ବିବିଧବେଣୁଧର ସୂତାର ଙ୍କ କବିତା l l ସ୍ବାଗତ ହେ ନୂଆବର୍ଷ l l by Sunil Chandra NayakDecember 31, 20220156 Share1 l l ସ୍ବାଗତ ହେ ନୂଆବର୍ଷ l l ବେଣୁଧର ସୂତାର ରକ୍ତ କରବୀର ରଙ୍ଗ ପାଖୁଡା ରେ ଫୁଟାଇ ପ୍ରୀତିର ହସ ଚାରୁ ଲତିକାର କୁସୁମ କୁଞ୍ଜରେ ମାଦକିତ ମଧୁ ବାସ ରମଣୀୟ ଉଦ୍ ଭାସ ଶିଶିର ଝରା ଏ ଶୀତୁଆ ଲଗନେ ନୂଆବର୍ଷ ତୁମେ ଆସ ।। ତୁମ ଆଗମନେ ଉତ୍ତାଳ ଅଧିର ନୀଳସିନ୍ଧୁ ଉର୍ମିମାଳା ପୁଲକିତ ସୁରେ ଗାଉଛି ପ୍ରକୃତି ପ୍ରୀତିର ପଦ୍ମତୋଳା ଶତାବ୍ଦୀ ତନୁରେ ଶୋଷ ଶିରି ଶିରି ହିମ ଶୀତ ପରଶରେ ରଚ ନୂଆ ରୂପନ୍ୟାସ ନୂଆବର୍ଷ ତୁମେ ଆସ ………. ଶୀତ ସକାଳର ଚାରୁମୟ ଶୋଭା ପ୍ରଦୋଷର ଚିତ୍ରାବଳୀ ତୁମ ସ୍ବାଗତରେ ଫୁଟି ଉଠିଲେଣି କଅଁଳ କୁସୁମ କଳି ଧରଣୀର ସୁନା ବେଶ ଜ୍ୟୋତ୍ସ୍ନାମୟ ଶଶୀ ସ୍ବପ୍ନଭରା ନିଶି ଶୁଭମୟ ଅବକାଶ ନୂଆବର୍ଷ ତୁମେ ଆସ………… ନବ ସନ୍ଦୀପନା ନବୀନ ଉର୍ଜନା ଭରିଦିଅ ବିଶ୍ବପ୍ରାଣେ ମାନବ ପ୍ରେମର ମଙ୍ଗଳ ଗୀତିକା ଜନଗଣ ମନପ୍ରାଣେ ଦୃପ୍ତକଣ୍ଠେ କରୁ ଘୋଷ ହୃଦୟ ତନ୍ତ୍ରୀର ପ୍ରତି ସ୍ପନ୍ଦନରେ ଭରିଦିଅ ପରିତୋଷ ନୂଆବର୍ଷ ତୁମେ ଆସ………… ତୁମ ଆଗମନେ ଫୁଟିଉଠେ ଆଜି ନିଖିଳ ମୁଖରେ ହସ ତୁମରି ପରଶେ ପରିପୂର୍ଣ୍ଣ ହେଉ ଏଧରାର ଅଭିଳାଷ ଶୀତଳ ରୋମାଞ୍ଚ ସ୍ପର୍ଶ ସତ୍ୟଶାନ୍ତି ପ୍ରୀତି ମୈତ୍ରୀମାଳାରେ ନିରାମୟ ହେଉ ବିଶ୍ବ ସ୍ବାଗତ ହେ ନୂଆବର୍ଷ ସ୍ବାଗତ ହେ ନୂଆବର୍ଷ……….. କେଶଦୁରାପାଳ କେନ୍ଦୁଝର