ରାଉରକେଲା କଣ୍ଟ୍ରାକ୍ଟର ୱାକର୍ସ ୟୁନିୟନର ୭ମ ସାଂଗଠନିକ ସମ୍ମିଳନୀ ଅନୁଷ୍ଠିତ
ଆର୍ ଏସ ପି ଠିକା ଶ୍ରମିକ ଙ୍କୁ ଶୋଷଣ ବିରୁଦ୍ଧରେ ଐକ୍ୟବଦ୍ଧ ଆନ୍ଦୋଳନ ପାଇଁ ଆହ୍ୱାନ
ରାଉରକେଲା : ରାଉରକେଲା ଇସ୍ପାତ କାରଖାନା ( ସେଲ୍) ଅଧିନରେ କାର୍ଯ୍ୟକରୁଥିବା ଠିକା ଶ୍ରମିକ ମାନଙ୍କ ନ୍ୟାର୍ଯ୍ୟ ଅଧିକାର ପାଇଁ ଦୀର୍ଘ ସଂଗ୍ରାମ ଜାରୀ ରଖିଥିବା ରାଉରକେଲା କଣ୍ଟ୍ରାକ୍ଟର ୱାକର୍ସ ୟୁନିୟନ ( ସି ଆଇ ଟି ୟୁ) ର ୭ମ ସାଂଗଠନିକ ସମ୍ମିଳନୀ ସ୍ଥାନୀୟ ଶ୍ରମିକ ଭବନ, ସେକ୍ଟର -୧୬ ଠାରେ ଅନୁଷ୍ଠିତ ହୋଇଯାଇଅଛି। ସମ୍ମିଳନୀର ପ୍ରାରମ୍ଭରେ ୟୁନିୟନର ସଭାପତି ତଥା ସି ଆଇ ଟି ୟୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବିଷ୍ଣୁ ମହାନ୍ତି ସଂଗଠନ ର ଲାଲ୍ ପତାକା ଉତ୍ତୋଳନ କରିଥିଲେ। ସମ୍ମିଳନୀ କୁ ଆନୁଷ୍ଠାନିକ ଭାବରେ ଉଦଘାଟନ କରି ସି ଆଇ ଟି ୟୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବିଷ୍ଣୁ ମହାନ୍ତି କହିଥିଲେ ଯେ କେନ୍ଦ୍ର ଓ ରାଜ୍ୟ ସରକାର ପୁଞ୍ଜିପତି ଓ କର୍ପୋରେଟ ସଂସ୍ଥା ମାନଙ୍କ ସ୍ବାର୍ଥ ରକ୍ଷା ପାଇଁ ଶ୍ରମିକ ମାନଙ୍କୁ ଶୋଷଣ କରିବାକୁ ଶ୍ରମ ଆଇନ କୁ ରଦ୍ଦ କରି କୋର୍ଡ ରେ ପରିଣତ କଲାପରେ ବର୍ତ୍ତମାନ ଓଡ଼ିଶା ରାଜ୍ୟ ସରକାର ଶିଳ୍ପ ଆଇନ ଓ ସପ୍ସ ଏଣ୍ଡ କମର୍ସିଆଲ ଆଇନ ର ପରିବର୍ତ୍ତନ କରି ଶ୍ରମିକ ମାନଙ୍କ ଦୈନିକ କାର୍ଯ୍ୟ ଦିବସ କୁ ୮ ଘଣ୍ଟା ରୁ ୧୦ ଘଣ୍ଟା କରିଛନ୍ତି ଓ ମହିଳା ମାନଙ୍କୁ ରାତ୍ରୀକାଳୀନ କାର୍ଯ୍ୟ କରିବା ପାଇଁ ଗେଜେଟ ନୋଟିଫିକେସନ କରିଛନ୍ତି ଯାହା ଶ୍ରମିକ ମାନଙ୍କ ଦୀର୍ଘ ଅଧିକାର ପ୍ରତି ଶକ୍ତ ପ୍ରହାର। ଏହା ବିରୁଦ୍ଧରେ ଐକ୍ୟବଦ୍ଧ ଶ୍ରମିକ ଆନ୍ଦୋଳନ ଜରୁରୀ। ସେଲ୍ ଅଧିନରେ କାର୍ଯ୍ୟକରୁଥିବା