ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

କଂଗ୍ରେସ ଦେଉ ନଥିଲା ଗୁରୁତ୍ୱ ଆଜି ବିଧିବଦ୍ଧ ଭାବେ ବିଜେଡି ଦଳରେ ଯୋଗଦେଲେ ଧର୍ମଗଡ ର କଂଗ୍ରେସ ନେତା ଡାକେ ଲହଜଳ ଓ ତାଙ୍କ ଟିମ 

କଂଗ୍ରେସ ଦେଉ ନଥିଲା ଗୁରୁତ୍ୱ ଆଜି ବିଧିବଦ୍ଧ ଭାବେ ବିଜେଡି ଦଳରେ ଯୋଗଦେଲେ ଧର୍ମଗଡ ର କଂଗ୍ରେସ ନେତା ଡାକେ ଲହଜଳ ଓ ତାଙ୍କ ଟିମ 

ଶଙ୍ଖ ଭବନରେ ହାତ ଛାଡି ଶଙ୍ଖ ଫୁଙ୍କିଲେ କଳାହାଣ୍ଡି ଜିଲ୍ଲା ଧର୍ମଗଡ ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ ର ପୂର୍ବତନ ସଭାପତି ଓ ତାଙ୍କ ଟିମ। ସୋମବାର ଭୁବନେଶ୍ୱର ଶଙ୍ଖ ଭବନ ଠାରେ ବିଜେଡିର କଳାହାଣ୍ଡି ପ୍ରଭାରୀ ପ୍ରଣବ କୁମାର ବଳବନ୍ତରାୟ,ଜିଲ୍ଲାସଭାପତି ପୁଷ୍ପେନ୍ଦ୍ର ସିଂଦେଓ, ରାଜ୍ୟସଭା ସାଂସଦ ସୁଜିତ କୁମାର, ଧର୍ମଗଡ ବିଧାୟକ ମୌଶୋଧି ବାଗ, ଧର୍ମଗଡ ବ୍ଲକ ସଭାପତି ଟିକମନ ଯାଦବଙ୍କ ଉପସ୍ଥିତି ରେ ପୂର୍ବତନ ଧର୍ମଗଡ ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ ସଭାପତି ଡାକେ ଲହଜଳ, ଯାଦବ ସମାଜ ଧର୍ମଗଡ଼ ଉପସଭାପତି ପ୍ରମୋଦ ହଂସ, ସତନାମୀ ସମାଜ ରାଜ୍ୟ କୁଳପତି କ୍ଷେତ୍ରମୋହନ ସତନାମୀ, ଜଗନ୍ନାଥ ସତନାମୀ, ଗୁଣ ଶବର କୃପାସିନ୍ଧୁ ଚଣ୍ଡି ,ଅଜୟ ପୁଝାରୀ,ପୂର୍ଣ୍ଣମୀ ନାଏକ, ଧର୍ମାନନ୍ଦ ଗୋପାଳ, ବୁକଚନ ବାଗ,ମମତାରାନୀ ଗୋପାଳ ପ୍ରମୁଖ କଂଗ୍ରେସ ଛାଡି ବିଜେଡି ରେ ଯୋଗ ଦେଇଛନ୍ତି। ବିଜେଡି ରେ ଯୋଗ ଦେବା ପୂର୍ବରୁ ସେମାନେ କଂଗ୍ରେସ ଦଳରେ ସକ୍ରିୟ କାର୍ଯ୍ୟକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ କିନ୍ତୁ ଦଳ ବାରମ୍ବାର ଅଣଦେଖା କରୁଥିବାରୁ କଂଗ୍ରେସ ଛାଡିବାକୁ ବାଧ୍ୟ ହେଲୁ ବୋଲି ପ୍ରକାଶ କରିଥିଲେ।

ଢଗ ନାଏକ ଙ୍କ ରିପୋର୍ଟ୍ 

Related posts

ଵହଳଦାରେ ବିଜେପି ତରଫରୁ ସନ୍ଥ ଶିରୋମଣି ରବିଦାସଙ୍କ ଜୟନ୍ତୀ ଓ ସମରସିତା ସଙ୍କଳ୍ପ ଅଭିଯାନ

Sunil Chandra Nayak

ଅଟଳ ବିହାରୀ ବାଜପେୟୀଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ 

masiha

ଡାବୁଗାଁ ବିଧାନସଭା ନିର୍ବାଚନମଣ୍ଡଳୀ ସ୍ତରୀୟ ବିଜୁ ଓ ଛାତ୍ର ସମ୍ମୀଳନୀ

Sunil Chandra Nayak

Leave a Comment

error: Content is protected !!