ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

ଏକ୍ସ ରେ ମେସିନ ଅଛି, ଟେକ୍ନିସିଏନ ଅଛନ୍ତି ହେଲେ କାମରେ ଆସୁନି, କାର୍ଯ୍ୟକ୍ଷମ କରିବାକୁ ଦାବି

କୋକସରା,୫/୬- କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ କାମରେ ଆସୁନାହିଁ ଏକ୍ସ ରେ ମେସିନ, ଫଳରେ ରୋଗୀଙ୍କୁ ଜୁନାଗଡ଼, ଧର୍ମଗଡ଼, ଭବାନୀପାଟଣା ଉପରେ ନିର୍ଭର କରିବାକୁ ପଡୁଛି । କୋକସରା ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ର ଉପରେ ବ୍ଲକର ୨୨ ପଞ୍ଚାୟତ ବ୍ୟତୀତ ଜୟପାଟଣା ଓ ଦଣ୍ଡପାଟ ଅଞ୍ଚଳର ଶହ ଶହ ଜନସାଧାରଣ ନିର୍ଭର କରୁଥିବା ବେଳେ ଏକ୍ସ ରେ ମେସିନ ଥାଇ ମଧ୍ୟ ଏହାର ସୁଫଳ ପାଇ ପାରୁନାହାନ୍ତି। ଆଜିକୁ ୫/୬ ମାସ ହେବ ଏକ୍ସ ରେ ଅପରେଟିଂ ପାଇଁ ଜଣେ ମହିକା ଟେକ୍ନିସିଏନ ମଧ୍ୟ ନିଯୁକ୍ତି ପାଇଛନ୍ତି । ହେଲେ ଏକ୍ସ ରେ ଅପରେଟିଂ ନକରି ରୋଗୀଙ୍କ ପାଇଁ ନିରାମୟ ଯୋଜନାରେ ଔଷଧ କାଉଣ୍ଟରରେ ବସୁଥିବା ଦେଖିବାକୁ ମିଳୁଛି। କାହିଁକି ଏକ୍ସ ରେ ମେସିନ ଥାଇ ମଧ୍ୟ ରୋଗୀଙ୍କ କାମରେ ଆସୁନାହିଁ ତାହାକୁ ନେଇ କୋକସରା ଡାକ୍ତରଖାନାର ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡ଼. ତତ୍ୱଦର୍ଶୀ ଦାସଙ୍କ ପ୍ରତିକ୍ରିୟା ନେବାରୁ ଏକ୍ସ ରେ ମେସିନ କାର୍ଯ୍ୟକ୍ଷମ ପାଇଁ କିଛି ଆବଶ୍ୟକ ଉପକରଣ ଉପଲବ୍ଧ ନାହିଁ, ଆମେ ଜିଲ୍ଲା ମୁଖ୍ୟ ସିଡ଼ିଏମଓଙ୍କ ନିକଟରେ ଜଣାଇଛୁ ବୋଳି କହିଛନ୍ତି। ତେବେ ଏକ୍ସ ରେ ମେସିନ ଓ କର୍ମଚାରୀ ନିଯୁକ୍ତି ଥାଇ ଥାଇ ମଧ୍ୟ ତାହା ରୋଗୀଙ୍କ କୌଣସି କାମରେ ଆସୁନାହିଁ ଶୀଘ୍ର ଜିଲ୍ଲା ପ୍ରଶାସନ ଓ ସିଡିଏମଓ ଦୃଷ୍ଟି ଦେଇ କାର୍ଯ୍ୟକ୍ଷମ କରିବାକୁ ଦାବି ହେଉଛି।

ମସିହା ନିଉଜ ସର୍ଭିସ୍ 

Related posts

ଆଞ୍ଚଳିକ ବସ୍ତରିଣି ମହାବିଦ୍ୟାଳୟ ସାନଚେରଗାଁ ରେ ରକ୍ତଦାନ ଶିବିର ଅନୁଷ୍ଠିତ

Sunil Chandra Nayak

ଢେଙ୍କାନାଳ – ସମ୍ବିତ ନନ୍ଦ ମେମୋରିଆଲ ଫାଉଣ୍ଡେସନ ତରଫରୁ ମାଗଣା ସ୍ୱାସ୍ଥ୍ୟ ଓ ଆମ୍ବୁଲାନ୍ସ ସେବା ଉଦଘାଟିତ

ଅଁଳାବେରେଣୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସାମାଜିକକର୍ମୀଙ୍କ ଦ୍ୱାରା ଯୁଦ୍ଧକାଳୀନ ଭିତ୍ତିରେ ରକ୍ତଦାନ ଶିବିର

Leave a Comment

error: Content is protected !!