ସରକାର ଙ୍କ ନୀତି ଫଳରେ ସ୍ଥାୟୀ ସ୍ଥାନରେ ଠିକା ଶ୍ରମିକଙ୍କୁ ନିଯୁକ୍ତି କରାଯାଉଛି। ସେମାନଙ୍କୁ ସର୍ବନିମ୍ନ ସୁବିଧା ସୁଯୋଗ ଦିଆଯାଉନାହିଁ। ରାଉରକେଲା ଇସ୍ପାତ କାରଖାନା ର କିଛି ଅଫିସରଙ୍କ ସହଯୋଗ ରେ ଠିକା ସଂସ୍ଥା ଶୋଷଣ କରୁଛି। ଏହି ଅନ୍ୟାନ୍ୟ, ଅତ୍ୟାଚାର ବିରୋଧରେ ଠିକା ଶ୍ରମିକ ମାନଙ୍କୁ ସଂଗଠିତ କରି ବ୍ୟାପକ ଆନ୍ଦୋଳନ ପାଇଁ ଆହ୍ୱାନ କରିଥିଲେ।
ସମ୍ମିଳନୀ ରେ ୟୁନିୟନର ସାଧାରଣ ସମ୍ପାଦକ ବିମାନ ମାଇତି ରାଜନୈତିକ ଓ ସାଂଗଠନିକ ଚିଠା ରିପୋର୍ଟ ଉପସ୍ଥାପନ କରିଥିଲେ। ଏହି ସମ୍ମିଳନୀ ରେ ଭାତୃପ୍ରତିମ ୟୁନିୟନ ପକ୍ଷରୁ ଜାହାଙ୍ଗୀର ଅଲ୍ଲୀ,ଶ୍ରୀମନ୍ତ ବେହେରା,ରାଜ କିଶୋର ପ୍ରଧାନ, ବସନ୍ତ ନାୟକ,ଭାଗିରଥି ଟୁଡୁ, ଯଯାତି କେଶରୀ ସାହୁ, ଶକୁନ୍ତଳା ମହାକୁଡ଼,ତାଜମୁନ ନେହାର, ସନ୍ତୋଷ ସାହୁ, ଚନ୍ଦ୍ରଭାନୁ ଦାସ,ଅରୁଣ ମହାରଣା, ଉପେନ୍ଦ୍ର ତ୍ରିପାଠୀ, ଦିବାକର ମହାରଣା ପ୍ରମୁଖ ବକ୍ତବ୍ୟ ରଖି ଆଗାମୀ ଦିନରେ ଠିକା ଶ୍ରମିକ ଙ୍କ ଆନ୍ଦୋଳନ କୁ ସହଯୋଗ କରିବା ସହିତ ସମ୍ମିଳନୀ ର ସଫଳତା କାମନା କରିଥିଲେ। ସାଧାରଣ ସମ୍ପାଦକ ଙ୍କ ଚିଠା ରିପୋର୍ଟ ଉପରେ ବିଭିନ୍ନ ସାଇଟ୍ ରୁ ଆସିଥିବା ଠିକା ଶ୍ରମିକ ନେତୃତ୍ବ ମାନେ ଆଲୋଚନା ରେ ଅଂଶଗ୍ରହଣ କରି ଶ୍ରମିକ ଶୋଷଣ ଓ ତା ବିରୋଧରେ ଆନ୍ଦୋଳନ ଉପରେ ଗୁରୁତ୍ବ ଦେଇଥିଲେ।
ସମ୍ମିଳନୀ ରେ ଶ୍ରମିକ ବିରୋଧୀ ୪ଟି ଶ୍ରମ କୋର୍ଡ ବିରୁଦ୍ଧରେ ଐକ୍ୟବଦ୍ଧ ଆନ୍ଦୋଳନ, ଇସ୍ପାତ ଶିଳ୍ପ, ଶିକ୍ଷା ଓ ଟାଉନସିପ୍ କୁ ଘରୋଇକରଣ ବିରୁଦ୍ଧରେ ଆନ୍ଦୋଳନ, ସରକାର ଙ୍କ ୧୦ ଘଣ୍ଟା କାର୍ଯ୍ୟ ଦିବସ ଓ ମହିଳାଙ୍କ ରାତ୍ରୀକାଳୀନ କାର୍ଯ୍ୟ ବିରୁଦ୍ଧରେ ଆନ୍ଦୋଳନ, ଦରଦାମ୍ ବୃଦ୍ଧି ଓ ବେକାରୀ ବିରୁଦ୍ଧରେ, ସାଂପ୍ରଦାୟିକତାବାଦ ବିରୋଧରେ,ଟ୍ରମ୍ପ ଙ୍କ ଟାରିଫ ବିରୁଦ୍ଧରେ ଆନ୍ଦୋଳନ ଆଗାମୀ ଦିନରେ ବ୍ୟାପକ ପାଇଁ ସମ୍ମିଳନୀ ରେ ସର୍ବସମ୍ମତିକ୍ରମେ ପ୍ରସ୍ତାବ ଗୃହୀତ କରାଯାଇଥିଲା। ଆଗାମୀ ନଭେମ୍ବର ୧୯ ତାରିଖ ରେ ୟୁନିୟନ ପକ୍ଷରୁ ଆର ଏସ ପି ର ଶିକ୍ଷା, ଟାଉନସିପ୍ କୁ ଘରୋଇକରଣ ବିରୁଦ୍ଧରେ ବିକ୍ଷୋଭ ଓ ଡିସେମ୍ବର ୫ ତାରିଖ ରାଜ୍ୟ ସରକାର ଶ୍ରମିକଙ୍କ କାର୍ଯ୍ୟ ଦିବସ ୧୦ ଘଣ୍ଟା ଓ ମହିଳା ଶ୍ରମିକମାନଙ୍କୁ ରାତ୍ରୀକାଳୀନ କାର୍ଯ୍ୟ ବିରୁଦ୍ଧରେ ରାଉରକେଲା ଫ୍ୟାକ୍ଟ୍ରି ଏଣ୍ଡ ବୟଲର ଡାଇରେକ୍ଟର ଅଫିସ ସମ୍ମୁଖରେ ବିକ୍ଷୋଭ କୁ ସଫଳ କରିବାକୁ ଆହ୍ୱାନ କରାଯାଇଥିଲା।
ସମ୍ମିଳନୀ ରେ ଆଗାମୀ ୩ ବର୍ଷ ପାଇଁ ୨୩ ଜଣିଆ କର୍ମକର୍ତ୍ତା କମିଟି ଓ ୨୫ ଜଣିଆ କାର୍ଯ୍ୟକାରୀ କମିଟି ସର୍ବସମ୍ମତିକ୍ରମେ କ୍ରମେ ନିର୍ବାଚିତ କରାଯାଇଥିଲା। ସଭାପତି ଭାବେ ବିଷ୍ଣୁ ମହାନ୍ତି, ସାଧାରଣ ସମ୍ପାଦକ ବିମାନ ମାଇତି,ଉପ ସଭାପତି ଜାହାଙ୍ଗୀର ଅଲ୍ଲୀ,ଶ୍ରୀମନ୍ତ ବେହେରା, ବସନ୍ତ ନାୟକ,ଅରୁ ଦାସ, ଅଜୟ ଶର୍ମା, ସଂପାଦକ ଭାବରେ ରାଜ କିଶୋର ପ୍ରଧାନ, ପ୍ରଭାତ ମହାନ୍ତି,ହୃଦୟାନନ୍ଦ ଯାଦବ,ବିନୟ ବେହୁରିଆ, ବିଶ୍ଵଜିତ ମାଝୀ, କୋଷାଧ୍ୟକ୍ଷ ଭାବରେ ବି ପି ମହାପାତ୍ର,ସହ କୋଷାଧ୍ୟକ୍ଷ ଲକ୍ଷ୍ମୀଧର ନାୟକ,ସହ ସଂପାଦକ ବଛିରାମ ବେହେରା, ବସନ୍ତ ପାଢ଼ୀ,ବି ବି ଗିରି, ଅଶୋକ ଦାସ, ଉପେନ୍ଦ୍ର ତ୍ରିପାଠୀ, ଶେଖର ଶର୍ମା, ଯୁଗ୍ମ ସଂପାଦକ ଭାବେ ଦିବାକର ମହାରଣା, ଅନାଦି ସାହୁ, ଜୟନ୍ତୀ ମୋହିନୀ ପ୍ରମୁଖ ନିର୍ବାଚିତ ହୋଇଥିବା ବେଳେ କାର୍ଯକାରୀ କମିଟି ରେ ବିଭିନ୍ନ ସାଇଟ୍ ରୁ ଠିକା ଶ୍ରମିକ ନେତୃତ୍ବ ମାନେ ସର୍ବସମ୍ମତିକ୍ରମେ ନିର୍ବାଚିତ ହୋଇଥିଲେ।
ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍

