ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶ୍ରୀକୃଷ୍ଣ ସାଂସ୍କୃତିକ କଳା ପରିଷଦ ପକ୍ଷରୁ ମୁକ୍ତମଞ୍ଚ ନାଟକ ମହୋତ୍ସବ-୨୦୨୫ ଆସନ୍ତା ୧୫ରୁ.

ଶ୍ରୀକୃଷ୍ଣ ସାଂସ୍କୃତିକ କଳା ପରିଷଦ ପକ୍ଷରୁ ମୁକ୍ତମଞ୍ଚ ନାଟକ ମହୋତ୍ସବ-୨୦୨୫ ଆସନ୍ତା ୧୫ରୁ.

ରାଉରକେଲା : ଶ୍ରୀକୃଷ୍ଣ ସାଂସ୍କୃତିକ କଳା ପରିଷଦ ପକ୍ଷରୁ ଚଳିତ ମାସରେ ଏହାର ରୌପ୍ୟ ଜୟନ୍ତୀ ସମାରୋହ ପାଳନ କରାଯାଉଛି। ଏହିକ୍ରମରେ ଏକ ମୁକ୍ତମଞ୍ଚ ନାଟକ ମହୋତ୍ସବ-୨୦୨୫ ଆୟୋଜନ କରା‌ଯିବ। ଏହା ଚଳିତ ନଭେମ୍ବର ମାସ ୧୫ ତାରିଖରେ ଆରମ୍ଭ ହୋଇ ୧୭ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ଭିଏସ୍ଏସ୍ ମାର୍କେଟ ପରିସରରେ ଅନୁଷ୍ଠିତ ହେବ ବୋଲି ଧାମରା ସଂଘ ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ସୂଚନା ଅନୁଯାୟୀ ଏହି ଅବସରରେ ତିନୋଟି ନାଟକ ଯଥା କଳଙ୍କ ମୋ ପାଇଁ ଚନ୍ଦନ ଟୋପା, ସିନ୍ଦୁର ପିନ୍ଧିଲି ଦିନକ ପାଇଁ ଏବଂ ଅସତୀ ତୁଳସୀ ସତୀ ଚଉରା ଶୀର୍ଷକ ନାଟକ ମଞ୍ଚସ୍ଥ ହେବ କରାଯିବ। ନାଟକଗୁଡିକ ପ୍ରତିଦିନ ରାତ୍ର ୯ଟାରୁ ଆରମ୍ଭ ହେବାକୁ ଥିବାବେଳେ ଏହି ଅବସରରେ ଶ୍ରୀକୃଷ୍ଣ ମୁକ୍ତମଞ୍ଚ ନାଟକ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଶ୍ରୀକୃଷ୍ଣ ସାଂସ୍କୃତିକ ସମ୍ମାନରେ ଗୟାଧର ନାଥ, ସ୍ବର୍ଗତଃ ଟିକିଲି ପ୍ରିୟଦର୍ଶିନୀ ଏବଂ ସ୍ବର୍ଗତଃ ଜଗବନ୍ଧୁ ଚୌଧୁରୀ, ଶ୍ରୀକୃଷ୍ଣ ମୁକ୍ତମଞ୍ଚ ସମ୍ମାନରେ ସଚ୍ଚିନ୍ଦ୍ର ସାହୁ, ସୂର୍ଯ୍ୟନାରାୟଣ ଦାଶ, ରମେଶ ଚନ୍ଦ୍ର ଜେନା, ପୁଲୀନ ଚନ୍ଦ୍ର ରାଉତରାୟ, ଅଜୟ ପାଣି ଓ ଗଙ୍ଗାଧର ରାଉତଙ୍କୁ ସମ୍ମାନିତ କରାଯିବ ବୋଲି ସୂଚନା ଦିଆଯାଇଛି। ତେଣୁ ସମସ୍ତ ନାଟ୍ୟପ୍ରେମୀ ଏହି ସାରସତ ମହୋତ୍ସବରେ ଉପସ୍ଥିତ ରହି ସଚେତନତାଧର୍ମୀ ନାଟକଗୁଡିକୁ ଉପଭୋଗ କରିବା ନିମନ୍ତେ ଶ୍ରୀକୃଷ୍ଣ ସାଂସ୍କୃତିକ କଳା ପରିଷଦ ପକ୍ଷରୁ ନିବେଦନ କରାଯାଇଛି। 

     ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଏହି ମୁକ୍ତମଞ୍ଚ ନାଟକ ମହୋତ୍ସବ – ୨୦୨୫ର ଉଦ୍‌ଯାପନୀ ସମାରୋହ ସ୍ଥାନୀୟ ସିଭିକ୍ ସେଣ୍ଟର ଠାରେ ଆସନ୍ତା ଡିସେମ୍ବର ମାସରେ ନାଟକ ମଞ୍ଚସ୍ଥ ତଥା ସାଂସ୍କୃତିକ କାର୍ଯ୍ୟକ୍ରମ ଓ ସ୍ମରଣିକା ଉନ୍ମୋଚନ ପୂର୍ବକ ଆୟୋଜନ କରାଯିବ ବୋଲି ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରାଯାଇଛି। ସେହିପରି ଏହି ୩ ଦିନରେ ସାରଦା ପ୍ରସାଦ ନାୟକ, ଦୁର୍ଗାଚରଣ ତନ୍ତୀ, ଦିଲ୍ଲିପ ରାୟ,ଡ ସନାତନ ପ୍ରଧାନ, ଦିଲୀପ ମହାପାତ୍ର,ରାଜୀବ ପାଣି ପ୍ରମୁଖ ଅତିଥି ଭାବେ ଯୋଗ ଦେବେ। କଳାକାରଙ୍କୁ ପ୍ରୋତ୍ସାହନ ଦେବା ପାଇଁ ଏହି ମୁକ୍ତମଞ୍ଚ ନାଟକ ଆୟୋଜନ କରାଯାଉଛି ବୋଲି ଅନୁଷ୍ଠାନ ତରଫରୁ କୁହାଯାଇଛି।

       ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଶ୍ରୀକୃଷ୍ଣ ସାଂସ୍କୃତିକ କଳା ପରିଷଦର ସଭାପତି ପ୍ରଦୀପ କୁମାର ନାୟକ, ସାଧାରଣ ସମ୍ପାଦକ ଭରତ ଚନ୍ଦ୍ର ସେଠୀ, ଉପସଭାପତି ଅମୂଲ୍ୟ କୁମାର ଧଳ, ସହ ସମ୍ପାଦକ ବିଚିତ୍ର କୁମାର ଦାସ, ସାଂସ୍କୃତିକ ସମ୍ପାଦକ ବିନୟ କୁମାର ଜେନା, ସଂଯୋଜକ ପ୍ରବୀର ଜେନା, ଉପଦେଷ୍ଟା ଆଲୋକ ରଂଜନ ବୋଷ, ସୁଶାନ୍ତ କୁମାର ନାୟକ, ସୁରେନ୍ଦ୍ର ପାଢ଼ୀ, ସଂଜୀବ କୁମାର, ସଞ୍ଜୀବ ଚାନ୍ଦ, ଜିତେନ୍ଦ୍ର ବିଶୋଇ, ପ୍ରଭାକର ଶର୍ମା, ସୁଶାନ୍ତ ପତି, ସଂଜୀବ ରାୟ ମହାପାତ୍ର, ମହେନ୍ଦ୍ର ସାହୁ, ପ୍ରଶାନ୍ତ ରାଉତ, ଅନୀଲ ଦାଶ,ଅନୁପ ଦାସ ଏବଂ ଅନ୍ୟାନ୍ୟ ସଭ୍ୟମାନେ ଉପସ୍ଥିତ ଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଧନଞ୍ଜୟ ମହାନ୍ତିଙ୍କ ପୂଣ୍ୟତିଥି ଓ ସ୍ମୃତି ସଭା

Sunil Chandra Nayak

ଢେ଼ଙ୍କାନାଳ ଜିଲ୍ଲା ୱେବ୍ ମିଡ଼ିଆ ସାମ୍ବାଦିକ ସଙ୍ଘ ର କାମାକ୍ଷାନଗର ଉପଖଣ୍ଡ ସ୍ତରୀୟ ବୈଠକ ଅନୁଷ୍ଠିତ 

masiha

ବିଶ୍ୱ ପୋଲିଓ ଦିବସ ଉପଲକ୍ଷେ ସଚେତନତା କାର୍ଯ୍ୟକ୍ରମ — ରୋଟାରି ଓ ଇଣ୍ଟରାକ୍ଟ କ୍ଲବ ର ସଫଳ ସଂଯୁକ୍ତ ପ୍ରୟାସ

Sunil Chandra Nayak

Leave a Comment

error: Content is protected !!