ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାମାକ୍ଷାନଗର ବାଇସିଙ୍ଗା ଓଭରବ୍ରିଜ ହେଲା, ଅନନ୍ତପୁର କେବେ ?

କାମାକ୍ଷାନଗର ବାଇସିଙ୍ଗା ଓଭରବ୍ରିଜ ହେଲା, ଅନନ୍ତପୁର କେବେ ?

ଢେଙ୍କାନାଳ (ମନିସ)23/5/25 — ଢ଼େଙ୍କାନାଳ ଜିଲ୍ଲା କାମାକ୍ଷାନଗର ବାଇସିଙ୍ଗା ଠାରେ ନିର୍ମିତ ଜାତୀୟ ରାଜପଥ ୫୩ ର ବାଇପାସ ଓଭରବ୍ରିଜ ଉଦଘାଟିତ ହୋଇଯାଇଛି । କାମାକ୍ଷନଗର ଓ ଭୁବନ ପାଇଁ ଏହି ବାଇସିଙ୍ଗା ଓଭରବ୍ରିଜ ଏବେ ଜନସାଧାରଣ ଦୀର୍ଘଦିନର ଆଶା ପୂରଣ ହେଲା ବୋଲି କେନ୍ଦ୍ର ଶିକ୍ଷ୍ୟାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ। 2004 ମସିହାରେ ତତ୍କାଳୀନ କେନ୍ଦ୍ର ଭୁପୃଷ୍ଠ ପରିବହନ ମନ୍ତ୍ରୀ ସ୍ଵର୍ଗତ ଦେବେନ୍ଦ୍ର ପ୍ରଧାନ ଚଣ୍ଡିଖୋଲ ଠାରୁ କନକତୋରା ପର୍ଯ୍ୟନ୍ତ ରାସ୍ତାକୁ 200 ନମ୍ଵର୍ ଜାତୀୟ ରାଜପଥ ଘୋଷାଣ କରିଥିଲେ। ପରେ କେନ୍ଦ୍ରମନ୍ତ୍ରୀ ନୀତିନ୍ ଗଡ଼କରୀ ଚଣ୍ଡିଖୋଲ ଠାରୁ ତାଳଚେର ପର୍ଯ୍ୟନ୍ତ ରାସ୍ତାକୁ ୪ ଥାକିଆ ରାସ୍ତା ନିର୍ମାଣ କରାଇଥିଲେ। ଢେଙ୍କାନାଳ ଜିଲ୍ଲାର ୮୫ କିମି ରାସ୍ତା କାର୍ଯ୍ୟ ଶେଷ ହୋଇଛି। ଯାଜପୁର ଜିଲ୍ଲାର ଚଣ୍ଡିଖୋଲ ଠାରୁ ଡୁବୁରି ପର୍ଯ୍ୟନ୍ତ ୩୬ କିମି ରାସ୍ତା ଏବେ ବି ଅଧାରେ ପଡିଛି। ସୁକିନ୍ଦା ଠାରେ ଓଭର ବ୍ରିଜ ନିର୍ମାଣ ପାଇଁ କ୍ଷେତ୍ର ପ୍ରସ୍ତୁତ କିନ୍ତୁ ଅଟକିଛି। ଢେଙ୍କାନାଳ ଜିଲ୍ଲାର ପ୍ରବେଶ ପଥ ଅନନ୍ତପୁର ଠାରୁ ପିତିରି ମଧ୍ୟରେ ବାଇଶିଙ୍ଗା, ମଠକରଗୋଲା, ପରଜଙ୍ଗ, ଅନନ୍ତପୁର ଠାରେ ଓଭର ବ୍ରିଜ ନିର୍ମାଣ ନିମନ୍ତେ ସାଧାରଣ ଲୋକଙ୍କ ପକ୍ଷ୍ୟରୁ ଦାବି ହୋଇ ଆସୁଛି। ବାଇଶିଙ୍ଗା ଓଭର୍ ବ୍ରିଜ ଦ୍ଵାରା ଦିର୍ଘଦିନ ଯାତାୟାତ ଅସୁବିଧାର ଶେଷ ହୋଇଛି । ୧୦.୬୫ କୋଟି ଟଙ୍କା ବ୍ୟୟରେ ୬୫୦ ମିଟର ବ୍ରିଜ ତିଆରି ହୋଇଥିବା ରୁ ଏହି ବ୍ରିଜ୍ ଅଞ୍ଚଳର ଉନ୍ନତି ଓ ଶିଳ୍ପ ବିକାଶ ପାଇଁ ଏକ ମାଧ୍ୟମ ହେବ ବୋଲି ସଂସାଦ ରୁଦ୍ରନାରାୟଣ ପାଣି କହିଥିଲେ। ତେବେ ଭାଷଣ ବେଳେ ପରଜଙ୍ଗ ଓ ମଠକରଗୋଲା ବିଷୟ ଦୋହରାଇ ଥିବା ବେଳେ ଅନନ୍ତପୁର କଥା କୁ କହିନଥିଲେ । ମଠକରଗୋଲା ଓ ଅନନ୍ତପୁର ରାସ୍ତାରେ ବର୍ଷକୁ 20 ରୁ ଉର୍ଦ୍ଧ ବ୍ୟକ୍ତି ଙ୍କର ସଡକ ଦୁର୍ଘଟଣାରେ ମୃତ ହେଉଛି। ଏଣୁ ଅନନ୍ତ ପୁର ରାସ୍ତା କାମ ବିଚାର କରିବାକୁ ସାଧାରଣ ରେ ଚର୍ଚ୍ଚା ହେଉଛି l

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ରେଳବାଇ ର ଅବହେଳା କୁ ବରଦାସ୍ତ କରାଯିବ ନାହିଁ, ଦାବି ହାସଲ ପାଇଁ ସମ୍ମିଳିତ ଲଢେଇ ର ଆହ୍ୱାନ

ଭିଡିଓ କନଫରେନ୍ସି ଜରିଆରେ ବାଣପୁରର ୪ଟି ସ୍କୁଲକୁ 5Tରେ ରୂପାନ୍ତରଣ କଲେ ମୁଖ୍ୟମନ୍ତ୍ରୀ

ଏପଟେ ଘନଘନ ବିଦ୍ୟୁତ୍‌କାଟ୍‌ ହେଉଥିବା ବେଳେ ସେପଟେ ଦିନରେ ଜଳୁଛି ଷ୍ଟ୍ରିଟ୍‌ ଲାଇଟ୍‌

masiha

Leave a Comment

error: Content is protected !!