ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଛୀଲିପା ରେ ପଞ୍ଚାୟତ ସ୍ଥରୀୟ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୫ ଅନୁଷ୍ଠିତ 

ଛୀଲିପା ରେ ପଞ୍ଚାୟତ ସ୍ଥରୀୟ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୫ ଅନୁଷ୍ଠିତ 

କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ଛୀଲିପା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ରେ ପଞ୍ଚାୟତ ସ୍ଥରୀୟ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୫ ଅନୁଷ୍ଠିତ ହୋଇଯାଇଛି।ସ୍ଥାନୀୟ ସରପଞ୍ଚ ବିଭୁଦତ୍ତ ପ୍ରଧାନୀ ଙ୍କ ଅଧ୍ୟକ୍ଷତା ରେ ମୁଖ୍ୟ ଅତିଥି ଭାବରେ ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ଦେବୀ ପ୍ରସାଦ ମେହେର, ସମ୍ମାନିତ ଅତିଥି ଭାବରେ ଜିଲ୍ଲାପରିଷଦ ସଦସ୍ୟ ଗୋପୀନାଥ ମହାନନ୍ଦ,ଧର୍ମଗଡ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଜୟନ୍ତ କୁମାର ମୁଣ୍ଡ, ସରପଞ୍ଚ ସଙ୍ଘ ସଭାପତି ହାତୀରାମ ଦୁର୍ଗା, ଜିଲ୍ଲାପରିଷଦ ସଦସ୍ୟ ଶଙ୍କର ପ୍ରସାଦ ଜୁଏଡ଼, ତେଣ୍ଡାପାଲି ସରପଞ୍ଚ ଗୌଲୋଚନ ଗୋପାଳ, ପଞ୍ଚାୟତ ନିର୍ବାହୀ ଅଧିକାରୀ କେଦାରନାଥ ନାଏକ, ବିନୟ ସାହୁ, ହିମାଂଶୁ ପୁଝାରୀ, ସନ୍ତୋଷ ପାଣିଗ୍ରାହୀ, ସୁକାନ୍ତି ସା, ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ , ସମେତ ଅନ୍ୟାନ୍ୟ ଅତିଥି ମଞ୍ଚାସିନ ହୋଇଥିଲେ।କାର୍ଯ୍ୟକ୍ରମ ରେ ସିଆରସିସି ରାଜକୁମାରୀ ନାଏକ ପରିଚାଳନା କରିଥିଲେ।ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବା ବେଳେ କୃତି ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। ପରିଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। 

ଢଗ ନାଏକ ଙ୍କ ରିପୋର୍ଟ୍ 

Related posts

ତାଳଚେର ବିମଳାଗଡ ରେଳପ୍ରକଳ୍ପର ଅହେତୁକ ବିଳମ୍ବ ନେଇ ସଚେତନ ନାଗରିକ ମଞ୍ଚର କ୍ଷୋଭ

Sunil Chandra Nayak

ଅଲ୍‌ ଓଡିଶା ଅଙ୍ଗନଓ୍ବାଡି ମହିଳା ଓ୍ବାର୍କର ଆସୋସିଏସନ୍‌ର ବୈଠକ 

Sunil Chandra Nayak

ଜଙ୍ଗଲ ବିଭାଗ ତରଫରୁ ସଚେତନତା କାର୍ଯ୍ୟକ୍ରମ 

Sunil Chandra Nayak

Leave a Comment

error: Content is protected !!