ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଖମ୍ୱପଡା ଗ୍ରାମରେ ୧ ମ ତମ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ 

ଖମ୍ୱପଡା ଗ୍ରାମରେ ୧ ମ ତମ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ 

ରୁପ୍ରା, ୭/୧୦ (ଅଜୟ ସେନାପତି) : ନର୍ଲାବ୍ଲକ୍ କର୍ମେଗାଁ ଗ୍ରାମ ପଞ୍ଚାୟତ ଅଧିନ ଖମ୍ୱପଡା ଠାରେ ଚଳିତ ବର୍ଷ ପ୍ରଥମ କରି ମା’ ଗଜଲକ୍ଷ୍ମୀ ଙ୍କ ପୂଜା ଗ୍ରାମବାସୀ ମାନଙ୍କ ମିଳିତ ସହଯୋଗରେ ମହାସମାରୋହରେ ପାଳିତ ହେଉଛି। ଏଥିପାଇଁ ଅଞ୍ଚଳ ଉତ୍ସବ ମୁଖରିତ ହୋଇଥିବା ବେଳେ ପୂଜା ମଣ୍ଡପକୁ ସୁନ୍ଦର ଭାବରେ ସଜ୍ଜିତ କରାଯାଇଛି। ମା’ ଗଜଲକ୍ଷ୍ମୀ ପୂଜା ପାଇଁ ରବିବାର କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ସୋମବାର ସକାଳୁ ପୂଜା ଆରମ୍ଭ ହୋଇଥିଲା। ଏଥିରେ ରୁପ୍ରା ର ବିଶିଷ୍ଟ ପୂଜକ ପଣ୍ଡିତ ଜବାହରଲାଲ ନନ୍ଦ ପୂଜାକାର୍ଯ୍ୟ ସମ୍ପାଦନ କରୁଥିବା ବେଳେ ପୂଜାକର୍ତ୍ତା ଭାବରେ ଗ୍ରାମର ବିଶିଷ୍ଟ ବ୍ୟକ୍ତି ଶ୍ରୀ ଗିରିଜା ଶଙ୍କର ସେନାପତି ଓ ତାଙ୍କର ଦୁଇ ପତ୍ନୀ ଶ୍ରୀମତୀ ପ୍ରେମଲତା ସେନାପତି ଓ ଶ୍ରୀମତୀ କ୍ଷିତିସୂତା ସେନାପତି ଦାୟିତ୍ବ ନିର୍ବାହ କରୁଛନ୍ତି। ପ୍ରତିଦିନ ସନ୍ଧ୍ୟା ଆଳତୀ ସମୟରେ ମହିଳାଙ୍କ ସମେତ ଶ୍ରଦ୍ଧାଳୁ ଭକ୍ତଙ୍କର ପ୍ରବଳ ସମାଗମ ହୋଇ ମା’ଙ୍କ ଆଶିଷ ଲାଭ କରୁଛନ୍ତି। ନର୍ଲା ବିଧାୟିକା ଶ୍ରୀମତୀ ମନୋରମା ମହାନ୍ତି ମଙ୍ଗଳବାର ଦିନ ଉକ୍ତ ପୂଜାରେ ଯୋଗଦାନ କରି ମା’ଙ୍କ ପୂଜାର୍ଚ୍ଚନା କରି ଆଶିଷ କାମନା କରିଥିଲେ, ସେହିପରି ବିଧାୟିକା ଶ୍ରୀମତୀ ମହାନ୍ତି ନର୍ଲା ବିଧାନସଭା କ୍ଷେତ୍ର ଅଧିନ ବିଭିନ୍ନ ପୂଜା ମଣ୍ଡପ ବୁଲି ମା’ଙ୍କ ଦର୍ଶନ କରିଥିଲେ।

Related posts

ମଞ୍ଚାଗାଁ ଗ୍ରାମରେ ଅଷ୍ଠପ୍ରହରି ନାମ ଯଂଜ୍ଞ ଅନୁଷ୍ଠିତ

Sunil Chandra Nayak

ଜାଗର ପାଇଁ କପିଳାସ ଧାମ ଚଳଚଞ୍ଚଳ

Sunil Chandra Nayak

ଗରଗାବ ଗ୍ରାମରେ ମହାସମାରୋହରେ ପବିତ୍ର ରଥଯାତ୍ରା ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!