ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୋ ଅନୁଷ୍ଠାନ ସାହିତ୍ୟ ସଂସଦର ବାର୍ଷିକ ଉତ୍ସବ ଅନୁଷ୍ଠିତ

ମୋ ଅନୁଷ୍ଠାନ ସାହିତ୍ୟ ସଂସଦର ବାର୍ଷିକ ଉତ୍ସବ ଅନୁଷ୍ଠିତ

ବାଲେଶ୍ଵର,୨୯/୧୨/୨୩- ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ପରିସରରେ ଥିବା ଶିକ୍ଷକ ଭବନ ସଭାଗୃହ ମଧ୍ୟରେ ମୋ ଅନୁଷ୍ଠାନ ସାହିତ୍ୟ ସଂସଦ, ଆଳଦା, ଖଇରା, ବାଲେଶ୍ଵରର ତୃତୀୟ ଓ ଚତୁର୍ଥ ବାର୍ଷିକ ଉତ୍ସବ ତା ୨୭/୧୨/୨୦୨୩ ରିଖ ବୁଧବାର ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ତୃତୀୟ ବାର୍ଷିକ ଉତ୍ସବ ଉପଲକ୍ଷେ ଗରିବ, ଅସହାୟ, ବିଧବା, ଆଦିବାସୀ ମାନଙ୍କୁ କମ୍ବଳ ବଣ୍ଟନ କରାଯାଇଥିଲା ।

    ପରେ ପରେ ଚତୁର୍ଥ ବାର୍ଷିକ ଉତ୍ସବ ଉପଲକ୍ଷେ କବିତା ପାଠ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଏସସିବି ମେଡ଼ିକାଲ କଲେଜ, କଟକର ଶିଶୁରୋଗ ବିଶେଷଜ୍ଞ ଡାକ୍ତର ସୌମ୍ୟରଞ୍ଜନ ମହାନ୍ତି, ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ କୈଳାସ ଚନ୍ଦ୍ର ବେହେରା, ସାମ୍ବାଦିକ ପଦ୍ମଲୋଚନ ଦାସ, ଶିକ୍ଷୟିତ୍ରୀ ମମତାମୟୀ ବିଶ୍ବକଲ୍ଯାଣୀ ରାଉତ, ଶିକ୍ଷକ ବୁଦ୍ଧିରାମ ପାଣିଗ୍ରାହୀ ପ୍ରମୁଖ ଯୋଗଦେଇ ମଞ୍ଚାସୀନ ହୋଇଥିଲେ । ଏହି ରାଜ୍ୟସ୍ତରୀୟ କବିତା ପାଠ କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ଇନ୍ଦ୍ରମଣି ମହାକୁଡ, ନବଘନ ସ୍ବାଇଁ, ପ୍ରମିଳା ପାଣି, ଜ୍ଯୋତ୍ସ୍ନାରାଣୀ ଦେବୀ, ବନ୍ଦନା ମହାପାତ୍ର, ସନ୍ଧ୍ୟାରାଣୀ ବେହେରା, ରବିନାରାୟଣ ବିଶ୍ବାଳ, ପୁଷ୍ପାଞ୍ଜଳି ମିଶ୍ର, ଜ୍ଯୋତ୍ସ୍ନାରାଣୀ ମହାନ୍ତି, କୁଞ୍ଜଲତା ମାହୁଁନ୍ତ, ହେମନ୍ତ କୁମାର ନାୟକ, ରୁବିଲତା ଦାସ, ମମତାମୟୀ ବିଶ୍ବକଲ୍ଯାଣୀ ରାଉତ, ପ୍ରମୋଦିନୀ ପରିଚ୍ଛା, ରଶ୍ମିରେଖା ସାହୁ, ସୌଦାମିନୀ ତ୍ରିପାଠୀ, ମାମି ପାତ୍ର, ରେଖାରାଣୀ ବାରିକ୍, ତାନଶ୍ରୀ ପାଣିଗ୍ରାହୀ, ସ୍ବାଗତିକା ସାହୁ, ଶ୍ରୀକାନ୍ତ ପଣ୍ଡା ଓ ବସନ୍ତ କୁମାର ଦାସଙ୍କ ସମେତ ଅନେକ କବି କବୟିତ୍ରୀ ଯୋଗଦେଇ କବିତା ପାଠ କରିଥିଲେ । କବିତା ଗୁଡିକୁ ଖୁବ୍ ସୁନ୍ଦର ଭାବରେ ସଂଯୋଜନା କରିଥିଲେ ଡଃ ତାନଶ୍ରୀ ପାଣିଗ୍ରାହୀ, ଅଧ୍ଯାପିକା ସ୍ବାଗତିକା ସାହୁ ଓ ମମତାମୟୀ ବିଶ୍ବକଲ୍ଯାଣୀ ରାଉତ । କବିତା ପାଠ ଶେଷରେ ସମସ୍ତଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା । ଏହି ଅବସରରେ ୨୦୨୨ ମସିହା ମେଟ୍ରିକ ପରୀକ୍ଷାରେ ବିଦ୍ୟାଳୟ ଟପ୍ପର ଛାତ୍ରଛାତ୍ରୀ ମାନଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା । 

  କବିତା ପାଠ କାର୍ଯ୍ୟକ୍ରମ ପରେ ସଭାପତି ଡଃ ନାରାୟଣ ଚନ୍ଦ୍ର ସେନାପତିଙ୍କ ସଭାପତିତ୍ବରେ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ଅଭିଲିପ୍ସା ସାହୁ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ବଳନ କରି ସମ୍ବର୍ଦ୍ଧନା ସଭାକୁ ଉଦଘାଟନ କରିଥିଲେ । ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ସହଜିଲ୍ଲାପାଳ ଡଃ ଅଲେଖ ପ୍ରସାଦ ମହାରଣା, ଯାଜପୁର, ସମ୍ମାନିତ ବକ୍ତା ବିଇଓ ଶଶଧର ପଣ୍ଡା, ଭଦ୍ରକ ଜିଲ୍ଲା, ସମ୍ମାନିତ ଅତିଥି ଭାବେ ଅନୁଷ୍ଠାନର ସହ-ସମ୍ପାଦିକା ମମତାମୟୀ ବିଶ୍ବକଲ୍ଯାଣୀ ରାଉତ, ଶିଶୁରୋଗ ବିଶେଷଜ୍ଞ ଡାକ୍ତର ସୌମ୍ୟରଞ୍ଜନ ମହାନ୍ତି, ସମାଜସେବୀ ଜ୍ଯୋତ୍ସ୍ନାରାଣୀ ମହାନ୍ତି ମଞ୍ଚାସୀନ ଥିଲେ । ବାର୍ଷିକ ବିବରଣୀ ପାଠ କରିଥିଲେ ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରା । ଏହି ପରିପ୍ରେକ୍ଷୀରେ ଅନୁଷ୍ଠାନର ବାର୍ଷିକ ମୁଖପତ୍ର ” ସମ୍ପୂର୍ଣ୍ଣା ” ଉନ୍ମୋଚିତ ହୋଇଥିଲା । ଏଥିରେ କବି କବୟିତ୍ରୀ ମାନଙ୍କ କବିତା ସ୍ଥାନ ପାଇଛି । ପତ୍ରିକା ” ମୋ ଅନୁଷ୍ଠାନ ” ପ୍ରିଣ୍ଟ୍ କାର୍ଯ୍ୟ ସରି ନପାରିବାରୁ ଉନ୍ମୋଚିତ ହୋଇ ପାରିନାହିଁ । ମଞ୍ଚାସୀନ ଅତିଥି ମାନଙ୍କ ସାହିତ୍ୟ ସମ୍ବନ୍ଧୀୟ ବକ୍ତବ୍ୟ ଖୁବ୍ ସରସ, ସୁନ୍ଦର ଓ ଶିକ୍ଷଣୀୟ ଥିଲା । ବକ୍ତବ୍ୟ ପରେ ପରେ ମଞ୍ଚାସୀନ ଅତିଥି ମାନେ କବି କବୟିତ୍ରୀ, ସାମ୍ବାଦିକ ଓ ସମାସେବା କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ବିଭିନ୍ନ ପ୍ରତିଭାଧାରୀ ମାନଙ୍କୁ ମାନପତ୍ର ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ । କାର୍ଯ୍ୟକ୍ରମ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ଅନୁଷ୍ଠାନର କୋଷାଧ୍ୟକ୍ଷ ସନ୍ଦିପ୍ ମାଝୀଙ୍କ ମାଆ ସରସ୍ୱତୀ ମାଝୀ, ସ୍ତ୍ରୀ ସୁନିତା ପରିଡା ଓ ତାଙ୍କ ପରିବାର । ଶେଷରେ ଧନ୍ୟବାଦ ପରେ ସଭାପତି ସଭା ସାଙ୍ଗ କରିଥିଲେ । ପ୍ରକାଶ ଥାଉକି ୨୦୨୪ ମସିହା ଡିସେମ୍ବର ମାସ ୨୭ ତାରିଖ ଦିନ ଅନୁଷ୍ଠାନ ତା’ର ପଞ୍ଚମ ବାର୍ଷିକ ଉତ୍ସବ ଖଇରା ଠାରେ ପାଳନ କରିବ । ଯୋଗଦାନ ନିମନ୍ତେ ଆଗ୍ରହୀ ସାହିତ୍ୟ ବନ୍ଧୁ ମାନଙ୍କୁ ଏବେଠାରୁ ଅନୁରୋଧ ରହିଲା ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଯାଦବ ମହାସଭା ପକ୍ଷରୁ ମାଟ୍ରିକ ଟପ୍ପର ସମ୍ମାନୀତ 

masiha

ଜୁନାଗଡ଼ରେ ଶବ କୁ ଅସମ୍ମାନ, ଦୋଷୀ ବିରୋଧ ରେ କାର୍ଯ୍ୟାନୁଷ୍ଠାନ ଓ ମହାପ୍ରୟାଣ ଗାଡି ଯୋଗାଇ ଦେବା ନେଇ ଥାନା ସମ୍ମୁଖରେ ଧାରଣା

masiha

A DAY OF UNBRIDLED JOY  AT SERVICE TO HUMANITY FOUNDATION……. CHILDRENS DAY CELEBRATION

Sunil Chandra Nayak

Leave a Comment

error: Content is protected !!