ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲାରେ ହୋଇପାରୁନି ଶିକ୍ଷକ ପଦୋନ୍ନତି , ଶିକ୍ଷକ ସଂଘ ଜିଲ୍ଲାପାଳଙ୍କ ଦ୍ବାରସ୍ଥ

ରାୟଗଡ଼ା ତା: ୫.୬.୨୦୨୩ //   ରାୟଗଡ଼ା ଜିଲ୍ଲାର ଶିକ୍ଷା ବିଭାଗ ସ୍ଥାଣୁ ପାଲଟିଛି । ହୋଇପାରୁନି ଶିକ୍ଷକ ପଦୋନ୍ନତି । ଏଣୁ, ଜିଲ୍ଲା ଶିକ୍ଷକ ସଙ୍ଘ ସୋମବାର ଦିନ ଜିଲ୍ଲା ଅଭିଯୋଗ ଶୁଣାଣିରେ ଅଭିଯୋଗ ଦାଖଲ କରିଛନ୍ତି । ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ଏପ୍ରିଲ ୨୦ ତାରିଖ ଠାରୁ ମେ ମାସ ୩୧ ମଧ୍ୟରେ ଶିକ୍ଷକ ତାଲିକା ଅନୁମୋଦନ କରାଇ ପଦୋନ୍ନତି ଦେବା ନିମନ୍ତେ ନିର୍ଦ୍ଦେଶ ଅଛି । ରାୟଗଡ଼ା ଜିଲ୍ଲାରେ ପଦୋନ୍ନତି ହୋଇପାରୁନଥିବାରୁ ଶିକ୍ଷକ ସଂଘ ସମେତ ସମସ୍ତ ଆଶାୟୀ ଶିକ୍ଷକ ଦୁଃଖ ପ୍ରକାଶ କରିଛନ୍ତି । ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଧର୍ମାନନ୍ଦ ବେହେରା ଅଭିଯୋଗ ଗ୍ରହଣ କରିବା ପରେ ଜିଲ୍ଲା ଶିକ୍ଷାଧିକାରୀଙ୍କ ସହ ଆଲୋଚନା କରିଥିଲେ । ବାରମ୍ବାର ଗ୍ରେଡେସନ ତାଲିକା ଭୁଲ ହେବା ଓ ଇତି ମଧ୍ୟରେ ଅନେକ ଶିକ୍ଷକ ବିନା ପଦୋନ୍ନତିରେ ଅବସର ନେଇଥିବାରୁ ଏଥିପାଇଁ ଜିଲ୍ଲା ଶିକ୍ଷାଧିକାରୀ କାର୍ଯ୍ୟାଳୟକୁ ଦାୟୀ କରାଯାଇଅଛି। ଅପରପକ୍ଷେ, ସରକାରଙ୍କ ପରିବର୍ତ୍ତିତ ଗାଇଡଲାଇନ ଯୋଗୁଁ ଗ୍ରେଡେସନ ତାଲିକାରେ ତ୍ରୁଟି ପରିଲକ୍ଷିତ ହେବା ଓ ଏପରି ବିଳମ୍ବ ହେବା ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ବରିହା ପ୍ରକାଶ କରିଛନ୍ତି । ଆଗାମୀ ସାତ ଦିନ ମଧ୍ୟରେ ପଦୋନ୍ନତି ପ୍ରକ୍ରିୟା ଶେଷ ହେବା ନେଇ ଶ୍ରୀ ବରିହା ସ୍ଵିକାରୋକ୍ତି ପ୍ରଦାନ କରିଛନ୍ତି ।

ରାୟଗଡା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ରାୟଗଡ଼ା ରେ ସମାଜ ସେବୀ ତଥା ସ୍ଵାଧିନତା ସଂଗ୍ରାମୀ ମା ପାର୍ବତୀ ଗିରି ଙ୍କ ଜନ୍ମ ଜୟନ୍ତୀ ପାଳନ

Sunil Chandra Nayak

ରାମ ନବମୀ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

masiha

ବିକାଶ ଫାଉଣ୍ଡେସନ ପକ୍ଷରୁ ସ୍ୱାସ୍ଥ୍ୟ ସେଵା ଶିବିର ଅନୁଷ୍ଠିତ

masiha

Leave a Comment

error: Content is protected !!