ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜ୍ୟ ସ୍ତରରେ ସମ୍ମାନିତ ହେବେ କ୍ରୀଡା ଶିକ୍ଷକ ଅମିତ କୁମାର ମହାନ୍ତି

ରାଜ୍ୟ ସ୍ତରରେ ସମ୍ମାନିତ ହେବେ କ୍ରୀଡା ଶିକ୍ଷକ ଅମିତ କୁମାର ମହାନ୍ତି

ଓଡିଶା ସରକାରଙ୍କ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ଅଧୀନରେ ପଞ୍ଚସଖା ଶିକ୍ଷା ସେତୁ ସଙ୍ଘଠନ ପକ୍ଷରୁ ଜିଲ୍ଲାର ବିଭିନ୍ନ ସରକାରୀ ବିଦ୍ୟାଳୟ ରେ କାର୍ଯ୍ୟରତ ଶିକ୍ଷକ ଙ୍କୁ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ପାରଦର୍ଶିତା ଅର୍ଜନ ନେଇ ରାଜ୍ୟ ସ୍ତରୀୟ ସମ୍ବର୍ଦ୍ଧନା ଉତ୍ସଵ ରେ ମୁଖ୍ୟମନ୍ତ୍ରୀ ସମ୍ମାନିତ କରିବା ନେଇ କାର୍ଯ୍ୟକ୍ରମ ରହିଛି। ଏହି କ୍ରମ ରେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଜବାହର ଉଚ୍ଚ ବିଦ୍ୟାଳୟ ର କ୍ରୀଡା ଶିକ୍ଷକ ଅମିତ କୁମାର ମହାନ୍ତି ଙ୍କୁ ରାଜ୍ୟ ସ୍ତରୀୟ ଶାରୀରିକ ଶିକ୍ଷା ରେ ଛାତ୍ରଛାତ୍ରୀ ଙ୍କୁ ଜିଲ୍ଲା ତଥା ରାଜ୍ୟ ବାହାରେ ବିଭିନ୍ନ କ୍ରୀଡା ରେ ଉଲ୍ଲେଖଯୋଗ୍ୟ ସଫଳତା ହାସଲ କରିବା ନେଇ ତାଙ୍କ ଅବଦାନ କୁ ଯଥାର୍ଥତା ପ୍ରତିପାଦନ କରି ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗ ପକ୍ଷରୁ କଳାହାଣ୍ଡି ଜିଲ୍ଲା ରୁ ମନୋନୀତ କରାଯାଇଛି। ଶ୍ରୀ ମହାନ୍ତି କ୍ରୀଡା ଶିକ୍ଷକ ଭାବେ ବିଦ୍ୟାଳୟ ସ୍ତରୀୟ କ୍ରୀଡା ପରିଚାଳନା ରେ ନିଜର ଦକ୍ଷତା ପ୍ରତିପାଦନ କରିଛନ୍ତି। ଆସନ୍ତା ୫ ତାରିଖ ଗୁରୁ ଦିବସ ଅବସରରେ ଭୁବନେଶ୍ୱର ଲୋକସଭା ଭବନ ରେ ଆୟୋଜିତ କାର୍ଯ୍ୟକ୍ରମରେ କ୍ରୀଡା ଶିକ୍ଷକ ଅମିତ କୁମାର ମହାନ୍ତି ଙ୍କୁ ରାଜ୍ୟ ସରକାର ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଶାରୀରିକ କ୍ରୀଡା ରେ ଉଲ୍ଲେଖନୀୟ ଅବଦାନ ପାଇଁ ମାନପତ୍ର ସହ ସମ୍ବର୍ଦ୍ଧିତ କରାଯିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହାକୁ ନେଇ କୋକସରା ଜବାହର ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ତୁଳସିରାମ ଚଳାନ ସମେତ ସହକର୍ମୀ ଶିକ୍ଷକ ଶିକ୍ଷୟିତ୍ରୀ କର୍ମଚାରୀ ମାନେ ଶୁଭେଚ୍ଛା ଜଣାଇଛନ୍ତି।ଏହା ବ୍ୟତୀତ କଳାହାଣ୍ଡି ତଥା କୋକସରା ବ୍ଲକ ର ବରିଷ୍ଠ ଶିକ୍ଷାବିଦ, ବ୍ଲକ ଉଚ୍ଚ ବିଦ୍ୟାଳୟ କ୍ରୀଡା ଶିକ୍ଷକ ସଙ୍ଘ ଓ ସଚେତନ ନାଗରିକ ଙ୍କ ପକ୍ଷରୁ କ୍ରୀଡା ର ବିକାଶ ଓ ଛାତ୍ରଛାତ୍ରୀ ଙ୍କୁ ଶାରୀରିକ କ୍ରୀଡା ମନୋବଳ ବଢ଼ାଇବା ପାଇଁ ଏହି ଉତ୍କର୍ଷତା ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି।

ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ

Related posts

TRIBAL RIGHTS FIRST: MP Niranjan Bishi Demands Full ST Reservation in Odisha Panchayat Polls 2027

Sunil Chandra Nayak

ଆସେକାରେ ଅଲଚିକି ର ଶତବର୍ଷ ପାଳନ ଆସନ୍ତା ୨୩ ରେ….

Sunil Chandra Nayak

ଶ୍ରୀ ନୀଳକଣ୍ଠଶ୍ୱର ମନ୍ଦିର ନିକଟରେ ଅଷ୍ଟ ପ୍ରହରୀ ନାମଯଜ୍ଞ 

masiha

Leave a Comment

error: Content is protected !!