ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଉରକେଲା ଠାରେ ଯୁଗ୍ମ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ,ମୋଟ ୩୬ଟି ଅଭିଯୋଗର ହେଲା ଶୁଣାଣି

ରାଉରକେଲା ଠାରେ ଯୁଗ୍ମ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ,ମୋଟ ୩୬ଟି ଅଭିଯୋଗର ହେଲା ଶୁଣାଣି

ରାଉରକେଲା, ୦୬ ଅକ୍ଟୋବର ୨୦୨୫: ଜନସାଧାରଣଙ୍କ ବିଭିନ୍ନ ଆପତ୍ତି ତଥା ଅଭିଯୋଗର ସମାଧାନ ନିମନ୍ତେ ରାଉରକେଲା ମହାନଗର ନିଗମ ଠାରେ ଥିବା ସମ୍ମିଳନୀ କକ୍ଷରେ ଯୁଗ୍ମ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ କମିଶନର ସୁଶ୍ରୀ ଦୀନା ଦସ୍ତଗୀର୍ ଏହି ଯୁଗ୍ମ ଜନଶୁଣାଣିରେ ଉପସ୍ଥିତ ରହି ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗ ତଥା ଆପତ୍ତିର ଶୁଣାଣି କରିଥିଲେ।

ଅତିରିକ୍ତ ଜିଲ୍ଲାପାଳ ସୁଶ୍ରୀ ଦୀନା ଦସ୍ତଗୀର୍ ଏହି ଜନଶୁଣାଣିରେ ଲୋକମାନଙ୍କ ମୋଟ ୩୬ ଟି ଅଭିଯୋଗର ଶୁଣାଣି କରିଥିଲେ। ସେଥିମଧ୍ୟରୁ ୨୭ ଟି ବ୍ୟକ୍ତିଗତ ରହିଥିବା ବେଳେ ୯ ଟି ସାମୁହିକ ଅଭିଯୋଗ ଅନ୍ତର୍ଭୁକ୍ତ ଥିଲା। ଏହି ଜନଶୁଣାଣିରେ ରାସ୍ତା ନିର୍ମାଣ ତଥା ମରାମତି ଠାରୁ ଆରମ୍ଭ କରି ଭତ୍ତା ସମସ୍ୟା, ଷ୍ଟ୍ରିଟ୍ ଲାଇଟ୍ ସମସ୍ୟା, ଡ୍ରେନ୍ ସମସ୍ୟା, ଜମିଜମା ସମସ୍ୟା, ଜବରଦଖଲ ସମସ୍ୟା ଆଦି ଅଭିଯୋଗ ଅନ୍ତର୍ଭୁକ୍ତ ଥିଲା। ଏଥିସହ ଅଧିକ ଚିକିତ୍ସା ନିମନ୍ତେ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ଅର୍ଥ ମଞ୍ଜୁର ପାଇଁ ୭ ଟି ଅଭିଯୋଗ ରହିଥିଲା। 

ଏହି ଜନଶୁଣାଣି କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ଅତିରିକ୍ତ ଜିଲ୍ଲାପାଳ ସୁରଜ କୁମାର ପଟ୍ଟନାୟକ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ସୁରଞ୍ଜନ ସାହୁ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ରାଜ କିଶୋର ମିଶ୍ର ଆରଏମସି ଯୁଗ୍ମ ଆୟୁକ୍ତ ଶ୍ରୀମତୀ ପଲ୍ଲବୀ ନାୟକ, ଉପ ପୌରାୟୁକ୍ତ ତରୁଣ କାନ୍ତଙ୍କ ସହ ଅନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ସ୍ଵାଧୀନତା ଦିବସ ଓ ସ୍ୱାୟତ୍ତ ଶାସନ ଦିବସ ପାଳନ ପ୍ରସ୍ତୁତି ବୈଠକ 

Sunil Chandra Nayak

ଧରାକୋଟ ପଞ୍ଚାୟତ ରେ ଜନ ଶୁଣାଣି କାର୍ଯ୍ୟକ୍ରମ

Sunil Chandra Nayak

ଧର୍ମଗଡ ଚେମ୍ବର ଅଫ କମର୍ସର ଦଶମ ବାର୍ଷିକ ଉତ୍ସବ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!