ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଯାତ୍ରା ଦେଖା ବେଳେ ଗଣ୍ଡଗୋଳ ହୋଇ ଛୁରାମାଡ ଘଟଣା, ୨ ଗିରଫ

ଯାତ୍ରା ଦେଖା ବେଳେ ଗଣ୍ଡଗୋଳ ହୋଇ ଛୁରାମାଡ ଘଟଣା, ୨ ଗିରଫ

ଡାବୁଗାଁ, ୩/୩ (ମ.ନି.ସ.) – ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ର ଚଚରାଗୁଡା ପଞ୍ଚାୟତ ଅଧିନ କୁସୁମବନ୍ଧ ଗ୍ରାମର ଶିବ ମନ୍ଦିର ଠାରେ ଯାତ୍ରା ଦେଖିବା ସମୟରେ ଗଣ୍ଡଗୋଳ ହୋଇ ଛୁରା ମାଡ ଘଟଣାରେ ଡାବୁଗାଁ ପୋଲିସ ସୋମବାର ୨ ଜଣ ଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରିଛି | ସୂଚନାଯୋଗ୍ୟ:- ଡାବୁଗାଁ ବ୍ଲକ ର ଚଚରାଗୁଡା ପଞ୍ଚାୟତ ଅଧିନ କୁସୁମବନ୍ଧ ଗ୍ରାମର ଶିବ ମନ୍ଦିର ଠାରେ ଶନିବାର ଦିନ ଶିବରାତ୍ରି ପାଳନ ହୋଇଥିଲା | ରାତ୍ରିରେ ଭକ୍ତ ମାନଙ୍କ ମନୋରଞ୍ଜନ ନିମନ୍ତେ ସାଂସ୍କୃତିକ କାର୍ଯ୍ୟକ୍ରମ ଆଦିବାସୀ ନାଟକ ଚାଲିଥିଲା । କୁସୁମବନ୍ଧ ଗ୍ରାମର ଆସମନ ଗୌଡ, ରଞ୍ଜିତ ମାଝି ଓ ଧନସାଏ ଗୌଡ ନାଟକ ଦେଖିବା ପାଈଁ ଯାଇଥିଲେ । ନାଟକ ଦେଖୁଥିବା ବେଳେ ରାତ୍ରୀ ପ୍ରାୟ ୩ ଘ. ସମୟରେ ଚଚରାଗୁଡ଼ା ଗ୍ରାମର ତାନ୍ତିପାଲ ପନକା ଓ ଦାସ ପନକା ମଦ ପିଇ ଅସଭ୍ୟ ଭାଷାରେ ଗାଳି ଗୁଲଜ କରି ଲୋକ ମାନଙ୍କୁ ଠେଲା ପେଲା କରୁଥିଲେ | ସେହି ସମୟରେ କୁସୁମବନ୍ଧ ଗ୍ରାମର ଆସମନ ଗୌଡ, ରଞ୍ଜିତ ମାଝୀ ଓ ଧନସାଏ ଗୌଡ ସେମାଙ୍କୁ ବୁଝାଉଥିଲେ | ସେହି ସମୟରେ ତାନ୍ତିପାଲ ପନକା ଉତ୍ୟକ୍ତ ହୋଇ ଏକ ଛୁରା ସାହାଯ୍ୟରେ ରଞ୍ଜିତ ମାଝୀ (୨୩) ଓ ଧନସାଏ ଗୌଡ(୨୭)ଙ୍କୁ ଆକ୍ରମଣ କରିଥିଲେ | ଫଳରେ କୁସୁମବନ୍ଧ ଗ୍ରାମର ରଞ୍ଜିତ ମାଝୀ ଓ ଧନସାଏ ଗୌଡ ଙ୍କ ପେଟରେ ଛୁରି ବାଜି ଆହତ ହୋଇଥିବା ବେଳେ ଆସମନ ଙ୍କ ହାତରେ ଆଘାତ ଲାଗିଥିଲା | ଏନେଇ ଆହତ ଆସମନ ଗୌଡ ଚଚରାଗୁଡ଼ା ଗ୍ରାମର ତନ୍ତିପାଲ ପନକା ଓ ଦାସ ପନକା ଥାନାରେ ଏତଲା ଦେଇଥିଲେ | ଏନେଇ ଥାନା କେସ ନଂ ୩୪/୨୫ ଏକ ମାମଲା ରୁଜୁ କରାଯାଇଥିଲା | ଏଥିରେ ସମ୍ପୃକ୍ତ ତାନ୍ତିପାଲ ପନକା (୩୨) ଓ ତାଙ୍କ ଭାଇ ଦାସ ପନକା (୨୫) ଙ୍କୁ ସୋମବାର ପୋଲିସ ଗିରଫ କରିଥିଲା | ଆଜି ଅପରାହ୍ନରେ ୨ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି ଏବଂ ତାନ୍ତିପାଲ ଙ୍କ ଠାରୁ ରକ୍ତ ଲାଗିଥିବା ଛୁରୀ, ଏକ ନକଲି ସାପ, ଓଡିଶା ନିୟୁଜ ଟିଭି ୱେବ ଚ୍ୟାନେଲର ଲୋଗ, ମାଇକ ଓ ପରିଚୟ ପତ୍ର ଜବତ କରାଯାଇଛି ବୋଲି ତଦନ୍ତକାରୀ ଅଧିକାରୀ ସବଇନିସ୍ପେକ୍ଟର ଚନ୍ଦନ ସାହୁ ସୂଚନା ଦେଇଛନ୍ତି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ରାଇରଙ୍ଗପୁର କୋର୍ଟ! ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ହତ୍ୟା ମାମଲାରେ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ 

masiha

ବିପୁଳ ପରିମାଣର ସାର ଜବତ

masiha

ନଦୀରୁ ଯୁବକ ଙ୍କ ମୃତ ଦେହ ଉଦ୍ଧାର 

Sunil Chandra Nayak

Leave a Comment

error: Content is protected !!