ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲାଞ୍ଜିଗଡ଼ ପ୍ରେସ୍ କ୍ଲବ ପକ୍ଷରୁ ନୂଆ ବିଡିଓଙ୍କୁ ସ୍ବାଗତ ସମ୍ବର୍ଦ୍ଧନା

ଲାଞ୍ଜିଗଡ଼ ପ୍ରେସ୍ କ୍ଲବ ପକ୍ଷରୁ ନୂଆ ବିଡିଓଙ୍କୁ ସ୍ବାଗତ ସମ୍ବର୍ଦ୍ଧନା

ଲାଞ୍ଜିଗଡ଼,୨୭/୧୦(ମନିସ)-ଲାଞ୍ଜିଗଡ଼ ବ୍ଲକରେ ନୂଆ ବିଡିଓ ଭାବେ ଯୋଗ ଦେଇଛନ୍ତି ୨୦୧୨ ବ୍ୟାଚ୍ ର ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ ଶଶାଙ୍କ ପାତ୍ର ! ଏହା ପୂର୍ବରୁ ସେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ବିଡିଓ ଭାବେ କାର୍ଯ୍ୟରତ ଥିଲେ ! ଲାଞ୍ଜିଗଡ଼ ବିଡିଓ ଜିତେନ୍ଦ୍ର କୁମାର ମିଶ୍ରଙ୍କୁ ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକକୁ ବଦଳି ହୋଇଥିବାବେଳେ ତାଙ୍କ ସ୍ଥାନରେ ନୂତନ ଭାବେ ଶ୍ରୀ ପାତ୍ର ଯୋଗ ଦେଇଥିବା ଜଣାପଡ଼ିଛି ! ସେ ଯୋଗଦେବା ପରେ ଆଜି ବ୍ଲକ କାର୍ଯ୍ୟାଳୟ ପରିସରରେ ଓଡ଼ିଶାର ଅଗ୍ରଣୀ ସାମ୍ବାଦିକ ସଂଗଠନ ଲାଞ୍ଜିଗଡ଼ ପ୍ରେସ୍ କ୍ଲବର କର୍ମକର୍ତ୍ତାମାନେ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ ! ଲାଞ୍ଜିଗଡ଼ ପ୍ରେସ୍ କ୍ଲବର ସଭାପତି କୈଳାସ ସାହୁ, ସାଧାରଣ ସଂପାଦକ ସୁଶୀଲ କୁମାର ବାଗ, ଉପ ସଭାପତି କ୍ଷମାନିଧି ମହାକୁଡ଼, କୋଷାଧ୍ୟକ୍ଷ ପରେଶ କୁମାର ନାୟକ, ସଦସ୍ୟ ଏମ୍. ଚନ୍ଦ୍ରଶେଖର, ଧର୍ମେନ୍ଦ୍ର ପଣ୍ଡା, ରମେଶ ଚନ୍ଦ୍ର ନାୟକ, ଆଶୁତୋଷ ପୁରୋହିତ ପ୍ରମୁଖ ନୂଆ ବିଡିଓଙ୍କୁ ସ୍ବାଗତ ଜଣାଇବା ସହିତ ଅଞ୍ଚଳର ବିଭିନ୍ନ ସମସ୍ୟା ଓ ସେଗୁଡ଼ିକର ସମାଧାନ ପାଇଁ ପଦକ୍ଷେପ ନେବାକୁ ଦ୍ରୁଷ୍ଟି ଆକର୍ଷଣ କରିଥିଲେ ! ସେହିପରି ଲାଞ୍ଜିଗଡ଼ ବ୍ଲକ ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘ ପକ୍ଷରୁ ତାପସ କୁମାର ସାହୁ, ପ୍ରମୋଦ କୁମାର ସାହୁ, ସାଧୁରାମ ସାହୁ, ରୂପାଧର ଧରୁଆ, ଭୁବନେଶ୍ବର ସିଂହ, ଯଦୁମଣି ନାଏକ, ଡମ୍ବରୁଧର ସେନାପତି, ଭୀଷ୍ମ ନାଏକ, ପ୍ୟାରୀଲାଲ ମାଝୀ ପ୍ରମୁଖ ବିଡିଓ ଶ୍ରୀ ପାତ୍ରଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ !

ଲାଞ୍ଜିଗଡ଼ ରୁ ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ୍ 

Related posts

ଲକ୍ଷ୍ମୀପୁର ମେଡିକାଲ ସମ୍ମୁଖରେ ନୂତନ ପାଥୋଲାବ ଖୋଲାଗଲା

masiha

ଜୁନାଗଡ଼ –ନବରଙ୍ଗପୁର ରେଳପଥ ପାଇଁ ଜମି ଅଧିଗ୍ରହଣ ନେଇ ବିଜ୍ଞପ୍ତି 

masiha

ନବରଙ୍ଗପୁର ଠାରେ ଜିଲ୍ଲାପାଳ ଅଧ୍ୟକ୍ଷତାରେ ଏକ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!