ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଜଗନ୍ନାଥ ସେନା ର ଆବାହକଙ୍କୁ ସମ୍ୱର୍ଦ୍ଧନା

ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଜଗନ୍ନାଥ ସେନା ର ଆବାହକଙ୍କୁ ସମ୍ୱର୍ଦ୍ଧନା 

କଟକ : ଶ୍ରୀମନ୍ଦିରର ଚାରି ଦୁଆର ଖୋଲା ସରିଛି । ଆଗକୁ ମଧ୍ୟ ରତ୍ନ ଭଣ୍ଡାର ଖୋଲା ହେବ ବୋଲି ଘୋଷଣା ସରିଛି। ଏହି ଚାରି ଦୁଆର ଖୋଲିବାରେ ଜଗନ୍ନାଥ ସେନାର ଆବାହକ ଶ୍ରୀଯୁକ୍ତ ପିକୁ ପଟ୍ଟନାୟକଙ୍କର ଭୂମିକା ସର୍ବାଗ୍ରେ ରହିଛି । ସବୁବେଳେ ଶ୍ରୀମନ୍ଦିରର ଉଚିତ୍ କାର୍ଯ୍ୟଧାରା ପାଇଁ ସେ ଆବେଦନ କରିଥାନ୍ତି । ତାଙ୍କର ଏହି ମହନୀୟ ଉଦ୍ୟମ ପାଇଁ ଆଜି ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଶ୍ରୀଯୁକ୍ତ ପ୍ରିୟରଞ୍ଜନ ପଟ୍ଟନାୟକଙ୍କୁ ପୁରୀର ଜଗତ ପ୍ରତିହାରୀ ଜାଗା ପୀଠ ଠାରେ ସମ୍ମାନିତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟର ସଭାପତି ଶ୍ରୀଯୁକ୍ତ ଦମନ ମହାନ୍ତି,ଜୟଦେବ ରାଉତ, ଉମାକାନ୍ତ ମହାରଣା, ଭାବଗ୍ରାହୀ ସାହୁ ଓ ଉତ୍ତମ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ଜିଲ୍ଲା ସ୍ତରୀୟ ଆଦିବାସୀ ଦିବସ ପାଇଁ ମନ୍ତ୍ରୀଙ୍କୁ ନିମନ୍ତ୍ରଣ କଲେ ଜିଲ୍ଲା ସଙ୍ଘର କର୍ମକର୍ତ୍ତା

masiha

ବ୍ଲକ ମୁଖ୍ୟାଳୟରୁ ଆରମ୍ଭ ହେଲା ବିକଶିତ ଗାଁ ବିକଶିତ ଓଡ଼ିଶା କାର୍ଯ୍ୟକ୍ରମ

masiha

ଭବାନୀପାଟଣା ଠାରେ ଜିଲ୍ଲା ସ୍ତରୀୟ ଜାତୀୟ କୃମିନାଶକ ଦିବସ କାର୍ଯକ୍ରମର ଶୁଭାରମ୍ଭ

masiha

Leave a Comment

error: Content is protected !!