ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁରରେ ବନ୍ଦେ ମାତରଂ ଧ୍ବନିରେ ହରିର ତ୍ରିରଙ୍ଗା ବିଶାଳ ଶୋଭାଯାତ୍ରା

ରାଇରଙ୍ଗପୁରରେ ବନ୍ଦେ ମାତରଂ ଧ୍ବନିରେ ହରିର ତ୍ରିରଙ୍ଗା ବିଶାଳ ଶୋଭାଯାତ୍ରା

ରାଇରଙ୍ଗପୁର – ୧୪/୦୮ ସ୍ବାଧୀନତା ଦିବସ ଏବଂ ଜାତୀୟ ସଙ୍ଗିତ ‘ ବନ୍ଦେ ମାତରଂ ‘ ର ୧୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଆଜି ଶୁକ୍ରବାର ଦିନ ଅପରାହ୍ନ ୨ ଘଟିକା ରେ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖରୁ ବିଶାଳ ତ୍ରିରଙ୍ଗା ଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳ ଅଜିତ କୁମାର, ଉପଜିଲ୍ଲାପାଳ ଉଗ୍ରସେନ ଓରାମ, ଅତିରିକ୍ତ ଉପଜିଲ୍ଲାପାଳ ବାସନ୍ତୀ ଲାକ୍ରା, ତହସିଲଦାର ଭବାନି ପ୍ରସାଦ ସାହୁ, ରାଇରଙ୍ଗପୁର ପୌର ଅଧିକାରିଣୀ ଶକୁନ୍ତଳା ହାଁସଦା଼, ସୁଧାକର ସେଠୀ , ସମେତ ଶହୀଦ ମାନ୍ଯଗଣ୍ଯବ୍ଯକ୍ତି, ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା, ଛାତ୍ରୀବୃନ୍ଦ , ରାଇରଙ୍ଗପୁର ପୌରପାଳିକାର ସମସ୍ତ କର୍ମଚାରୀ, ରାଇରଙ୍ଗପୁର ଊପଖଣ୍ଡ ଚିକିତ୍ସାଳୟର କର୍ମଚାରୀ, ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ସାମିଲ ହୋଇଥିଲେ ।ଏହି ବିଶାଳ ଶୋଭାଯାତ୍ରା କଚେରୀ, ଦୁର୍ଗାମଣ୍ଡପ ଛକ, ମେଡିକାଲ ଛକ ଦେଇ ଉପଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖରେ ପହଞ୍ଚିଥିଲା ।ଅତିରିକ୍ତ ଜିଲ୍ଲାପାଳ ଅଜିତ କୁମାର, ଏବଂ ଉପଜିଲ୍ଲାପାଳ ଉଗ୍ରସେନ ଓରାମ ଅଞ୍ଚଳବାସୀଙ୍କୁ ଶୁଭେଛା ଜଣାଇବା ସହ ତ୍ରିରଙ୍ଗା ପତାକା ହେଉଛି ଆମର ଗର୍ବ ଗୌରବ ବୋଲି କହିଥିଲେ ।ସ୍ବାଧୀନତା ସଂଗ୍ରାମୀରେ ବଳିଦାନ ଦେଇଥିବା ମହାନ ସ୍ବାଧୀନତା ସଂଗ୍ରାମୀମାନଙ୍କୁ ସ୍ମରଣ କରିବା ସହିତ ଦେଶର ଅଖଣ୍ଡତା, ଏକତା, ଓ ଦେଶ ସେବାର ସଂକଳ୍ପ କୁ ସୁଦୃଢ କରିବାକୁ ଆହ୍ବାନ କରିଥିଲେ ।ତ୍ରିରଙ୍ଗା ଶୋଭାଯାତ୍ରାରେ ଵନ୍ଦେ ମାତରଂ ଧ୍ବନିରେ ପ୍ରକମ୍ପିତ ହୋଇ ଉଠିଥିଲା ସମଗ୍ର ରାଇରଙ୍ଗପୁର ସହର ।

ରାଇରଙ୍ଗପୁରରୁ ଅକ୍ଷୟ ବିଶ୍ବାଳ

Related posts

ମାଟ୍ରିକ ପରୀକ୍ଷା ରେ କଳାହାଣ୍ଡି ଜିଲ୍ଲା ଟପ୍ପର ହେଲେ ଶ୍ରୀୟାଂଶି ସାହୁ ,ମ,ରାମପୁର ଅଞ୍ଚଳ ରେ ଖୁସି ରେ ମାହୋଲ 

masiha

ଆଇନ ମହାବିଦ୍ୟାଳୟରେ ଜାତୀୟ ସମ୍ବିଧାନ ଦିବସ ପାଳିତ

masiha

କର୍ମଜୀବୀ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନାରେ ୱେବ ପୋର୍ଟାଲ ଲୋକାର୍ପଣ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ

Leave a Comment

error: Content is protected !!