ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୟୂରୀ ଥିମ୍ ସଙ୍ଗ ଲୋକାର୍ପିତ  ଗୀତ ସଂଗୀତ ଓ ଗାୟନ ଶୈଳୀ ଉପସ୍ଥିତ ଦର୍ଶକ ଙ୍କ ପ୍ରଶଂସା

ମୟୂରୀ ଥିମ୍ ସଙ୍ଗ ଲୋକାର୍ପିତ 

ଗୀତ ସଂଗୀତ ଓ ଗାୟନ ଶୈଳୀ ଉପସ୍ଥିତ ଦର୍ଶକ ଙ୍କ ପ୍ରଶଂସା

 ମୟୂରଭଂଜ- ୨୬/୧୦ —  ସ୍ଥାନୀୟ ଷ୍ଟାଡିୟମ କନଫରେନ୍ସ ହଲରେ ସଂସ୍କାର ଶିଶୁ ମହୋତ୍ସବ ମୟୂରୀର ଥିମ୍ ସଙ୍ଗ ଭରପୁର ଦର୍ଶକ ଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇ ଯାଇଛି। ମହୋତ୍ସବ କମିଟି ଆନୁକୁଲ୍ୟ ରେ ଆୟୋଜିତ ଏହି ଲୋକାର୍ପଣ ଉତ୍ସବରେ କମିଟି ର କାର୍ଯ୍ୟକାରୀ ସଭାପତି ତଥା ଏମପିସି ସ୍ଵୟଂ ଶାସିତ ମହା ବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷା ପ୍ରଫେସର ଡଃ ବନଜା ମହାନ୍ତି ସଭାପତିତ୍ବ କରିଥିଲେ। ମୁଖ୍ୟ ଅତିଥି ଭାବେ ଏମ୍ ଏସ ସି ବି ବିଶ୍ଵ ବିଦ୍ୟାଳୟ ର କୁଳପତି ଡ଼ଃ ପ୍ରମୋଦ କୁମାର ଶତପଥି ଯୋଗ ଦେଇଥିଲେ। ମୁଖ୍ୟବକ୍ତା ଭାବେ ବାରିପଦା ଉପ ଜିଲ୍ଲାପାଳ ଡ଼ଃ ଦୟାସିନ୍ଧୁ ପରିଡ଼ା ଯୋଗ ଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ସିଡିଏମ୍ଓ ଡାକ୍ତର କେ ସି ମହାନ୍ତି ଯୋଗ ଦେଇଥିଲେ। ସଂସ୍କାର ଶିଶୁ ମହୋତ୍ସବ କମିଟିର ସ୍ଥାୟୀ ସଭାପତି ତଥା ବାରିପଦା ପୌରାଧ୍ୟକ୍ଷ କୃଷ୍ଣାନନ୍ଦ ମହାନ୍ତି, ଶିଶୁ ମହୋତ୍ସବର ଆୟୋଜକ ତଥା ପ୍ରାଣ ପ୍ରତିଷ୍ଠାତା ଗୀତିକାର ସଞ୍ଜୟ କୁମାର ଚୌଧୁରୀ ଏବଂ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତନୁ କୁମାର ସିଂହ ପ୍ରମୁଖ ମଞ୍ଚାସୀନ ଥିଲେ। 

 କମିଟି ର ଉପଦେଷ୍ଟା ତଥା ଅବସର ପ୍ରାପ୍ତ ଅଧ୍ୟକ୍ଷ ଡଃ ସନ୍ଦୀପ କୁମାର ଚାନ୍ଦ ସ୍ୱାଗତ ଭାଷଣ ଦେବା ସହ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ। ଏହି ଅବସରରେ ଶିଶୁ ନୃତ୍ୟ ଶିଳ୍ପୀ ଆୟୁକ୍ତା ତ୍ରିପାଠୀ ନୃତ୍ୟ ପ୍ରଦର୍ଶନ କରି ଥିଲେ। ଏହି ଅବସରରେ ମୟୂରୀର ଶୀର୍ଷକ ସଙ୍ଗୀତର ଅଡିଓ ଭର୍ସନ ପରିବେଷଣ ପୂର୍ବକ ଲୋକାର୍ପିତ କରାଯାଇଥିଲା।

ଏହି ଥିମ ସଙ୍ଗ ରେ କି ବୋର୍ଡ ଓ ରିଦିମରେ ଅଂଶ ଗ୍ରହଣ କରିଥିବା ବାଦ୍ୟ ଶିଳ୍ପୀ ବିଭୁତି ଭୂଷଣ ବେହେରା ଓ ସେକ ସରଫତୁଲ୍ଲା ଙ୍କୁ ସମ୍ବର୍ଦ୍ଧିତ କରା ଯାଇ ଥିବା ବେଳେ କଣ୍ଠ ଶିଳ୍ପୀ ହିମାଦ୍ରୀ ତନୟା, ଶୁଭମ ମାଇତି, ଆରାଧ୍ୟା ସିଂହ, ତନିଷା ମହାନ୍ତି, ଜହ୍ନବୀ ନାଏକ, ଜ୍ୟୋତିରାଦିତ୍ୟ ଜେନା, ସ୍ଥିତ ପ୍ରଜ୍ଞା ଜେନା ଓ ଆୟୁକ୍ତା ତ୍ରିପାଠୀ ଙ୍କୁ ସ୍ୱତନ୍ତ୍ର ଭାବେ ମେଡଲ ଦେଇ ସମ୍ବର୍ଦ୍ଧିତ କରା ଯାଇଥିଲା l ଗୀତଟିକୁ ଶୁଣିବା ପରେ ଦର୍ଶକ ସ୍ୱତଃ ପ୍ରବୃତ୍ତ ଭାବରେ ପ୍ରଶଂସା ନ କରି ରହି ପାରି ନ ଥିଲେ l ଶେଷରେ କବି ଗୋପାଳ ସାଓ ଧନ୍ୟବାଦ ଦେଇ ଥିଲେ l

ଏହି ଲୋକାର୍ପଣ କାର୍ଯ୍ୟକ୍ରମରେ ମହୋତ୍ସବ କମିଟିର ଉପଦେଷ୍ଟା ବରିଷ୍ଠ ଆଇନଜୀବୀ କ୍ଷେତ୍ରମୋହନ ପଣ୍ଡା, ଆଇନଜୀବୀ ସୁଜାତା ମିଶ୍ର, ଅବସରପ୍ରାପ୍ତ ଅଧ୍ୟକ୍ଷ ଡଃ ଗଣେଶ୍ୱର ଭୋଇ, ଅବସର ପ୍ରାପ୍ତା ଅଧ୍ୟକ୍ଷା ଡଃ ଅଳକା ମଞ୍ଜରୀ ଭୂୟାଁ, ଅବସର ପ୍ରାପ୍ତା ଅଧ୍ୟକ୍ଷା ଡଃ ପୁଷ୍ପା ପାତ୍ର, ଇଂ ସୁନିଲ କୁମାର ପ୍ରଧାନ, ଅବସର ପ୍ରାପ୍ତ ପୁଲିସ ଅଧିକାରୀ ଡି କେ ମିଶ୍ର, ଅବସର ପ୍ରାପ୍ତ ଅଧ୍ୟକ୍ଷ ଡଃ ହରିହର ଦାସ,ରଜନୀ ବାରିକ , କୈବଲ୍ୟ ପ୍ରସାଦ ମହାପାତ୍ର, ବାସନ୍ତୀଲତା ମହାପାତ୍ର, ବୈଜୟନ୍ତି ମାଲା ପାଲ , ସମାଜସେବୀ ବିରଜା ଦେବୀ, ଅବସର ପ୍ରାପ୍ତା ସିଡ଼ିପିଓ ପ୍ରିତିସୁଧା ତ୍ରିପାଠୀ, , ଡଃ ପଣ୍ଡା, ଆଇନଜୀବୀ ସସ୍ମିତା ଦେ, ଆଇନଜୀବୀ କାବେରୀ ମିଶ୍ର, ଆର୍ଟ ଆଣ୍ଡ କ୍ରାଫ୍ଟ ପ୍ରତିଷ୍ଠାନର ନିର୍ଦ୍ଦେଶିକା ପ୍ରଣତି ପଟ୍ଟନାୟକ, ସୁଧାମୟୀ ଦାସ, ଇତିଶ୍ରୀ ସାହୁ, ରେଣୁବାଳା ରଥ, ଅବସର ପ୍ରାପ୍ତ ଅଧ୍ୟକ୍ଷ ଲକ୍ଷ୍ମୀଧର ଜେନା, ଅଶୋକ ମଣ୍ଡଳ, ଅଜିତ ପାତ୍ର ଙ୍କ ସମେତ କମିଟିର ମହୋତ୍ସବର ସମସ୍ତ ସଦସ୍ୟ ଓ ଶୁଭେଚ୍ଛୁ ଉପସ୍ଥିତ ଥିଲେ। ଉପଦେଷ୍ଟା ବିବେକାନନ୍ଦ ପଟ୍ଟନାୟକ ଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ଶୃତି ମାଇତି, ରଶ୍ମୀରେଖା ମହାପାତ୍ର, ପ୍ରାଚିତା ମହାନ୍ତ, ବର୍ଷା ପ୍ରିୟଦର୍ଶିନୀ, ଚିନ୍ମୟ ଷଡ଼ଙ୍ଗୀ, କିଚକ ବେହେରା, କମଳ ଲୋଚନ ମହାକୁଡ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

ମୟୂରଭଂଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ଅନ୍ବେଷା ର ସାମୁହିକ ଜନ୍ମ ଦିବସ ପାଳନ

Sunil Chandra Nayak

ମ.ରାମପୁର ରେ ୩୪ ତମ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ପାଳନ

Sunil Chandra Nayak

ଅସହାୟ ବିଧବା ମହିଳାଙ୍କୁ ସହାୟତାର ହାତ ବଢାଇଲା ରାମଦୋଳି ଯୁବକ ସଂଘ

Sunil Chandra Nayak

Leave a Comment

error: Content is protected !!