ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

କଂଗ୍ରେସର ଜାତୀୟ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଦେଶରେ ଅରାଜକତାକୁ ବରଦାସ୍ତ କରାଯିବ ନାହିଁ : ଲଲାଟେନ୍ଦୁ ମହାପାତ୍ର

କଂଗ୍ରେସର ଜାତୀୟ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ

ଦେଶରେ ଅରାଜକତାକୁ ବରଦାସ୍ତ କରାଯିବ ନାହିଁ : ଲଲାଟେନ୍ଦୁ ମହାପାତ୍ର

ବ୍ରହ୍ମପୁର ୧୯/୧୨ ଯୁବ ପ୍ରତିଭାମାନଙ୍କୁ ଦେଶର ସୁରକ୍ଷା ପାଇଁ ଜାତୀୟ ସ୍ରୋତରେ ସାମିଲ କରିବା ପାଇଁ ଏଆଇସିସିର ନିର୍ଦ୍ଦେଶକ୍ରମେ ବ୍ରହ୍ମପୁର ଜୋନ ସ୍ତରୀୟ ଜାତୀୟ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି ବୋଲି ପୂର୍ବତନ ବିଧାୟକ ତଥା ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ଉପସଭାପତି ଲଲାଟେନ୍ଦୁ ମହାପାତ୍ର ପ୍ରକାଶ କରିଛନ୍ତି । ଶ୍ରୀ ମହାପାତ୍ର ବର୍ତ୍ତମାନ ଦେଶରେ ସାମ୍ୱିଧାନିକ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ଭୁଷୁଡ଼ି ଯାଇଛି ଏବଂ ଦେଶରେ ଏକଛତ୍ରବାଦ ଶାସନ ଚାଲିଛି। ଦେଶର ସୁରକ୍ଷା ପାଇଁ ରାହୁଲ ଗାନ୍ଧୀଙ୍କ ନେତୃତ୍ଵରେ ଦେଶସାରା ଜୋରଦାର ଲଢ଼େଇର ଆବଶ୍ୟକତା ରହିଛି ବୋଲି କହିଥିଲେ । ବ୍ରହ୍ମପୁର କଂଗ୍ରେସ ଭବନର ବାପୁଜୀ ଆଶ୍ରମ ପରିସରରେ ଆୟୋଜିତ ଏହି ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟତଃ ଭୋଟ ଚୋରି ଓ ବେକାରୀ ସମସ୍ୟାର ସମାଧାନ ଉପରେ ଉପସ୍ଥିତ ଥିବା ଯୁବ ପ୍ରତିଭାମାନେ ତର୍କ ବିତର୍କ କରିଥିଲେ । ବିଚାରକ ଭାବେ ଦକ୍ଷିଣାଞ୍ଚଳ ଜୋନ ସଂଯୋଜକ ଭୁକଲି ସେଠୀ ଏବଂ ବରିଷ୍ଠ ସାମ୍ବାଦିକ ରବି ରଥ ଯୋଗ ଦେଇଥିଲେ। ଏହି ଅବସରରେ କେନ୍ଦ୍ର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇଥିବା ଗଞ୍ଜାମ, କନ୍ଧମାଳ ଜିଲ୍ଲାର ୧୨ଜଣ ଶିକ୍ଷିତ ଯୁବ ପ୍ରତିଭା ଅଂଶ ଗ୍ରହଣ କରିଥିଲେ। ଦକ୍ଷିଣାଞ୍ଚଳ ଜୋନ ନିମନ୍ତେ କଂଗ୍ରେସ ମୁଖପାତ୍ର ପାଇଁ ଦକ୍ଷ, ପ୍ରତିଭା ସମ୍ପନ୍ନ ଯୁବପିଢ଼ିଙ୍କୁ ଚୟନ ପାଇଁ ସାରା ଦେଶରେ ଏହି କାର୍ଯ୍ୟକ୍ରମ ଜାରି ରହିଛି ବୋଲି ଦକ୍ଷିଣାଞ୍ଚଳ ଜୋନ ସଂଯୋଜକ ତଥା ବିଚାରକ ଭୋକାଲି ସେଠୀ କହିଛନ୍ତି।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଗୋପାଳପୁରର ପୂର୍ବତନ ବିଧାୟକ ଡ଼ା. ତ୍ରିନାଥ ବେହେରା, ବିକ୍ରମ ପୁରୋହିତ, ଆଦିତ୍ୟ କୁମାର ସ୍ଵାଇଁ, ଯୋଗେଶ, ହୀନା କୁମାରୀ ଲିମା (ଗଜପତି), ତତ୍‌‍ସତ୍‌‍ ସୁବୁଦ୍ଧି, ରାମ ନାରାୟଣ ବିଶ୍ଵାସରାୟ, ମୃତ୍ୟୁଞ୍ଜୟ ସାହୁ, କୃଷ୍ଣପ୍ରିୟା ପ୍ରଧାନ (କନ୍ଧମାଳ), ଦତାତ୍ରୟ ବେହେରା, ଯଜ୍ଞ ପ୍ରସାଦ ବେହେରା, ଧରଣୀଧର ବେହେରା, ସିଦ୍ଧାର୍ଥ ଗୌତମ ସାହୁ ପ୍ରମୁଖ ଆଲୋଚନାରେ ଭାଗ ନେଇ ଆଗାମୀ ଦିନରେ କଂଗ୍ରେସ ସଂଗଠନକୁ କ୍ରିୟାଶୀଳ କରିବା ପାଇଁ ପ୍ରକାଶ କରିଥିଲେ । 

 

Related posts

ଏ.ବି.ଭି.ପି. ର ଛାତ୍ର ସମାବେଶ, ଜିଲ୍ଲାପାଳଙ୍କୁ ପ୍ରଦାନ କଲେ 12 ଦଫା ଦାବିପତ୍ର !

Sunil Chandra Nayak

ତ୍ରିଲୋଚନ ପାଣିଗ୍ରାହି , ଏକ ସଂକ୍ଷିପ୍ତ ବିବରଣୀ 

masiha

ଆମ୍ ଆଦମୀ ପାର୍ଟିର ସମୀକ୍ଷା ବୈଠକ

Sunil Chandra Nayak

Leave a Comment

error: Content is protected !!