ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ସ୍ତରୀୟ ଉତ୍ସାହ ଓ ମହକ ୨୦୨୬ କାର୍ଯ୍ୟକ୍ରମ ଅନୁଷ୍ଠିତ

ଜିଲ୍ଲା ସ୍ତରୀୟ ଉତ୍ସାହ ଓ ମହକ ୨୦୨୬ କାର୍ଯ୍ୟକ୍ରମ ଅନୁଷ୍ଠିତ

ଭବାନୀପାଟଣା :ଆଜି ତା.୦୨.୧୦.୨୦୨୬ ରିଖ ସ୍ଥାନୀୟ ରିଜର୍ଭ ପୋଲିସ ପଡ଼ିଆ ଭବାନୀପାଟଣା ଠାରେ ଜିଲ୍ଲା ସ୍ତରୀୟ ଉତ୍ସାହ ଓ ମହକ ୨୦୨୬ କାର୍ଯ୍ୟକ୍ରମ ମହା ଆଡମ୍ବର ସହକାରେ ଉଦଘାଟିତ ହୋଇଯାଇଛି। ଶିଶୁ ଯତ୍ନ ଅନୁଷ୍ଠାନ ରେ ରହୁଥିବା ଶିଶୁ ମାନଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ କଳା ଓ ପ୍ରତିଭା ର ବିକାଶ କରିବା ଉଦ୍ଦେଶ୍ୟ ରେ ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟ।ଳୟ ତଥା ଜିଲ୍ଲା ପ୍ରଶାସନ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ କଳାହାଣ୍ଡି ଜିଲ୍ଲା ର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ତନ୍ମୟ କୁମାର ଦରୱାନ ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥି ଭାବରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ସମ୍ପାଦିକା ଶ୍ରୀମତୀ ସ୍ନିଗ୍ଧା ପଣ୍ଡା , ଶିଶୁ ମଙ୍ଗଳ ସମିତି ର ଅଧ୍ୟକ୍ଷା ସୁଶ୍ରୀ ସ୍ୱର୍ଣ୍ଣଲତା ମହାନ୍ତି ସଦସ୍ୟ ଓ  ସଦସ୍ୟା ବିଶ୍ୱନାଥ ଦାଶ, ରାମ ନାରାୟଣ ରଥ ଓ ଶ୍ରୀମତି ଯସୋବନ୍ତି ଦେଇ, ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରା, କିଶୋର ନ୍ୟାୟ ବୋର୍ଡ ର ସଦସ୍ୟା ଭବାନୀ ପଟ୍ଟନାୟକ, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ରାଧାକାନ୍ତ ଛତ୍ରୀ, DSP ମୁକ୍ତି କୁମାର କୁଲୁ, ଜିଲ୍ଲା ଶାରିରୀକ ଶିକ୍ଷା ଅଧିକାରୀ ରୂପ ସିଂ ରାଉତ, ଜିଲ୍ଲା ଯୋଜନା ଓ ସମନ୍ୱୟ ଉପ ନିର୍ଦ୍ଦେଶକ ଶ୍ରୀକାନ୍ତ କୁମାର ଦଳେଇ, SWO ନିୟତିବାଳା ସୋରେନ, ଉପଖଣ୍ଡିୟ ସୁରକ୍ଷା ଅଧିକାରୀ ଫୁଲେନ୍ସିଆ ସୋରେନ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶୈଳେନ୍ଦୁ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ। ସଭାକାର୍ଯ୍ୟ ପରିଚାଳନା କରିଥିଲେ ଶିଶୁ ସୁରକ୍ଷା କାର୍ଯ୍ୟାଳୟ ର ଅଂଶୁମାନ ବାବୁ। ଦୁଇଦିନ ଧରି ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ କଲାହାଣ୍ଡି ର ସମସ୍ତ ଶିଶୁ ଯତ୍ନ ଅନୁଷ୍ଠାନ ର ଅନ୍ତେବାସୀ ମାନଙ୍କ ମଧ୍ୟରେ ଉଭୟ ବାଳକ ଓ ବାଳିକା ବର୍ଗରେ ବିଭିନ୍ନ ଖେଳକୁଦ ପ୍ରତିଯୋଗୀତା, କ୍ୟାରମ୍, ଚେସ୍, ଫୁଟବଲ୍, ବତ୍କୃତା, ଚିତ୍ରାଙ୍କନ, କୁଇଜ୍, ଦଳଗତ ନୃତ୍ୟ, ଏକକ ସଂଗୀତ, talent hunt ପ୍ରଭୃତି ଅନୁଷ୍ଠିତ ହେବ। ପ୍ରଥମ ଦିନର ଉତ୍ସାହ କାର୍ଯ୍ୟକ୍ରମ ରେ ଲମ୍ବଡିଆଁ, ଉଚ୍ଚ ଡିଆଁ, ୧୦୦ ଓ ୨୦୦ ମିଟର ଦୌଡ଼, ଫୁଟବଲ୍, କ୍ୟାରମ, ଚେସ୍ ପ୍ରଭୃତି ଅନୁଷ୍ଠିତ ହେଇଥିଲା ଏଵଂ  ଶେଷରେ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଆସନ୍ତା କାଲି ତା ୦୩.୧୦.୨୬ ରେ ମହକ କାର୍ଯ୍ଯକ୍ରମ ଅନୁଷ୍ଠିତ ହେବାକୁ ସମସ୍ତ ପ୍ରସ୍ତୁତି ହୋଇସାରିଛି। ଏହି ଦୁଇ ଦିନର କାର୍ଯ୍ୟକ୍ରମରେ ସମସ୍ତ ବିଭାଗରେ ପ୍ରଥମ ସ୍ଥାନ ହାସଲ କରିଥିବା କୃତି ପ୍ରତିଯୋଗୀ ମାନେ ଆସନ୍ତା ନଭେମ୍ବର ମାସରେ ହେବାକୁ ଥିବା ରାଜ୍ୟ ସ୍ତରୀୟ ଉତ୍ସାହ ଓ ମହକ କାର୍ଯ୍ୟକ୍ରମ ରେ ଯୋଗଦାନ କରିବା ପାଇଁ ଚୟନ କରାଯିବ ଏବଂ ସେମାନେ ନିଜ ନିଜର ପ୍ରତିଭା ପ୍ରଦର୍ଶନ କରି ଜିଲ୍ଲା ପାଇଁ ଗୌରବ ଆଣିବା ପାଇଁ ରାଜ୍ୟ ସ୍ତରୀୟ କାର୍ଯ୍ଯକ୍ରମରେ ଯୋଗ ଦେବା ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି ଓ ଆଶାବାଦୀ ଅଛନ୍ତି।

Related posts

କେନ୍ଦୁଝର ଧରଣୀଧର ମେଡିକାଲ କଲେଜ ଓ ହସ୍ପିଟାଲରେ ଆରମ୍ଭ ହେଲା ଅନ୍ତଃ-ଚିକିତ୍ସା ସେବା ଓ ଟ୍ରମା କେୟାର ସବୁ ଖଣିଜ ଜିଲ୍ଲା ଗୁଡିକର ମେଡିକାଲ କଲେଜ୍‌ରେ ଉନ୍ନତ ଟ୍ରମା କେୟାର ବ୍ୟବସ୍ଥା ରହିବ

masiha

ଉଚ୍ଛେଦ ହେଲା ଜବରଦଖଲ

Sunil Chandra Nayak

ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟେଶରେ ୩ ଗୋଟି ଦାବି ପ୍ରଦାନ

Sunil Chandra Nayak

Leave a Comment

error: Content is protected !!