ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳା ସଂସ୍କୃତି ସଂଘ ଉପ ସଭାପତି ଙ୍କୁ ମିଳିଲା ପରିଚୟ ପତ୍ର

ରାୟଗଡ଼ା, ତା ୦୭/୦୭(ଆପ୍ର):-ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଓଡ଼ିଶା ସରକାରଙ୍କ ରାୟଗଡ଼ା ଜିଲ୍ଲା, ବ୍ଲକ ଓ ନଗର କଳା ସଂସ୍କୃତି ସଂଘ ଉପ ସଭାପତି ଙ୍କୁ ତା, ୦୫/୦୭/୨୩ ରିଖରେ ଜିଲ୍ଲାପାଳ ତଥା ଜିଲ୍ଲା କଳା ସଂସ୍କୃତି ସଂଘ ସଭାପତି ସ୍ଵଧା ଦେବ ସିଂହଙ୍କ ତତ୍ତ୍ଵାବଧାନରେ ଜିଲ୍ଲା ସଂସ୍କୃତି ଅଧିକାରୀ ତଥା ଜିଲ୍ଲା କଳା ସଂସ୍କୃତି ସଂଘ ସମ୍ପାଦିକା ସୁସ୍ମିତା ବାଉରୀଙ୍କ ଦ୍ବାରା ପରିଚୟ ପତ୍ର ପ୍ରଦାନ କରାଯାଇଛି। ଏହି ସମୟରେ କଲ୍ୟାଣସିଂହପୁର ବ୍ଲକ ତଥା ରାୟଗଡ଼ା ଜିଲ୍ଲା କଳା ସଂସ୍କୃତି ସଂଘ ଉପ ସଭାପତି ସନ୍ତୋଷ କୁମାର ବଛା, କାଶିପୁର ବ୍ଲକ ଉପ ସଭାପତି କୃଷ୍ଣ ଚନ୍ଦ୍ର ପୂଜାରୀ, ରାୟଗଡ଼ା ବ୍ଲକ ଉପ ସଭାପତି ସନ୍ତୋଷ କୁମାର ତାଣ୍ଡି, ଗୁଣପୁର ବ୍ଲକ ଉପ ସଭାପତି ଅଗନ୍ତି ଶବର, ଗୁଣପୁର ପୌର ପରିଷଦ ଉପ ସଭାପତି ସୋମନାଥ ପାଣି, ଗୁଡ଼ାରୀ ବ୍ଲକ୍ ଉପ ସଭାପତି ମାଝୀ କୁମ୍ଭାର, ଗୁଡ଼ାରୀ ବିଜ୍ଞାପିତ ଅଞ୍ଚଳ ପରିଷଦ ଉପ ସଭାପତି ସିମାଞ୍ଚଳ ଗୌଡ଼, ମୁନିଗୁଡ଼ା ବ୍ଲକ ଉପ ସଭାପତି ସୁବାସ ଚନ୍ଦ୍ର ନାୟକ, ପଦ୍ମପୁର ବ୍ଳକ ଉପ ସଭାପତି ଶ୍ୟାମ ସୁନ୍ଦର ସାହୁ ଏବଂ ଡାଟା ଏଣ୍ଟ୍ରି ଅପରେଟର କାନ୍ହୁ ଚରଣ ପ୍ରଧାନ ଉପସ୍ଥିତ ରହିଥିଲେ। ଉପ ସଭାପତି ମାନଙ୍କୁ ଅନେକ ଦରକାର ସମୟରେ ପରିଚୟ ପତ୍ର ନ ଥିବାରୁ ଅନେକ ସମସ୍ୟା ଦେଖା ଯାଉଥିଲା ତେଣୁ ନିଜର ପରିଚୟ ପତ୍ର ପାଇବା ପରେ ସମସ୍ତ ଉପ ସଭାପତି ମାନେ ଜିଲ୍ଲାପାଳ ଏବଂ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କୁ ଧନ୍ୟବାଦ୍ ଜଣେଇଥିଲେ।

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

କାର୍ଯ୍ୟସୂଚୀ ଅନୁଯାୟୀ ବାରିପଦା ଉପଖଣ୍ଡ ପାଇଁ ଯୁଗ୍ମ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

masiha

ପୁଣି ଫେରିଲା ଏକ ଦାଦନ ଶ୍ରମିକ ର ଶବ। ରୋଜଗାରିଆ ପୁଅକୁ ହରେଇ ପରିବାର ବେସାହାରା

masiha

ବୃନ୍ଦାବାହାଲ ଡ୍ରାଇଭର ମହାସଂଘ ପକ୍ଷରୁ ଦାବି ପତ୍ର ପ୍ରଦାନ

masiha

Leave a Comment

error: Content is protected !!