ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ତାଜା ଖବର

ଦେଶରେ ଗ୍ୟାସ୍ ଓ ପେଟ୍ରୋଲ୍ ସଂକଟ? ସରକାର କହୁଛି ‘ନାହିଁ’, ଲୋକେ କହୁଛନ୍ତି ‘ହଁ’! 

ଦେଶରେ ଗ୍ୟାସ୍ ଓ ପେଟ୍ରୋଲ୍ ସଂକଟ? ସରକାର କହୁଛି ‘ନାହିଁ’, ଲୋକେ କହୁଛନ୍ତି ‘ହଁ’! 

ଦେଶରେ ଗ୍ୟାସ୍ ଓ ପେଟ୍ରୋଲ୍ ସଂକଟ? ସରକାର କହୁଛି ‘ନାହିଁ’, ଲୋକେ କହୁଛନ୍ତି ‘ହଁ’!

LPG ଛାଡ଼ନ୍ତୁ, PNG ନିଅନ୍ତୁ—ନୂଆ ନିୟମରେ ତିନି ମାସର ଅଲ୍ଟିମେଟମ୍

ଦେଶ ଜୁଡ଼ା ରାନ୍ଧଣ ଗ୍ୟାସ୍ (LPG) ଓ ପେଟ୍ରୋଲ-ଡିଜେଲ୍ ନେଇ ଅସ୍ଥିର ପରିସ୍ଥିତି ଦେଖାଯାଉଛି। ସରକାର ପୁନଃପୁନି କହୁଛି—“କୌଣସି ସଂକଟ ନାହିଁ”, କିନ୍ତୁ ଭୂମିସ୍ତରର ଚିତ୍ର ଅନ୍ୟ କିଛି କହୁଛି। ଗ୍ରାମ ଠାରୁ ଆରମ୍ଭ କରି ଦିଲ୍ଲୀ, ମୁମ୍ବାଇ, କୋଲକାତା ପର୍ଯ୍ୟନ୍ତ ବଡ଼ ସହରରେ LPG ପାଇଁ ଲମ୍ବା ଲାଇନ୍, ଏବଂ ପେଟ୍ରୋଲ ପମ୍ପରେ ଭିଡ଼ ଲୋକଙ୍କ ଆତଙ୍କକୁ ପ୍ରକାଶ କରୁଛି।

ବ୍ଲାକ୍ ମାର୍କେଟ୍‌ରେ ଗ୍ୟାସ୍, ଏଜେନ୍ସୀରେ ନିରାଶା

ଅନେକ ସ୍ଥାନରେ LPG ସିଲିଣ୍ଡର ଖୋଲାମେଳା ଭାବେ ବ୍ଲାକ୍‌ରେ ବିକ୍ରି ହେଉଥିବା ଅଭିଯୋଗ ଆସୁଛି। ଗ୍ୟାସ୍ ଏଜେନ୍ସୀକୁ ଯାଇଥିବା ଗ୍ରାହକମାନେ ଖାଲିହାତେ ଫେରୁଛନ୍ତି। କେତେକ ସ୍ଥାନରେ ପୋଲିସ ଥିଲେ ମଧ୍ୟ ଅନିୟମିତତା ରୋକାଯାଉନାହିଁ।

ସରକାରଙ୍କ ନୂଆ ଆଦେଶ—PNG ନିଅନ୍ତୁ, ନହେଲେ LPG ବନ୍ଦ!

ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ ୨୫ ମାର୍ଚ୍ଚରେ ଏକ କଠୋର ନିୟମ ଜାରି କରିଛି—

ଯେଉଁଠାରେ PNG (ପାଇପ୍ ଗ୍ୟାସ୍) ସୁବିଧା ଅଛି, ସେଠାରେ LPG ରହିବାର ଅବକାଶ କମିବ

ସୂଚନା ମିଳିଲା ପରେ ମାତ୍ର ୩ ମାସ ସମୟ

ଏହି ସମୟରେ PNG ନେଇନହେଲେ LPG ସପ୍ଲାଇ ବନ୍ଦ ହେବାର ସମ୍ଭାବନା

ହେଲେ ଯଦି ଟେକ୍ନିକାଲ୍ ସମସ୍ୟାରେ PNG ମିଳିବା ସମ୍ଭବ ନୁହେଁ, ତେବେ NOC ଆଧାରରେ LPG ଚାଲି ରହିପାରିବ।

ବୁକିଂରେ ନୂଆ ସୀମା—ସହରରେ 25 ଦିନ, ଗ୍ରାମରେ 45 ଦିନ

ସରକାର ନୂଆ ନିୟମ ମଧ୍ୟ ଆଣିଛି—

ସହରରେ 25 ଦିନ ପରେ ହିଁ ଗ୍ୟାସ୍ ବୁକିଂ , ଗ୍ରାମାଞ୍ଚଳରେ 45 ଦିନ ପରେ

ଏହା ଲୋକଙ୍କ ଅସନ୍ତୋଷକୁ ଆହୁରି ବଢ଼ାଇଛି, କାରଣ ଅନେକ ସ୍ଥାନରେ ବୁକିଂ ସିଷ୍ଟମ୍ ମଧ୍ୟ ଠିକ୍‌ ଭାବେ କାମ କରୁନାହିଁ।

