ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ମିଳିତ ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ,ରୁପ୍ରା ଠାରେ ଛାତ୍ରୀ ମାନଙ୍କ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ 

ରୁପ୍ରା, ୧୮/୧ (ମନିସ) : କଳାହାଣ୍ଡି ଜିଲ୍ଲା ନର୍ଲାବ୍ଲକ୍ ଅଧିନ ମୁସ୍କୁଟି ପଞ୍ଚାୟତ ସ୍ଥିତ ମିଳିତ ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ,ରୁପ୍ରା ଠାରେ ଗତ ୯ ତାରିଖ ସୋମବାର ଠାରୁ ଅନୁଷ୍ଠିତ ହୋଇ ଆସୁଥିବା ଆତ୍ମ ସୁରକ୍ଷା ତାଲିମ ଶିବିର ଆଜି ଉଦଯାପିତ ହୋଇଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷ ତପନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ତାଲିମ ଶିବିରରେ ତାଲିମପ୍ରାପ୍ତ ମାଷ୍ଟର୍ ଟ୍ରେନର୍ ସୁଶ୍ରୀ ଦେବସ୍ମିତା ପଧାନ ଯୋଗଦେଇ ବିଦ୍ୟାଳୟର ୭୪ଜଣ ଛାତ୍ରୀଙ୍କୁ ତାଲିମ୍ ପ୍ରଦାନ କରିବା ସହିତ କୌଣସି ବିପଦ ସମୟରେ ଜଣେ ଛାତ୍ରୀ କିପରି ଏହାର ମୁକାବିଲା କରିପାରିବ ଏଥିପାଇଁ ବିଭିନ୍ନ କୌଶଳ ଶିଖାଇଥିଲେ, ଉଦଯାପନୀ ଦିବସରେ ଅତିଥି ମାନଙ୍କ ଉପସ୍ଥିତିରେ ତାଲିମ୍ ପ୍ରାପ୍ତ ଛାତ୍ରୀ ମାନେ ଆତ୍ମ ସୁରକ୍ଷା ଡେମୋ ପ୍ରଦର୍ଶନ କରିଥିଲେ। ଏହି ଅବସରରେ ଉଦଯାପନୀ ଦିବସରେ ମୁଖ୍ୟ ଅତିଥି ଭାବରେ ଉକ୍ତ ବିଦ୍ୟାଳୟର ପୂର୍ବତନ ସମ୍ପାଦକ ତଥା ସମାଜସେବୀ ଶ୍ରୀଯୁକ୍ତ ଅରୁଣ କୁମାର ପରିଡା ଯୋଗଦେଇ ଉପସ୍ଥିତ ଥିବା ଛାତ୍ରୀ ମାନଙ୍କୁ ବିଭିନ୍ନ ମାର୍ଗ ଦର୍ଶନ ଦେଇ କହିଲେ, ଏଠାରୁ ତାଲିମପ୍ରାପ୍ତ ସମସ୍ତ ଛାତ୍ରୀ ନିଜଘରେ ମଧ୍ୟ ଅଭ୍ୟାସ ଜାରି ରଖିବା ସହ ସାଙ୍ଗସାଥି ମାନଙ୍କୁ ମଧ୍ୟ ଏହାର କୌଶଳ ଶିଖାଇ ପାରିବେ ଓ ବିପଦ ସମୟରେ ନିଜକୁ ସୁରକ୍ଷିତ ରଖି ପାରିବେ। ଅନ୍ଯତମ ଅତିଥି ଭାବରେ ବିଦ୍ୟାଳୟର ଇତିହାସ ଅଧ୍ୟାପକ ଶ୍ରୀ ସୁଧିର କୁମାର ପଣ୍ଡା, ଓଡ଼ିଆ ଅଧ୍ୟାପକ ଶ୍ରୀ କାଳିଚରଣ ମହାପାତ୍ର ଓ ସାମ୍ବାଦିକ ଶ୍ରୀ ଅଜୟ କୁମାର ସେନାପତି ପ୍ରମୁଖ ଯୋଗଦାନ କରିଥିଲେ ।

ଦୀର୍ଘ ୮ ଦିନ ଧରି ଅନୁଷ୍ଠିତ ହେଉଥିବା ଏହି ତାଲିମ୍ ଶିବିର ଆତ୍ମସୁରକ୍ଷା ତାଲିମ୍ ସଂଯୋଜିକା ତଥା ବରିଷ୍ଠ ଅର୍ଥନୀତି ଅଧ୍ୟାପିକା ଶ୍ରୀମତୀ ମମତା ମଞ୍ଜରୀ ପ୍ରଧାନଙ୍କ ତତ୍ୱାବଧାନରେ ଓ ଖେଳ ଶିକ୍ଷକ ଶ୍ରୀ ନାରାୟଣ ନାଏକଙ୍କ ସହଯୋଗରେ ପରିଚାଳନା ହେଉଥିଲା। ଉଦଯାପନୀ ଦିବସରେ ଓଡିଆ ଅଧ୍ୟାପକ ଶ୍ରୀ କାଳୀଚରଣ ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଅଧ୍ୟାପିକା ଶ୍ରୀମତୀ ମମତା ମଞ୍ଜରୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ବିଦ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।

ରୁପ୍ରା ରୁ ପ୍ରଦୀପ ସେନାପତି ଙ୍କ ରିପୋର୍ଟ 

Related posts

ଜାରିତାଣ୍ଡିରେ ସୁଦାମ ମାରାଣ୍ଡି ଆନ୍ତଃ ରାଜ୍ୟ କ୍ରିକେଟ କପ୍ ଟୁର୍ଣ୍ଣାମେଣ୍ଟରେ ମହେଶ ହେମ୍ବ୍ରମ ଷ୍ଟ୍ରାଇକର ଚମ୍ପିୟାନ

Sunil Chandra Nayak

ଜାତୀୟ କ୍ରୀଡ଼ା ଦିବସ ୨୦୨୫ ପାଳିତ 

Sunil Chandra Nayak

୧୬ତମ ରାଜା ଅନୁପସିଂ ଦେଓ ମେମୋରିଅଲ ଫୁଟବଲ୍ ଟୁର୍ଣ୍ଣାମେନ୍ଟ ଦର୍ଶକ ସହିତ ଭବ୍ୟ ଉଦଯାପନି ହେଲା,୪-୧ ଗୋଲରେ ଜାମଖୁନ୍ତା ଦଳ ଚାମ୍ପିଅନ 

Sunil Chandra Nayak

Leave a Comment

error: Content is protected !!