ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ମୁଣ୍ଡା ମାର୍କେଟରେ ଭିକାରୀ ବେଶରେ ଲୁଟ୍, ଦମ୍ପତି ଗିରଫ

ମୁଣ୍ଡା ମାର୍କେଟରେ ଭିକାରୀ ବେଶରେ ଲୁଟ୍, ଦମ୍ପତି ଗିରଫ

ରାଉରକେଲା,: ସେକ୍ଟର-୧୯ ମୁଣ୍ଡା ମାର୍କେଟରେ ଭିକାରୀ ବେଶରେ ଆସି ବୃଦ୍ଧାଙ୍କ ପର୍ସ ଲୁଟି ନେଇଥିବା ଦମ୍ପତିଙ୍କୁ ସେକ୍ଟର-୧୯ ପୋଲିସ ଗିରଫ କରିଛି।

ସୂଚନା ଅନୁଯାୟୀ ସେକ୍ଟର-୧୯ ଥାନା କେସ୍ ନଂ ୨୩୩,ତା ୦୧.୧୧.୨୦୨୬, ଧାରା ୩୦୪(୨) ବିଏନଏସରୁ ପରେ ୩୦୪(୨)/୩(୫) ବିଏନଏସକୁ ପରିବର୍ତ୍ତନ କରାଯାଇଛି।

ଘଟଣାକ୍ରମେ ସେକ୍ଟର-୧୬, ମଙ୍ଗଳା ମନ୍ଦିର ନିକଟର ଇସରତ ପରବିନ (୧୯), ପିତା- ସ୍ୱର୍ଗତ ଜହାଙ୍ଗୀର ଅହମ୍ମଦ, ତା ୦୧.୧୧.୨୦୨୬ ଅପରାହ୍ନ ୩ଟାରେ ଥାନାରେ ଅଭିଯୋଗ କରିଥିଲେ ଯେ, ସେହିଦିନ ସକାଳ ପ୍ରାୟ ୧୦.୪୫ ମିନିଟରେ ସେ ତାଙ୍କ ଜେଜେମା ଆପସାରି ବେଗମ (୭୭) ଙ୍କ ସହ ସେକ୍ଟର-୧୯ ମୁଣ୍ଡା ମାର୍କେଟକୁ ଯାଇଥିଲେ। ସେଠାରେ ଜଣେ ଅଜଣା ମହିଳା ଓ ଜଣେ ଅଜଣା ପୁରୁଷ ଭିକାରୀ ବେଶରେ ସେମାନଙ୍କ ପାଖକୁ ଆସି ହଠାତ୍ ବୃଦ୍ଧାଙ୍କ ହାତରୁ ଟଙ୍କା ପର୍ସ ଛଡାଇ ନେଇ ଫେରାର ହୋଇଯାଇଥିଲେ। ପର୍ସରେ ୫୦୦ ଓ ୧୦୦ ଟଙ୍କିଆ ନୋଟରେ ୪,୦୦୦ ଟଙ୍କା ଥିଲା। ପରେ ସେକ୍ଟର ୧୯ ଥାନା ପୁଲିସ ଏହି ଘଟଣାରେ ଅନୁସନ୍ଧାନ କରି ଦୁଇ ଜଣଙ୍କୁ ଗିରଫ କରିଛି।

ଗିରଫ ଅଭିଯୁକ୍ତ ହେଲେ  ଇନ୍ଦ୍ର ଚୌଧୁରୀ (୨୦), ପିତା- ସ୍ୱର୍ଗତ ରାମପୁକାର ଚୌଧୁରୀ ଓ ଦୀପା ଚୌଧୁରୀ (୨୨), ସ୍ୱାମୀ- ଇନ୍ଦ୍ର ଚୌଧୁରୀ । ଉଭୟଙ୍କ ଘର – ଗ୍ରାମ- କୋଟଶିଳା, ଥାନା- କୋଟଶିଳା, ଜିଲ୍ଲା- ପୁରୁଲିଆ, ପଶ୍ଚିମବଙ୍ଗ ବୋଲି ଜଣାପଡିଛି। ଅଭିଯୁକ୍ତଙ୍କ ପୂର୍ବ ଅପରାଧ ଇତିହାସ ଯାଞ୍ଚ ଜାରି ରହିଛି ବୋଲି ଥାନା ପ୍ରଭାରୀ ବୈଦ୍ୟନାଥ ସାହୁ ସୂଚନା ଦେଇଛନ୍ତି।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଦୁଇ ଥାନା ଇଲାକାରୁ ୪୮ କେଜି ଗଞ୍ଜେଇ ଜବତ ; ୪ ଗିରଫ 

Sunil Chandra Nayak

ଦେଶୀ ମଦ ସହିତ ମୋଟର ସାଇକେଲ ଜବତ, ୦୨ ଗିରଫ 

Sunil Chandra Nayak

କୋଟି କୋଟି ଟଙ୍କା ହେରଫେର ଅଭିଯୋଗରେ ଯାମଦା ତହସିଲଦାର ମଧୁସ୍ମିତା ସିଂ ଅର୍ଥନୈତିକ ଅପରାଧିକ ଶାଖା ତରଫରୁ ଗିରଫ

Sunil Chandra Nayak

Leave a Comment

error: Content is protected !!