ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବିଜେଡି ର ୩ ଟି ସ୍ଥାନରେ କର୍ମୀ ସମ୍ମିଳନୀ 

ବିଜେଡି ର ୩ ଟି ସ୍ଥାନରେ କର୍ମୀ ସମ୍ମିଳନୀ 

ଡାବୁଗାଁ, ୧୯/୪ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଚଚରାଗୁଡା ପଞ୍ଚାୟତ ଅଧୀନ ଜନ୍ଦ୍ରୀଗୁଡା, ଅଞ୍ଚଳା ପଞ୍ଚାୟତର ପୁଜାରିଗୁଡା ଓ ମେଦନା ପଞ୍ଚାୟତର ମେଦନା ଗ୍ରାମ ଠାରେ ବ୍ଲକ ବିଜେଡି ତରଫରୁ ଏକ କର୍ମୀ ସମ୍ମିଳନୀ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି | ଏହି ୩ ଟି ସ୍ଥାନରେ ବିଜେଡି ର ନବରଙ୍ଗପୁର ସାଂସଦ ପାର୍ଥୀ ପ୍ରଦୀପ ମାଝି ଓ ଡାବୁଗାଁ ବିଧାୟକ ପାର୍ଥୀ ଭାବେ ମନୋହର ରନ୍ଧାରୀ ଯୋଗ ଦେଇ ଏହି ନିର୍ବାଚନରେ ଭୋଟ ଦେଇ ଜିତାଇବାକୁ ନିବେଦ କରିଥିଲେ | ଏହାସହ କର୍ମୀ ମାନଙ୍କୁ ପ୍ରତି ଗ୍ରାମରେ ଘର ଘର ବୁଲି ଭୋଟ ମାଗିବାକୁ ପରାମର୍ଶ ଦିଆଯାଇଥିଲା | ଏହାସହ ଚଚରାଗୁଡା ପଞ୍ଚାୟତ ରୁ ୫୪ ଜଣ, ଅଞ୍ଚଳା ପଞ୍ଚାୟତରୁ ୩୮ ଜଣ ଓ ମେଦନା ପଞ୍ଚାୟତ ରୁ ୩୪ ଜଣ ବିଭିନ୍ନ ଦଳ ଛାଡି ବିଜେଡି ଦଳରେ ସାମିଲ ହୋଇଥିଲେ | ଉକ୍ତ ସଭାରେ ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର କୁମାର ମିଶ୍ର, ବିଧାୟକ ପ୍ରତିନିଧି ଏମ ବୁଲୁ ରାଓ, ଏମପି ପ୍ରତିନିଧି ଏମ ଆପ୍ପା ରାଓ , ଡାବୁଗାଁ ଜିଲାପରିଷଦ ସଭ୍ୟ ଧନସିଂ ଭତ୍ରା ଓ ଗୁପ୍ତ ବିଶୋଇ, ବ୍ଲକ ଅଧ୍ୟକ୍ଷା ବୀଣା ମାଝି, ଉପାଧ୍ୟକ୍ଷ ସଦାନନ୍ଦ ନାୟକ, ରାଜ୍ୟସଭା ସାଂସଦ ଙ୍କ ପ୍ରତିନିଧି ରାମାରାଓ ଚୌଧୁରୀ, ପୂର୍ବତନ ଜିଲା ପରିଷଦ ସଭ୍ୟ ବିଜଯ କୁମାର ବେହେରା, ୩ ପଞ୍ଚାୟତ ର ସରପଞ୍ଚ, ସମିତିସଭ୍ୟ ଓ ବହୁ କର୍ମୀ ମାନେ ସାମିଲ ଥିଲେ ।

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ରାଇରଙ୍ଗପୁରରେ ବିଜେପି ତରଫରୁ ପ୍ରାକ୍ତନ ରାଜ୍ୟସଭା ସାଂସଦ ମମତା ମହାନ୍ତଙ୍କୁ ଭବ୍ୟ ସମ୍ବର୍ଦ୍ଧନା 

masiha

ବ୍ଲକ ସ୍ତରରେ ପ୍ରତିଷ୍ଟା ଦିବସ ପାଳନ ନିମନ୍ତେ ବିଜେଡିର ପ୍ରସ୍ତୁତି ବୈଠକ,ତତ୍ ସହ ଜିଲ୍ଲା ପର୍ଯ୍ୟବେକ୍ଷକଙ୍କୁ ସମ୍ବର୍ଧନା ଦେଲେ ବିଜେଡି କର୍ମୀ

Sunil Chandra Nayak

ଗନ୍ଧଳା ରେ ବିଜେଡି ର ସାଂଗଠନିକ ବୈଠକ 

Sunil Chandra Nayak

Leave a Comment

error: Content is protected !!