ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରିଷିଡା ଗ୍ରାମ ଉନ୍ନୟନ କମିଟିର ନୂତନ କର୍ମକର୍ତ୍ତା ଚୟନ

ରିଷିଡା ଗ୍ରାମ ଉନ୍ନୟନ କମିଟିର ନୂତନ କର୍ମକର୍ତ୍ତା ଚୟନ

କର୍ଲାମୁଣ୍ଡା, (ସୁଶାନ୍ତ ରଣା): କର୍ଲାମୁଣ୍ଡା ବ୍ଲକର ପ୍ରମୁଖ ଗ୍ରାମ ରିଷିଡାର ଗ୍ରାମ ଉନ୍ନୟନ କମିଟିର ନୂତନ କର୍ମକର୍ତ୍ତା ଓ କାର୍ଯ୍ୟକାରୀ କମିଟି, ଉପଦେଷ୍ଟା କମିଟି ଗଠିତ ହୋଇଯାଇଛି l ସଭାପତି ନନ୍ଦକିଶୋର ରଣାଙ୍କ ସଭାପତିତ୍ୱରେ ଆୟୋଜିତ ବୈଠକରେ ସମ୍ପାଦକ ନରୋତ୍ତମ ସେଲମା ଗତବର୍ଷର ଆୟ ବ୍ୟୟ ଉପସ୍ଥାପନ କରିଥିଲେ l ଏହାପରେ ଅନୁଷ୍ଠିତ କର୍ମକର୍ତ୍ତା ମନୋନୟନରେ ସର୍ବସମ୍ମତି କ୍ରମେ ନାରାୟଣ ରଣା ସଭାପତି, ଗୋବର୍ଦ୍ଧନ କୁମାର ଉପ ସଭାପତି, ପ୍ରେମାନନ୍ଦ ପାତ୍ର ସମ୍ପାଦକ, କରୁଣାକର ରଣା ସହ ସମ୍ପାଦକ ଭାବେ ମନୋନୀତ ହୋଇଥିବା ବେଳେ କାର୍ଯ୍ୟକାରୀ କମିଟିରେ ସରପଞ୍ଚ ସେବତୀ ରଣା, ସମିତି ସଭ୍ୟ ନିମାଇଁ ଚରଣ ବେହେରା, ନାଏବ ସରପଞ୍ଚ ନରେଶ ଦାସ, ନରୋତ୍ତମ ସେଲମା, କମ୍ବୁପାଣି ସାହୁ, ସତ୍ୟନାରାୟଣ କୁମାର, ସଞ୍ଜୟ ଜୈନ, ହିମାଂଶୁ ରଣା, ସୀତାରାମ ରଣା, ରୋହିତ କୁମାର ରଣା, ଉତ୍କଳମଣି ସେଠ, ମାର୍କଣ୍ଡ ସାହୁ, ଉଦୟନାଥ ନାଏକ, ରଞ୍ଜନ ନାଏକ, ଯୁଗଳ କିଶୋର ରଣା, ଶିବାଲାଲ କେଡ଼ିଆ, ଶତ୍ରୁଘନ ରଣା, ସୁଶାନ୍ତ ମଲ୍ଲିକ, ଦେବେନ୍ଦ୍ର ଲେଙ୍କା, ତାରାଚନ ପୋଢ଼ ଓ ଉପଦେଷ୍ଟା ମଣ୍ଡଳୀ ରେ ନନ୍ଦକିଶୋର ରଣା, ପ୍ରମୋଦ ସାହୁ, ଲଷ୍ମୀପ୍ରସାଦ ସେଠ, ଅନ୍ତର୍ଯ୍ୟାମୀ ସାହୁ, ଅଶୋକ କୁମାର ତ୍ରିପାଠୀ, କିଶୋର ଚନ୍ଦ୍ର ରଣା, ରାଜକିଶୋର ଜୈନ ମନୋନୀତ ହୋଇଥିଲେ l ଶେଷରେ ଅଶୋକ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ l 

Related posts

ବୌଦ୍ଧ ସହରର ମନ୍ଦିର ଗୁଡିକ ସହିତ ବୁଦ୍ଧ କୀର୍ତ୍ତିରାଜ ବିକାଶ ପାଇଁ ସମୀକ୍ଷା କଲେ ଜିଲ୍ଲାପାଳ

Sunil Chandra Nayak

ପ୍ରାଣୀ ସହାୟକ କେନ୍ଦ୍ରରେ ନାହାନ୍ତି କର୍ମଚାରୀ

masiha

ଗରିବ ନିରୀହ ହିତାଧିକାରୀଙ୍କୁ ଟାର୍ଗେଟ ।  ଆବାସ ଘର ନିର୍ମାଣ କରି ଦେବି କହି ଟଙ୍କା ଉଠାଇ ଯୁବକ ଫେରାର 

masiha

Leave a Comment

error: Content is protected !!