ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ପ୍ରକଳ୍ପ କଲୋନୀରେ ଚୋରୀ : ଚୋର ନେଇ ଯାଇଛି ସୁନା ରୂପା ଗହଣା 

ପ୍ରକଳ୍ପ କଲୋନୀରେ ଚୋରୀ : ଚୋର ନେଇ ଯାଇଛି ସୁନା ରୂପା ଗହଣା 

ତେନ୍ତୁଳିଖୁଣ୍ଟି , ୧୬/୦୯/୨୪: ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଖାତିଗୁଡା ଥାନା ଅନ୍ତର୍ଗତ ଇନ୍ଦ୍ରାବତୀ ପ୍ରକଳ୍ପ କଲୋନୀ କ୍ୱାର୍ଟରରୁ ଚୋରୀ ହୋଇଥିବା ନେଇ ବନ୍ଦିତା ମହାରଣା ଖାତିଗୁଡା ଥାନାରେ ଅଭିଯୋଗ କରିଛନ୍ତି । ଗତ ୧୨ତାରିଖ ଗୁରୁବାରରୁ ସେ ବରୋଗଡ଼ ସ୍ଥିତ ଅତାବିରା ଗ୍ରାମକୁ ବାପାଙ୍କ ଦେହ ଅସୁସ୍ଥ ହୋଇଥିବାରୁ ଯାଇଥିଲେ। ସୋମବାର ଦିନ ଇନ୍ଦ୍ରାବତୀ ସ୍ଥିତ ରଏଲ କଲୋନୀ କ୍ୱାଟର ନମ୍ବର ଏଫ- ୭୨ ରହୁଥିବା ଘରକୁ ପଶିବା ବେଳକୁ କବାଟ ଖୋଲା ଥିବା ଦେଖି ଆଶ୍ଚର୍ୟ୍ଯ ହୋଇ ଯାଇଥିଲେ । ପରେ ଘର ଭିତରକୁ ପଶି ଦେଖିଲା ବେଳକୁ ଟ୍ରଙ୍କ ଭାଙ୍ଗିଥିବା ଦେଖିବା ସହ ଆସବା ପତ୍ର ମଧ୍ୟ ଏଣେ ତେଣେ ପଡ଼ିଥିବା ବେଳେ ଟ୍ରଙ୍କରେ ଥିବା ସୁନା ଚେନ ସୁନା ବାହୁଟି,ରୂପାର ଅଣ୍ଟା ବିଛା ,କିଛି ରୂପା କଏନ , ପନ୍ଦର ହଳ ପାଉଁଜି ନଗଦ ସାତ ହଜାର ପେନ୍ ଡ୍ରାଇଭ୍ ଆଦି ନଥିବା ଦେଖି ଭାଙ୍ଗି ପଡ଼ିଥିଲେ । ପାଖ ପଡୋଶୀଙ୍କ ସହାୟତାରେ ଥାନାରେ ଅଭିଯୋଗ କରିଥିଲେ। ଥାନାରୁ ସବ ଇନ୍ସପେକ୍ଟର ମହେଶ୍ବର ବୁଡୁବାଡେ ଟିମ୍ ସହ ଘଟଣା ସ୍ଥଳ ଅନୁସନ୍ଧାନ କରିଥିଲେ । ପରେ ସାଇଣ୍ଟିଫିକ ସ୍କ୍ୱାର୍ଡକୁ ଡକାଇ ଅନୁସନ୍ଧାନ କୁକୁର ସହାୟତାରେ ତନ୍ନ ତନ୍ନ ଯାଞ୍ଚ କରାଯାଇଛି । କିଏ ବା କେଉଁ ମାନେ ଚୋରୀ କରିଛନ୍ତି ଦିନେ ଦୁଇ ଦିନ ମଧ୍ୟରେ ଧରାଯିବ ବୋଲି କହିଛନ୍ତି ମହେଶ୍ୱର ବୁଡୁବାଡେ । ଏହାକୁ ନେଇ ଖାତିଗୁଡା ପୋଲିସ ୧୨୮/୨୪ ରେ କେଶ୍ ମାମଲା ରୁଜୁ ହୋଇଛି ।

ଗୋବର୍ଦ୍ଧନ ସାହୁ , ତେନ୍ତୁଳିଖୁଣ୍ଟି

Related posts

ପାରିବାରିକ କଳହ କୁ କେନ୍ଦ୍ର କରି ଠେଙ୍ଗା ରେ ପିଟି ସ୍ତ୍ରୀ କୁ ହତ୍ୟା କଲା ମଦ୍ୟପ ସ୍ୱାମୀ

Sunil Chandra Nayak

ଗହଣା ସଫେଇ ଆଳରେ ଜୈନିକ ବ୍ୟବସାୟୀଙ୍କ ଘରୁ ଲୁଟ୍।  ଦୁଇଟି ସୁନା ଚୁଡ଼ି, ମୁଦି ଓ ସୁନା ଚେନ ନେଇ ଦୁଇ ଦୃର୍ବୁତ୍ତ ଫେରାର…

masiha

ବିଷ ପଈ ମହିଳାଙ୍କ ଆତ୍ମହତ୍ୟା 

Sunil Chandra Nayak

Leave a Comment

error: Content is protected !!