ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଛାତ୍ର ବତ୍ସଳ ପ୍ରଧାନ ଶିକ୍ଷୟିତ୍ରୀ ଜି. ଇନ୍ଦିରା ଙ୍କ ଅବସର

ଛାତ୍ର ବତ୍ସଳ ପ୍ରଧାନ ଶିକ୍ଷୟିତ୍ରୀ ଜି. ଇନ୍ଦିରା ଙ୍କ ଅବସର

ନବରଙ୍ଗପୁର :(୨|୯)(ରବି ନାରାୟଣ ମହାନ୍ତି)ସ୍ଥାନୀୟ ଗାନ୍ଧୀନଗରସ୍ଥିତ ଗାନ୍ଧୀନଗର ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଜି. ଇନ୍ଦିରା ଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ନବରଙ୍ଗପୁର ଗୋଷ୍ଠୀ ଶିକ୍ଷା ଅଧିକାରି ରିତା ମହାନ୍ତି ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶ୍ରୀମତୀ ଇନ୍ଦିରା ଙ୍କୁ ଉପଢୌକନ ଓ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। କାର୍ଯ୍ୟକ୍ରମ ରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜଗବନ୍ଧୁ ସୌରା, ନମିତା ଘଡ଼େଇ, ସି ଆର୍ ସି ସି ରାମ ଚନ୍ଦ୍ର ପାଢ଼ୀ ସମେତ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଅନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ। ବିଦ୍ୟାଳୟ ର ପ୍ରାଧାନ ଶିକ୍ଷୟିତ୍ରୀ ଭବାନି ମହାପାତ୍ର ସ୍ୱାଗତ ଭାଷଣ ଦେଇ କାର୍ଯ୍ୟକ୍ରମ ଆରମ୍ଭ କରିଥିବା ବେଳେ ବିଦ୍ୟାଳୟ ର ବରିଷ୍ଠ ଶିକ୍ଷକ ଲୋକନାଥ ନନ୍ଦ ଓ ଶିକ୍ଷୟିତ୍ରୀ ଶ୍ରୀମତି କାଞ୍ଚନ ବାଳା ସାହୁ ସମେତ ଅନ୍ୟ କର୍ମଚାରୀ ଶ୍ରୀମତୀ ଇନ୍ଦିରାଙ୍କ କାର୍ଯ୍ୟକାଳ ସମୟରେ ଛାତ୍ର ଛାତ୍ରୀ ଏବଂ ବିଦ୍ୟାଳୟ ପ୍ରତି ତାଙ୍କର ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ଏକ ଆବେଗ ପୂର୍ଣ୍ଣ ପରିବେଶରେ ଶ୍ରୀମତୀ ଇନ୍ଦିରା ଙ୍କ ବିଦ୍ୟାଳୟ ପ୍ରତି ଥିବା ତାଙ୍କର ଅବଦାନ, ନିଷ୍ଠା ଓ ଛାତ୍ର ଛାତ୍ରୀଙ୍କ ସହ ତାଙ୍କର ସମ୍ପର୍କ କୁ ମନ ପକାଇ ଦୁଃଖ ରେ ସମସ୍ତେ ଭାବପ୍ରବଣ ହୋଇଯାଇଥିଲେ । ଏହି ଅବସରରେ ଛାତ୍ରଛାତ୍ରୀ ମାନେ ଶ୍ରୀମତୀ ଇନ୍ଦିରାଙ୍କ ସରଳତା ଏବଂ ଛାତ୍ର ବତ୍ସଳତା କୁ ନେଇ ମନଛୁଆଁ ଗୀତ ପରିବେଷଣ କରି ଉପସ୍ଥିତ ସମସ୍ତଙ୍କୁ ଭାବ ବିହ୍ୱଳିତ କରିଦେଇଥିଲେ। । କାର୍ଯ୍ୟକ୍ରମ ରେ ଶ୍ରୀମତୀ ଇନ୍ଦିରାଙ୍କ ପରିବାରର ସଦସ୍ୟ ସମେତ ବିଦ୍ୟାଳୟ କମିଟି ର ସଭ୍ୟ ସଭ୍ୟା ଉପସ୍ଥିତ ଥିଲେ ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍

Related posts

ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

masiha

ଆଦିବାସୀ ବିଶ୍ୱବିଦ୍ୟାଳୟ କୁ କଳାହାଣ୍ଡି ରେ କରିବା ପାଇଁ ଅଲ୍ ଓଡିଶା ସିଡୁଲ୍ଡ କାଷ୍ଟ ଫେଡରେସନ,ଓ କଳାହାଣ୍ଡି ଆଦିବାସୀ ସମାଜର ଦାବି

Sunil Chandra Nayak

ବିଶ୍ରା ଥାନା ଅନ୍ତର୍ଗତ ଜlମବେର୍ଣ୍ଣା ଗ୍ରାମର ନାବାଳିକା ଛାତ୍ରୀ ପୂଜା ମାହାତୋ ହତ୍ୟାକାଣ୍ଡ ରେ ସମ୍ପୃକ୍ତ ଅପରାଧିଙ୍କୁ କଠୋର ଶାସ୍ତି ଦାବିରେ ଆରକ୍ଷୀ ଅଧିକ୍ଷକଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ

Sunil Chandra Nayak

Leave a Comment

error: Content is protected !!