋଧନ କରିବା ବିଷୟରେ ବୁଝାଇ ଦିଆଯାଇଥିଲା | ଏହି ସଂଶୋଧନ କାର୍ଯ୍ୟକ୍ରମ ଆଜିଠାରୁ ଆରମ୍ଭ ହୋଇ ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ | ନଭେମ୍ବର ୫, ୧୧, ୧୯ ଓ ୨୫ ତାରିଖ ସ୍ଵତନ୍ତ୍ର ପ୍ରଚାର ଦିବସ ପାଳନ କରାଯିବ | ଉକ୍ତ ଦିନ ବୁଥ ସ୍ତରୀୟ ଅଧିକାରୀ ନିଜ ନିଜ ବୁଥରେ ଉପସ୍ଥିତ ରହି ଭୋଟର ମାନଙ୍କ ଆବେଦନ ଗ୍ରହଣ କରିବେ | ଚୁଡାନ୍ତ ଭୋଟର ତାଲିକା ଆସନ୍ତା ୫.୧.୨୦୨୪ ତାରିଖ ଦିନ ପ୍ରକାଶନ କରାଯିବ | ପୂର୍ବରୁ ଡାବୁଗାଁ ବ୍ଲକରେ ୫୪ ଟି ବୁଥ ରହିଥିଲା ଓ ଚଳିତ ବର୍ଷ ବୋରିଗାଁ ବୁଥ ଦୁଇ ଭାଗ ହୋଇ ଡ଼ଙ୍ଗରିଗୁଡା ନୂତନ ବୁଥ ଭାବେ ଘୋଷଣା କରାଯାଇଛି | ଏହି ବୈଠକରେ ସୁପରଭାଇଜର ରତିକାନ୍ତ ନାୟକ, ବିକାଶ ରଞ୍ଜନ ନିଶଙ୍କ, ରାଇସିଂ ପୂଜାରୀ, ଧନସିଂ ତନ୍ତୀ ଓ ବ୍ଲକର ମୋଟ ୫୫ ଟି ବୁଥ ର ବୁଥ ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ | ଏହି ବୈଠକକୁ ଗ୍ରାମ ପଞ୍ଚାୟତ ସଂମ୍ପ୍ରସାରଣ ଅଧିକାରୀ ଏ. ଡି ପ୍ରସାଦ ପରିଚାଳନା କରିଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଆଦିବାସୀ ପରିବାରଙ୍କ ଘର ଭଙ୍ଗା ଓ ବଳପୂର୍ବକ ଉଚ୍ଛେଦ ଉପରେ ତୁରନ୍ତ ରୋକ ଲାଗି ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଦାବି କଲେ ପୂର୍ବତନ ସାଂସଦ ନିରଞ୍ଜନ ବିଶି

ଧର୍ମଗଡ ଉପଖଣ୍ଡ ଚିକିତ୍ସାଳୟ ରେ ନୂତନ ଶବ ବ୍ୟବଚ୍ଛେଦ ଗୃହ ଉଦଘାଟିତ

Sunil Chandra Nayak

ଛଦେଶ ଅଞ୍ଚଳରେ ଏକ ମିନି ଗ୍ରିଡ ପାଇଁ ଯୁବଚାଷୀ ଓ ଅଞ୍ଚଳବାସୀଙ୍କ ଦାବୀ

Sunil Chandra Nayak

Leave a Comment

error: Content is protected !!