ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଦିର୍ଘ ୧୧ ମାସ ପରେ ବ୍ଲକ ଅଧ୍ୟକ୍ଷ ପଦ ଫେରି ଫାଇଲେ ବିନ୍ଦୁ ମହାନନ୍ଦ

ଦିର୍ଘ ୧୧ ମାସ ପରେ ବ୍ଲକ ଅଧ୍ୟକ୍ଷ ପଦ ଫେରି ଫାଇଲେ ବିନ୍ଦୁ ମହାନନ୍ଦ

ଗୋଲାମୁଣ୍ଡା,ତା.୦୫ା୦୮(ମ ନି ସ ):ଦିର୍ଘ ୧୧ ମାସ ପରେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ପଦ ଫେରି ପାଇଛନ୍ତି ବିନ୍ଦୁ ମହାନନ୍ଦ । ପୁଲିସ କେସ ଓ ଆୟ ବହିର୍ଭୁତ ଠୁଳ ମାମଲା ରେ ଭିଜିଲାନ୍ସ ତାଙ୍କୁ ଗିରଫ କରି କୋର୍ଟ ଚଲାଣ କରିଥିବା ବେଳେ ସେ ନିୟମିତ ବେଲ ମାଧ୍ୟମରେ ଘରକୁ ଫେରିଥିଲେ । ତାଙ୍କର କେସ ବର୍ତ୍ତମାନ କୋର୍ଟରେ ଚାଲୁ ରହିଥିବା ବେଳେ ସେ ଦୋଷୀ ସାବ୍ୟସ୍ତ ହୋଇ ନ ଥିବାରୁ ରାଜ୍ୟ ସରକାର ତାଙ୍କ ବ୍ଲକ ଅଧ୍ୟକ୍ଷ ପଦବୀରେ ଅବସ୍ଥାପିତ କରିଥିବାରୁ ଆଜି ସେ ତାଙ୍କର ହଜାର ହଜାର ସମର୍ଥକ ମାନଙ୍କ ସହିତ ବ୍ଲକ ଅଫିସକୁ ଆସି ବ୍ଲକ ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିଥିଲେ । ଏହି ସମୟରେ ବିଜେପିର ଅନେକ ବରିଷ୍ଠ କର୍ମୀ ମାନେ ମଧ୍ୟ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ ଯେ ବ୍ଲକ ଅଧ୍ୟକ୍ଷ ଶ୍ରୀ ମହାନନ୍ଦ ପୂର୍ବରୁ ଅନେକ ଜନ ହିତକର କାର୍ଯ୍ୟ,ଦୈନନ୍ଦିନ ଲୋକଙ୍କ ଅଭିଯୋଗ ଶୁଣିବା ଓ ଲୋକଙ୍କ ଦ୍ୱାର ମୁହଁରେ ସେବା କାର୍ଯ୍ୟକ୍ରମ ମାଧ୍ୟମରେ ସମସ୍ତ ବ୍ଲକ ଅଧିକାରୀମାନଙ୍କୁ ଧରି ଗାଁ ଗାଁ ବୁଲି ଲୋକଙ୍କ ଅଭିଯୋଗ ଶୁଣି ସମାଧାନ କରୁଥିବାରୁ ସେ ବ୍ଲକ ତଥା ସମସ୍ତ ଜିଲ୍ଲାରେ ପରିଚିତ ହୋଇ ପାରିଥିଲେ । ଦିନକୁ ଦିନ ତାଙ୍କର ଲୋକ ପ୍ରିୟତା ବଢି ଚାଲିଥିବାରୁ ତାଙ୍କୁ ବିରୋଧି ଗୋଷ୍ଠୀ ଚକ୍ରାନ୍ତ କରି ଫସାଇ ଦେଇ ଜେଲ ପଠାଇ ଦେଇଥିବା ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଥିଲା । ଆଜି ଶ୍ରୀ ମହାନନ୍ଦ ବ୍ଲକ ଅଧ୍ୟକ୍ଷ ପଦ ଫେରି ପାଇଥିବା ବେଳେ ତାଙ୍କ ସମର୍ଥନ ମହଲରେ ଖୁସିର ମାହୋଲ ଦେଖାଦେଇଛି । ଅପରପକ୍ଷରେ ପୁଣି ଦୈନନ୍ଦିନ ଜନ ଶୁଣାଣି ଓ ଲୋକଙ୍କ ଦ୍ୱାର ମୁହଁରେ ସେବା ମାଧ୍ୟମରେ ଲୋକଙ୍କ ସମସ୍ୟା ସମଧାନ କରାଯିବ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି ବ୍ଲକ ଅଧ୍ୟକ୍ଷ ଶ୍ରୀ ମହାନନ୍ଦ । ଏହି କାର୍ଯ୍ୟକ୍ରମ ରେ ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ମନୋଜ ମେହେର, ବରିଷ୍ଠ ଆଇନଜୀବୀ ସୁଧାଂଶୁ ବରାଡ଼ ହିମାଂଶୁ ବରାଡ଼ ଜୟ ମହାନନ୍ଦ କାଳିନ୍ଦୀ ପାଣିଗ୍ରାହୀ ଦିପେନ ସାହୁ, ବରିଷ୍ଠ ବିଜେପି କର୍ମୀ ଭୃଶବ ରାଉତ,ଲିଙ୍ଗରାଜ ଭୋଇ, ଲଳିତ ପ୍ରଧାନ, ପ୍ରଦୀପ ପଣ୍ଡା, ଭାଗ୍ୟବାନ ବାଗ,ନେତ୍ରା ନନ୍ଦ ମହାନ୍ତି,ଜୟନ୍ତ ସିଂ,ଦିବ୍ୟ ଦୀପ, ରଜତ ପୁଟେଲ,ଗଙ୍ଗା ଧର ରାଉତ,ଭବାନି ଠାକୁର,ଲକ୍ଷ୍ମୀ ବାଣୁଆ, ପିତାମ୍ବର ପାତ୍ର, ଗୋଲାମୁଣ୍ଡା ବ୍ଲକ ସରପଞ୍ଚ ସଙ୍ଘ ସଭାପତି ପୁରୁଷୋତ୍ତମ ରାଉତ, ସମିତି ସଭ୍ୟ ବ୍ଲକ ସଂଘ ସଭାପତି ଦୁର୍ଗେ ସାହୁ, ଗୌରୀ ଚନ୍ଦନ, ମଦନ ପୁଟେଲ, ଚୈତନ୍ୟ ମାଝୀ, ରମେଶ ଶବର, ଉପେନ୍ଦ୍ର ନାଗ, ମୁଷିକ ମଙ୍ଗରାଜ, ଜିମୂତ ବାହାନ ହରପାଳ, ଟେକଚନ ଛତ୍ରିଆ, ରୁଦ୍ରକ୍ଷ୍ୟ ପୁଟେଲ, ମୁରଲୀ ମାଝୀ ସମେତ ସରପଞ୍ଚ ଓ ସମିତି ସଭ୍ୟ ଉପସ୍ଥିତ ଥିଲେ l ମୁ ପୁଣି ଥରେ ପଦବୀ ଫେରି ପାଇବାରୁ ମାନ୍ୟବର ମୁଖ୍ୟ ମନ୍ତ୍ରୀ ଶ୍ରୀ ମୋହନ ମାଝୀ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ଯାଦବ,ଉପ ମୁଖ୍ୟ ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂ ଦେଓ, ଆଇନ ମନ୍ତ୍ରୀ ଶ୍ରୀ ପୃଥ୍ୱୀ ରାଜ ହରିଚନ୍ଦନ,ରାଜ୍ୟ ବିଜେପି ସଭାପତି ମନ ମୋହନ ସାମଳ, ସଂଗଠନ ମନ୍ତ୍ରୀ ମାନସ ମହାନ୍ତି, ପଞ୍ଚାୟତ ରାଜ ମନ୍ତ୍ରୀ ଶ୍ରୀ ରବି ନାଏକ, ପୂର୍ବତନ ମନ୍ତ୍ରୀ ଶ୍ରୀ ହିମାଂଶୁ ମେହେର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ମନୋଜ ମେହେର, ଜିଲ୍ଲା ବିଜେପି ସଭାପତି ଆର୍ତ୍ତି ମହାପାତ୍ର ସମୂହ ଙ୍କ ନିକଟରେ ମୁ ଧନ୍ୟବାଦ ଦେବା ସହ ଚିର ଋଣୀ ବୋଲି ବ୍ଲକ ଅଧ୍ୟକ୍ଷ ଶ୍ରୀ ମହାନନ୍ଦ ପ୍ରକାଶ କରିଛନ୍ତି।

ଦାମୋଦର ଦାସ ଙ୍କ ରିପୋର୍ଟ୍ 

Related posts

ନିର୍ବାଚନ ପ୍ରଚାର ଆରମ୍ଭ କଲେ କଂଗ୍ରେସ ନେତା ହିମାଂଶୁ ଶେଖର

masiha

ଆସୁଛନ୍ତି ନଡ୍ଡା

Sunil Chandra Nayak

ବିଜୁ ଶ୍ରମିକ ବନ୍ଧୁ ସମ୍ମାନର ନାମ ପରିବର୍ତ୍ତନ ପ୍ରସଙ୍ଗ ବିଜୁ ବାବୁଙ୍କୁ ବାରମ୍ବାର ଅସମ୍ମାନ କରି ହୀନମନ୍ୟତାର ପରିଚୟ ଦେଇଛନ୍ତି ରାଜ୍ୟ ସରକାର: ବିଜେଡି

Sunil Chandra Nayak

Leave a Comment

error: Content is protected !!