ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶ୍ବ ମହିଳା ଦିବସରେ ମହିଳାଙ୍କୁ ମିଳିଲା ସମ୍ମାନ

ବିଶ୍ବ ମହିଳା ଦିବସରେ ମହିଳାଙ୍କୁ ମିଳିଲା ସମ୍ମାନ

ବାଲେଶ୍ବର,୦୩/୩/୨୫- ଜନହିତ ଯୁବକ ସଂଘ, ବାଲେଶ୍ବର ଏକ ଅଗ୍ରଣୀ ସମାଜସେବା ସଂଗଠନ । ଏହି ସଂଗଠନର ସମାଜସେବା କାର୍ଯ୍ୟ କେବଳ ବାଲେଶ୍ବର ଜିଲ୍ଲାରେ ସୀମିତ ନାହିଁ, ରାଜ୍ୟର ବିଭିନ୍ନ ଜିଲ୍ଲାରେ କାର୍ଯ୍ୟ କରୁଛି । ସେବା ମାଧ୍ୟମରେ ଗରିବ ଜନତାଙ୍କର ବନ୍ଧୁ ପାଲଟିଛି ସଂଗଠନ । ନିଜ ଅଞ୍ଚଳ ତଥା ବିଭିନ୍ନ ଅଞ୍ଚଳର ଗରିବ, ଅସହାୟ, ନିରାଶ୍ରୟ ଇତ୍ୟାଦି ଲୋକ ମାନଙ୍କ ପାଖରେ ପହଞ୍ଚି ଯଥା ସମ୍ଭବ ସେବା ଯୋଗାଇ ଦେବାରେ ନିଜର ଦକ୍ଷତା ପ୍ରତିପାଦନ କରିଚାଲିଛି । ସୋସିଆଲ ମିଡ଼ିଆ ଠାରୁ ଆରମ୍ଭ କରି ଚାରିଆଡ଼େ ସଂଗଠନର ସେବା କାର୍ଯ୍ୟକୁ ନେଇ ଚର୍ଚ୍ଚା । ସଂଗଠନର ଉପଦେଷ୍ଟା ପଦବୀ ମଣ୍ଡନ କରିଛନ୍ତି ଭଉଣୀ କୁଞ୍ଜଲତା ମାହୁଁନ୍ତ । ତାଙ୍କର ସମାଜସେବା କାର୍ଯ୍ୟ ଏତେ ମାତ୍ରାରେ ସମ୍ପ୍ରସାରିତ ଯେ, ଯେଉଁଥିରେ ଜନସମାଜ ଆଶ୍ଚର୍ଯ୍ୟ ଚକିତ । ଭଉଣୀ କୁଞ୍ଜଲତାଙ୍କ ସମାଜସେବା କାର୍ଯ୍ୟରେ ମୁଗ୍ଧ ହୋଇ ବିଶ୍ବ ମହିଳା ଦିବସରେ ନିମ୍ବକାଠ ପାନିଆ ଦ୍ବାରା କଟକ ଟାଉନ ହଲ୍ ପରିସରରେ ଆୟୋଜିତ ଆମ ସାଥିରେ ପରିବାର ସଭା ମଞ୍ଚରେ ” ଆମ ସାଥିରେ ଶ୍ରୀ ସମ୍ମାନ ” ରେ ସମ୍ମାନିତ ହୋଇ ବାଲେଶ୍ବର ଜିଲ୍ଲାର ଗୌରବ ବୃଦ୍ଧି କରିଛନ୍ତି । ଶ୍ରୀମତୀ ମାହୁଁନ୍ତଙ୍କ ଘର ଖଇରା ବ୍ଲକ ଅଞ୍ଚଳରେ । ସଂଗଠନର ଜଣେ ଦକ୍ଷ ଉପଦେଷ୍ଟା ଭାବେ ସମସ୍ତଙ୍କ ପ୍ରତି ଯେପରି ତାଙ୍କ ଉପଦେଶ ବହୁ ଗୁରୁତ୍ୱପୂର୍ଣ୍ଣ ସେହିପରି ଜଣେ ଦକ୍ଷତା ସମ୍ପନ୍ନ ସମାଜସେବୀ ଭାବେ ମଧ୍ୟ ଜନସାଧାରଣଙ୍କ ପାଇଁ ତାଙ୍କ ସେବା ବହୁ ମୂଲ୍ୟବାନ । ନିଜର ପାରିବାରିକ ଜଞ୍ଜାଳ ସତ୍ତ୍ୱେ ବି ସମାଜସେବା କାର୍ଯ୍ୟରେ ବ୍ରତୀ ଅଛନ୍ତି । ଏହି ସମାଜସେବା କାର୍ଯ୍ୟ ତାଙ୍କୁ ନୂତନ ଦିଗଦର୍ଶନ ଆଣିଦେଇଛି । ବହୁ ପ୍ରତିଭାର ଅଧିକାରିଣୀ ସେ । ବର୍ତ୍ତମାନ ଭଉଣୀ କୁଞ୍ଜଲତା ” ମୋ ଅନୁଷ୍ଠାନ ସାହିତ୍ୟ ସଂସଦ ” ର କାର୍ଯ୍ୟକାରୀ ସଭାପତି ଭାବେ କାର୍ଯ୍ୟ ନିର୍ବାହ କରୁଛନ୍ତି । ମୋ ଅନୁଷ୍ଠାନ ତରଫରୁ ଆୟୋଜିତ ପ୍ରତ୍ୟେକ ସମାଜସେବା କାର୍ଯ୍ୟରେ ନିଜକୁ ସାମିଲ କରି ଅନୁଷ୍ଠାନର ଗୌରବ ବୃଦ୍ଧି କରି ଚାଲିଛନ୍ତି । ନିଜର ସୁ ପ୍ରତିଭା ପାଇଁ ରାଜ୍ୟର ବହୁ ଅନୁଷ୍ଠାନ କରିଛି କୋଳାଗ୍ରତ ଓ ଦେଉଛି ସମ୍ମାନ । ତାଙ୍କ ସମ୍ବର୍ଦ୍ଧନାରେ ମୋ ଅନୁଷ୍ଠାନ ବାସ୍ତବରେ ଗର୍ବିତ ଓ ଆନନ୍ଦିତ । ଏ ଖବର ଶୁଣି ବହୁ ଶୁଭେଚ୍ଛୁ ଓ ଆତ୍ମୀୟ ସ୍ବଜନ ମାନଙ୍କ ଶୁଭେଚ୍ଛା ଏବଂ ଅଭିନନ୍ଦନର ଶୁଅ ଛୁଟିବାରେ ଲାଗିଛି । ଆଗକୁ ଆହୁରି ଉଚ୍ଚକୁ ଯାଆନ୍ତୁ ବୋଲି ସମ୍ପୃକ୍ତ ଅଞ୍ଚଳବାସୀ ଆଶୀର୍ବାଦ ପ୍ରଦାନ କରିଛନ୍ତି ।।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ପାଳିତ  

masiha

କାଳବୈଶାଖୀରେ ଉଡିଲା ଛାତ, ବିଭାଗୀୟ ଅଧିକାରୀ ଚୁପ୍ 

masiha

ଗଣ୍ଡାବାହାଳୀଠାରେ ୭୭ତମ ବନ ମହୋତ୍ସବ–୨୦୨୬ ଅନୁଷ୍ଠିତ 

Leave a Comment

error: Content is protected !!