ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବୋଦୟ ରେ ଜିଲ୍ଲା ଟପ୍ପର ହେଲେ ଧର୍ମଗଡ ବ୍ଲକ ର ଦିପେଶ କୁମାର

ଷଷ୍ଠ ଶ୍ରେଣୀ ନବୋଦୟ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷାରେ ଜିଲ୍ଲା ଟପ୍ପର ହେଇଛନ୍ତି ଧର୍ମଗଡ ବ୍ଲକ ତରଞ୍ଜା ଗ୍ରାମର ଦିପେଶ କୁମାର।.

ଗତ ଏପ୍ରିଲ ୨୯ ତାରିଖରେ ଏହି ପ୍ରବେଶିକା ପରୀକ୍ଷା ହୋଇଥିଲା ।ପିଲାବେଳୁ ପାଠପଢା ପ୍ରତି ଆଗ୍ରହ ଦେଖି ବାପା ଚିତ୍ତରଞ୍ଜନ କୁମାର ଏବଂ ମାଆ ଲଳିତା କୁମାର ନବୋଦୟ ପ୍ରବେଶିକା ପରୀକ୍ଷା ଦେବାକୁ ଉତ୍ସାହିତ କରିଥିଲେ।ଭବିଷ୍ୟତରେ ପ୍ରଶାସନିକ ଅଧିକାରୀ ହୋଇ ଦେଶ ସେବା କରିବି ବୋଲି ଦିପେଶ କହିଛନ୍ତି।ଜିଲ୍ଲା ଟପ୍ପର ହେବାରୁ ମାମୁ ଡମ୍ବରୁଧର ସେନାପତି,ବଡ ବାପା ମନୋରଞ୍ଜନ କୁମାର, ଜେଜେବାପା କୁଞ୍ଜବିହାରୀ କୁମାର, ଅଜା ଶଙ୍କର ସେନାପତି,ଦିଦି ସୂର୍ଯ୍ୟକାନ୍ତି ସେନାପତି,ଅଲ ଓଡିଶା ସିଡୁଲ୍ଡ କାଷ୍ଟ ଫେଡେରେସନ ଧର୍ମଗଡ ସଭାପତି ବିରଞ୍ଚି ନାରାୟଣ ଜାଲ, ଜିଲ୍ଲା ସଭାପତି ଶ୍ରୀବତ୍ସ ତାଣ୍ଡି ଓ ସମସ୍ତ କାର୍ଯ୍ୟକର୍ତ୍ତା ଶୁଭେଚ୍ଛା ଜଣାଇଛନ୍ତି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

‘ ମାଟିକନ୍ୟା ସମ୍ମାନ ୨୦୨୩ ‘ ରେ ସମ୍ମାନୀତ ହେଲେ ଢେ଼ଙ୍କାନାଳ ର କନ୍ୟା ସସ୍ମିତା

Sunil Chandra Nayak

ପାର୍ବତୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ 

masiha

ଶ୍ରୀ ଶ୍ରୀ ଐଶ୍ବାନେଶ୍ବର ମନ୍ଦିରର ପୁନଃ ନିର୍ମାଣ ନେଇ ପୀଠରେ ପୂଜାର୍ଚ୍ଚନା

Leave a Comment

error: Content is protected !!