ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୁରୀ ରାମ କୃଷ୍ଣ ମିଶନ ମହାରାଜ ଙ୍କ ଦ୍ଵାରା ଗରୀବ ଛାତ୍ରଛାତ୍ରୀ ମାନଙ୍କୁ ରେନ୍ କୋଟ ବଣ୍ଟନ କାର୍ଯ୍ୟକ୍ରମ

ପୁରୀ ରାମ କୃଷ୍ଣ ମିଶନ ମହାରାଜ ଙ୍କ ଦ୍ଵାରା ଗରୀବ ଛାତ୍ରଛାତ୍ରୀ ମାନଙ୍କୁ ରେନ୍ କୋଟ ବଣ୍ଟନ କାର୍ଯ୍ୟକ୍ରମ 

ନବରଙ୍ଗପୁର:(୫|୮)(ରବି ନାରାୟଣ ମହାନ୍ତି)ନବରଙ୍ଗପୁର ଜିଲ୍ଲା ଗରୂଡଗୁଡା ଠାରେ ଥିବା ଡାବୁଗାଁ ରାମ କୃଷ୍ଣ ଶାରଦା ସେବା ସଂଘ ପରିସରରେ ଏଠାରେ ଅଧ୍ୟୟନ କରୁଥିବା ଗରୀବ ଛାତ୍ରଛାତ୍ରୀ ମାନଙ୍କୁ ରେନ୍ କୋଟ୍ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି l ବର୍ଷା ଯୋଗୁଁ ଛାତ୍ରଛାତ୍ରୀମାନେ ରେନ୍ କୋଟ୍ ପିନ୍ଧି ଓଦା ନ ହୋଇ ବିଦ୍ୟା ଅଧ୍ୟୟନ କରିବା ପାଇଁ ଏହା ଏକ ସ୍ଵାଗତଯୋଗ୍ୟ ପଦକ୍ଷେପ l ସବୁରି ମୁହଁରେ ପ୍ରଶଂଶନୀୟ l ପୁରୀ ରାମ କୃଷ୍ଣ ମିଶନର ନିରଞ୍ଜନ ମହାରାଜ ଙ୍କ ଦ୍ଵାରା ଏଠାରେ ଅଧ୍ୟୟନ କରୁଥିବା ୫୯ ଜଣ ଗରୀବ ଛାତ୍ରଛାତ୍ରୀ ମାନଙ୍କୁ ରେନ୍ କୋଟ୍ ବଣ୍ଟନ କରାଯାଇଥିଲା l ଏଠାରେ ସୂଚନାଯୋଗ୍ୟ–ଡାବୁଗାଁ ରାମ କୃଷ୍ଣ ଶାରଦା ସେବା ସଂଘ ରେ ପୁରୀ ରାମ କୃଷ୍ଣ ମିଶନ ତରଫରୁ ଗରୀବ ପିଲା ମାନଙ୍କୁ ମାଗଣାରେ ଶିକ୍ଷା ଦାନ, ଶିକ୍ଷଣ ସମାଗ୍ରୀ, ପୋଷାକ, ଖାଦ୍ୟ ଆଦି ପ୍ରଦାନ କରାଯାଉଛି l ଯଦ୍ୱାରା ଗରୀବ ଓ ନିଷ୍ପେସିତ ପିଲା ଏଠାରେ ଉପକୃତ ହୋଇ ଆସୁଛନ୍ତି l ଆଜିର ଉକ୍ତ କାର୍ଯ୍ୟକ୍ରମରେ ଡାବୁଗାଁ ରାମ କୃଷ୍ନ ଶାରଦା ସେବା ସଂଘର ସଭାପତି ସୁରେଶ ସାମଲ, ସମ୍ପାଦକ ଦିବାକର ବାରିକ, ସଂଘ ସଦସ୍ୟ ବାବି ଜେନା, ଗଙ୍ଗାଧର ମହାଙ୍କୁଡ, ସପନ ଦେ, ରଘୁନାଥ ବିଶୋୟୀ, ଅଭିରାମ ପାଢୀ,ରଞ୍ଜିତ ବିଶୋୟୀ ଓ ପ୍ରଫୁଲ୍ଲ ପାତ୍ର ପ୍ରମୂଖ ଅନ୍ୟମାନେ ଉପସ୍ଥିତ ରହି ସହଯୋଗ କରିଥିଲେ l

ମସିହା ନିୟୁଜ ସର୍ଭିସ୍ 

Related posts

ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା-୨୦୨୪ରେ  ବ୍ରଜନାଥ ବଡଜେନା ସରକାରୀ ଉଚ୍ଚ ବିଦ୍ୟାଳୟ,ଢେଙ୍କାନାଳର ଉଲ୍ଲେଖନୀୟ ସଫଳତା

masiha

ନୂଆପଡା ଜିଲ୍ଲାରେ ସୁଭଦ୍ରା ଯୋଜନାର ପ୍ରସ୍ତୁତିର ସମୀକ୍ଷା କଲେ ଜିଲ୍ଲାପାଳ 

masiha

କାଙ୍କେରୀ ସ୍ୱାସ୍ଥ୍ୟ ଓ ଆରୋଗ୍ୟ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଆଜି କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

Leave a Comment

error: Content is protected !!