ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସମୂହ ଛୁଟିରେ ଗଲେ ପଞ୍ଚାୟତ ନିର୍ବାହୀ ଅଧିକାରୀ

ଡାବୁଗାଁ, ୧୮/୮ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକରେ କାର୍ଯ୍ୟରତ ସମସ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀ ମାନେ ଶୁକ୍ରବାର ଠାରୁ ସମୂହ ଛୁଟିରେ ଯାଇଛନ୍ତି | ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘ ସରକାର ଙ୍କୁ ୨ ଦଫା ଦାବି ଦେଇଥିଲେ | ଏହି ୨ ଦଫା ଦାବି ଗୁଡିକ ହେଲା ଯଥା:- ୧. ପଞ୍ଚାୟତ ନିର୍ବାହୀ ଅଧିକାରୀ ମାନଙ୍କ ପ୍ରବେଶିକା ଶିକ୍ଷାଗତ ଯୋଗ୍ୟତା +୨ ରୁ +୩ (ସ୍ନାତକ) କରିବା ସହ ପେ ଲେଭଲ-୫ ର ୨୧୭୦୦ରୁ ପେ ଲେଭଲ-୯ ର ୩୫୪୦୦ ମଞ୍ଜୁର, ୧୦ ବର୍ଷ ଚାକିରୀ ପୂରଣ କରିଥିବା ପଞ୍ଚାୟତ ନିର୍ବାହୀ ଅଧିକାରୀ ସମୂହଙ୍କ ପାଇଁ ସ୍ଵତନ୍ତ୍ର ପଦବୀସୃଷ୍ଟି କରି ଅବସ୍ଥାପିତ କରାଯାଉ ଏବଂ ଜିପିଡିଓ ପଦବୀକୁ ଶତ ପ୍ରତିଶତ ପଦୋନ୍ନତିର ବ୍ୟବସ୍ଥା କରାଯାଉ, ୨- ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗର ପ୍ରଚଳିତ କ୍ୟାଡର ରୁଲ ରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ମାନଙ୍କୁ ଅନ୍ତର୍ଭୁକ୍ତ କରାଯାଉ ଓ ଆରଏସିପି ପାଇଥିବା ପଞ୍ଚାୟତ ନିର୍ବାହୀ ଅଧିକାରୀ ମାନଙ୍କୁ ଅବସରକାଳୀନ ପେନସନ ଓ ପରିବାର ପେନସନ ପ୍ରଦାନ କ୍ଷେତ୍ରରେ ଉଚ୍ଚ ନ୍ୟାୟଳୟରୁ ବ୍ୟକ୍ତିଗତ ଆଦେଶ ନଆଣି ସମସ୍ତ ଆରଏସିପି ପାଇଥିବା ଅବସର ନେଇଥିବା ପଞ୍ଚାୟତ ନିର୍ବାହୀ ଅଧିକାରୀ ମାନଙ୍କୁ ବିଭାଗୀୟ ପାତ୍ର ଆଦେଶ ମାଧ୍ୟମରେ ପେନସନ ପ୍ରଦାନ କରିବା ଆଦି ଦାବି ରହିଛି | ଏହି ଦାବି ନେଇ ପଞ୍ଚାୟତ ନିର୍ବାହୀ ଅଧିକାରୀ ମାନେ ୭.୮.୨୩ ଠାରୁ ୧୭ ତାରିଖ ପର୍ଯ୍ୟନ୍ତ କଳା ବ୍ୟାଚ ପରିଧାନ କରି କାର୍ଯ୍ୟ କରିଥିଲେ | କିନ୍ତୁ ସରକାର କୌଣସି ସମାଧାନ କରିନଥିବାରୁ ଆଜିଠାରୁ ପଞ୍ଚାୟତ ନିର୍ବାହୀ ଅଧିକାରୀ ସମୂହ ଛୁଟିରେ ରହିଛନ୍ତି | ଡାବୁଗାଁ ବ୍ଲକ ର ସମସ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀ ମାନେ ଶୁକ୍ରବାର ସମୂହ ଛୁଟି ଦରଖାସ୍ତ ବିଡିଓ ଶରତ ମାଝିଙ୍କୁ ପ୍ରଦାନ କରିଛନ୍ତି | ଏହି ଦରଖାସ୍ତ ପ୍ରଦାନ ସମୟରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଏ.ଡି ପ୍ରସାଦ, ପ୍ରଭାକର ମୁଦୁଲି, ପରଶୁରାମ ମାଳୀ, ଅର୍ଜୁନ ଭତ୍ରା, କାଳୀପଦ କୀର୍ତ୍ତନିଆ ଓ ହଳଧର ଜାନୀ ପ୍ରମୁଖ ଉପସ୍ଥିତ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟା ତପସ୍ଵିନୀ କୁଅଁର ଙ୍କ ଅକାଳ ବିୟୋଗ  ଶୋକାକୁଳ ପରିବାର ବର୍ଗଙ୍କୁ ସମବେଦନା ଜଣାଇଲେ ଉପମୂଖ୍ୟ ମନ୍ତ୍ରୀ

masiha

ଜିଲ୍ଲା ସ୍ତରୀୟ ମହକ ଶିଶୁ ମହୋତ୍ସବ ଅନୁଷ୍ଠିତ 

masiha

Koraput Shines at State-Level Sampoornata Abhiyaan Samman Samaroha

Sunil Chandra Nayak

Leave a Comment

error: Content is protected !!