ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲମତାପୁଟରେ ମିଳିତ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ

ଲମତାପୁଟରେ ମିଳିତ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ

ଲମତାପୁଟ, ୧ ୮/୮ : କୋରାପୁଟ ଜିଲା ଲମତାପୁଟ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସର ମଧରେ ଜିଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟୱାନ ମଜାଜନ ଏସପି ରହିତ ବର୍ମା,ଉପ ଜିଲ୍ଲାପାଳ ପ୍ରେମ ଲାଲ ହିଆଲ,ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବେଣୁଧର ଶବର,ମାଛକୁଣ୍ଡ ତହସିଲଦାର ଦିବାକର ବାଘ, ଜିଲା ଚିକତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀବ ଡା.ଆର ଏନ ମିଶ୍ର,ଖଣ୍ଡିଅ ବନ ବିଭାଗ ଅଧିକାରୀ ରାଜ ଶେଖର ରାଓ,ଲମତାପୁଟ ବ୍ଲକ ଅଧକ୍ଷ ତାପସ କୁମାର ଚାଲାଣ ପ୍ରମୁଖ ଉପସ୍ଥିତ ରହିଥିଲେ l ଜିଲ୍ଲାରେ ନୂତନ ଭାବରେ ଯୋଗ ଦାନ କରିବା ପରେ ପ୍ରଥମ କରି ଲମତାପୁଟରେ ମିଳିତ ଜଣାଶୁଣାଣୀ କାର୍ଯ୍ୟକ୍ରମ ରେ ଯୋଗଦେଇ ଥିଲେ l ଲଗାଣ ବର୍ଷା ଲାଗି ରହିଥିଲେ ମଧ୍ୟ ଜିଲା ପାଳ କାର୍ଯ୍ୟକ୍ରମ ରେ ଯୋଗଦେଇ ମୋଟ 40ଗୋଟିଏ ବିଭିନ୍ନ ଅଭିଯୋଗର ଜନ ଶୁଣାଣୀ କରିଥିଲେ l ବ୍ୟକ୍ତିଗତ ସମସ୍ୟା ଉପରେ 19 ଓ ସାମୁହିକ ଭାବରେ 21 ଗୋଟି ସମସ୍ୟା ଉପରେ ଲୋକଙ୍କୁ ଠାରୁ ଅଭିଯୋଗ ଗ୍ରହଣ କରି ସମସ୍ୟାର ସମାଧାନ କରିବା ନେଇ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦେଶ ଦେଇଥିଲେ l ତେବେ ଆୟୋଜିତ ଜନଶୁଣାଣୀ କାର୍ଯ୍ୟକ୍ରମ ଜିଲ୍ଲାସ୍ତରୀୟ ବିଭିନ୍ନ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ଲମତାପୁଟ ଗୋଷ୍ଠି ଉନ୍ନୟନ ଅଧିକାରୀ ଜୟନ୍ତ କୁମାର ମେହେର ସମେତ ବ୍ଲକ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ l 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଗୁରୁ ନାନକ ପବ୍ଲିକ୍ ସ୍କୁଲ ପକ୍ଷରୁ ଜାତୀୟ ପ୍ରେସ୍ ଦିବସରେ ସାମ୍ବାଦିକଙ୍କୁ ସମ୍ବର୍ଦ୍ଧନା

Sunil Chandra Nayak

ଓଡ଼ିଶା ଆଦର୍ଶ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ

Sunil Chandra Nayak

ନୂଆପଡ଼ାରେ ଡିଏମ୍‌ଡି ପୀଡ଼ିତ ୧୪ ବର୍ଷୀୟ ବାଳକଙ୍କ ଚିକିତ୍ସା ପାଇଁ ସିଏମ୍‌ଆର୍‌ଏଫ୍‌ରୁ ୧୦ ଲକ୍ଷ ଟଙ୍କା ସହାୟତା ପରିବାରକୁ ଚେକ୍ ହସ୍ତାନ୍ତର କଲେ ଜିଲ୍ଲାପାଳ

Leave a Comment

error: Content is protected !!