ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୁଣ୍ଡଫଟା ଖରା ସାଙ୍ଗକୁ ଦାଉ ସାଧୁଛି ବିଦୂତ କାଟ

ଚନ୍ଦାହାଣ୍ଡି -(ମ ନି ସ )ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ରେ କଲବଲ କରୁଛି ଗ୍ରୀଷ୍ମ ତାତି l ଅସହ୍ୟ ଗ୍ରୀଷ୍ମ ତାତି ସାଙ୍ଗକୁ ଗୁଳଗୁଳି ଜନଜୀବନ କୁ ଅସ୍ତବ୍ୟସ୍ତ କରି ପକାଉଛି l ସକାଳ 11 ଟା ରୁ 3 ଟା ପର୍ଯ୍ୟନ୍ତ ପ୍ରଚଣ୍ଡ ଗ୍ରୀଷ୍ମ ଅନୁଭୂତ ହେଉଛି l ଫଳରେ 11 ଟା ରୁ ଘରୁ ବାହାରିବା ସହର ତଥା ଗ୍ରାମବାସିଙ୍କ ପାଇଁ ଏକ ପ୍ରକାର କଷ୍ଟ ସାଧ୍ୟ ହୋଇ ପଡୁଛି l ଏ ପର୍ଯ୍ୟନ୍ତ ମୌସୁମୀ କିମ୍ବା ଅଦିନିଆ ବର୍ଷା ହୋଇ ନ ଥିବା ବେଳେ ବର୍ତ୍ତମାନ ବ୍ଲକ ରେ ତାପମାତ୍ରା 40 ଡିଗ୍ରୀ ରୁ ଅଧିକ ରହୁଛି l ଜରୁରୀ କାମ ଥିଲେ ହିଁ ଲୋକେ ମୁଣ୍ଡରେ ଟୋପି କିମ୍ବା ଗାମୁଛା ସାଙ୍ଗକୁ କଳା ଚଷମା ଓ ପାଣି ବୋତଲ ନେଇ ଯିବା ଆସିବା କରୁଛନ୍ତି l ଅନ୍ୟପଟେ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ପାନୀୟ ଜଳ ସମସ୍ୟା ଓ ଅଘୋଷିତ ବିଦୂତ କାଟ ଏବେ ବ୍ଲକ ବାସୀଙ୍କୁ ଚିନ୍ତା ରେ ପକାଇ ଦେଇଛି l ଜଙ୍ଗଲ ଜମି ପଟ୍ଟା ଏବଂ ମକା ଚାଷ ନାମରେ ଆଖ ପାଖ ଜଙ୍ଗଲ ସମ୍ପୂର୍ଣ ଧ୍ବଂସ ହୋଇ ଯାଇଥିବା ବେଳେ ଏହାର ପ୍ରଭାବ ଏବେ ଜନସାଧାରଣ ଏବଂ ବନ୍ୟ ଜନ୍ତୁ ଉପରେ ପଡୁଛି l ରାସ୍ତା ପ୍ରସସ୍ତି କରଣ ନାମରେ ରାସ୍ତା କଡରେ ଥିବା ଗଛ କାଟିଦିଆ ଯାଉଥିବା ବେଳେ ସେହି ମାତ୍ରା ରେ ବନବିଭାଗ ପକ୍ଷରୁ ବୃକ୍ଷ ରୋପଣ କରାଯାଉନାହିଁ l ଫଳରେ ଅଧିକ ମାତ୍ରାରେ ଗରମ ଅନୁଭୂତ ହେଉଛି l ଅସହ୍ୟ ଗରମ ସାଙ୍ଗକୁ ଅଘୋଷିତ ବିଦୂତ କାଟ ଅଧିକ ଦାଉ ସାଧୁଛି l ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ସମସ୍ତ ରାସ୍ତା କଡରେ ଅଧିକ ବୃକ୍ଷ ଲଗାଇ ସବୁଜିମା ସୃଷ୍ଟି କରିବାକୁ ଜନସାଧାରଣ ମହଲରେ ଦାବି ହୋଇଛି l

ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ 

Related posts

ବ୍ଳକ ସ୍ତରୀୟ ବିଦ୍ୟାଳୟ ସମୂହ ଖେଳ ଓ ଦୌଡକୁଦ ପ୍ରତିଯୋଗୀତା ଉଦଘାଟିତ 

Sunil Chandra Nayak

ଜୁନାଗଡ଼ କୁ ଜିଲ୍ଲା ମାନ୍ୟତା ଦାବୀ ନେଇ ୧୮ ଦିନରେ ପହଞ୍ଚିଲା ଧାରଣା

masiha

ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ରେ ୨୩ ଟି ଅଭିଯୋଗର ଶୁଣାଣି

Sunil Chandra Nayak

Leave a Comment

error: Content is protected !!