ସୁରତ, ଆହମଦାବାଦ, ହାଇଦ୍ରାବାଦରେ ଲମ୍ବା ଲାଇନ୍

ଗୁଜରାଟର ସୁରତ ଓ ଆହମଦାବାଦରେ ପେଟ୍ରୋଲ ପମ୍ପରେ ଦୀର୍ଘ ଲାଇନ୍ ଦେଖାଯାଇଛି। ହାଇଦ୍ରାବାଦ ଓ ଚେନ୍ନାଇରେ ମଧ୍ୟ ଏକେ ଅବସ୍ଥା। ଅଫବାହ—“ଦର ବଢ଼ିବ, ଷ୍ଟକ୍ ସେଷ ହେବ”—ଲୋକଙ୍କୁ ଆତଙ୍କିତ କରିଛି।

ସରକାର ବନାମ ବିପକ୍ଷ—ରାଜନୀତି ତିବ୍ର

ସରକାର କହୁଛି—“ସବୁ ଅଫବାହ, କୌଣସି ସଂକଟ ନାହିଁ”

କିନ୍ତୁ ବିପକ୍ଷ ଦଳମାନେ ପ୍ରଶ୍ନ କରୁଛନ୍ତି—

କାହିଁକି ଲାଇନ୍ ବଢ଼ୁଛି?

କାହିଁକି ବ୍ଲାକ୍‌ରେ ବିକ୍ରି?

କାହିଁକି ଲୋକ ଗ୍ୟାସ୍ ପାଇଁ ହେଉଛନ୍ତି ହେରାଣ?

ତାମିଳନାଡୁ ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନ୍ କହିଛନ୍ତି—କୋଭିଡ୍ ସମୟ ସହିତ ତୁଳନା କରି ସରକାର ଲୋକଙ୍କ ଭୟକୁ ବଢ଼ାଇଦେଇଛି।

ସରକାରଙ୍କ ଉକ୍ତି ସପ୍ଲାଇ ଅଛି, କିନ୍ତୁ ପ୍ରଶ୍ନ ଅନେକ ,ସରକାର ଦାବି କରୁଛି—

26 ରାଜ୍ୟକୁ 22,000 ଟନ୍ LPG ସପ୍ଲାଇ

25 ଦିନରେ 2.5 ଲକ୍ଷ PNG କନେକ୍ସନ୍

କିନ୍ତୁ ଲୋକଙ୍କ ପ୍ରଶ୍ନ ସରଳ—

“ଯଦି ସବୁ ଠିକ୍‌, ତେବେ ଗ୍ୟାସ୍ କେଉଁଠି?”

ଏକ ପଟେ ସରକାର “ସଂକଟ ନାହିଁ” ବୋଲି ଆଶ୍ୱାସନ ଦେଉଛି, ଅନ୍ୟ ପଟେ ଭୂମିସ୍ତରର ଚିତ୍ର ଲୋକଙ୍କ ଅସୁବିଧାକୁ ପ୍ରକାଶ କରୁଛି। PNG କୁ ବାଧ୍ୟତାମୂଳକ କରିବା ନିଷ୍ପତ୍ତି ଏହି ଚର୍ଚ୍ଚାକୁ ଆହୁରି ଗଭୀର କରିଦେଇଛି।

ଆଗାମୀ ଦିନରେ ଏହି ପରିସ୍ଥିତି ସମାଧାନ ହେବ କି, ନା ଆହୁରି ଗଭୀର ସଂକଟ ଆସିବ—ସେଥିପାଇଁ ସବୁଠାରୁ ଚକ୍ଷୁ ରହିଛି।

Related posts

ରାଜ୍ୟ କ୍ୟାବିନେଟ୍‌ ବୈଠକରେ ୧୫ ପ୍ରସ୍ତାବ ପାରିତ , ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ସବୁ ଗାଁକୁ ନିର୍ମାଣ ହେବ ରାସ୍ତା

Sunil Chandra Nayak

ଯୁଦ୍ଧ ରୋକିବାରେ ପାକିସ୍ତାନର ଚେଷ୍ଟା—କୂଟନୀତିକ ସଫଳତା ନା ନୂତନ ରାଜନୈତିକ ଚାଲ୍ ? 

Sunil Chandra Nayak

ରେଳଯାତ୍ରୀ ହ୍ବାଟସ୍‌ଆପ୍‌ରେ ଖାଦ୍ୟ ବରାଦ କରିପାରିବେ

Sunil Chandra Nayak

Leave a Comment

error: Content is protected !!