ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ତାଜା ଖବର

ଟଙ୍କା ଫେରିପାଇବେ ସାହାରା ଚିଟଫଣ୍ଡ ଜମାକାରୀ.. ବର୍ଷ ବର୍ଷ ଧରି ହତାଶ ହୋଇ ରହିଥିବା ସାହାରା ଚିଟଫଣ୍ଡ ଜମାକାରୀ ଫେରି ପାଇବେ ଟଙ୍କା

ରିଫଣ୍ଡ ପୋର୍ଟାଲର ଉଦଘାଟନ କଲେ ଗୃହମନ୍ତ୍ରୀ ଅମିତ ଶାହା….

ସାହାରା ଚିଟଫଣ୍ଡ ଜମାକାରୀ ଫେରିପାଇବେ ସେମାନଙ୍କ ଟଙ୍କା । କେନ୍ଦ୍ର ସରକାର ଏଥିପାଇଁ ଆରମ୍ଭ କରିଛନ୍ତି ବ୍ୟବସ୍ଥା । ଏନେଇ ଆଜି ଗୃହମନ୍ତ୍ରୀ ଅମିତ ଶାହ ଏକ ରିଫଣ୍ଡ ପୋର୍ଟାଲର ଉନ୍ମୋଚନ କରିଛନ୍ତି । ସାହାରା ରିଫଣ୍ଡ ପୋର୍ଟାଲ ବା ୱେବସାଇଟରେ ଜମାକାରୀ କିଭଳି ଟଙ୍କା ଫେରିପାଇବେ ସେ ବାବଦରେ ସମ୍ପୂର୍ଣ୍ଣ ତଥ୍ୟ ରହିଛି । ଆବଶ୍ୟକ ସ୍ଥାନରେ ତଥ୍ୟ ପ୍ରଦାନ କରି ଜମାକାରୀ ନିଜ ଟଙ୍କା ପାଇଁ ଦାବି କରିବେ ।ଦେଶର ଅନେକ ଲୋକଙ୍କ ଟଙ୍କା ସାହାରାରେ ଫଶି ରହିଛି । ନିବେଶ ଅବଧି ପୂରଣ ହୋଇଥିଲେ ମଧ୍ୟ ଜମାକାରୀ ଟଂକା ଫେରିପାଇ ନାହାନ୍ତି । ଓଡିଶା, ବିହାର, ଝାଡଖଣ୍ଡ, ଉତର ପ୍ରଦେଶ ଏବଂ ମଧ୍ୟପ୍ରଦେଶ ଭଳି ସ୍ଥାନଗୁଡିକର ଲୋକ ସାହାରା ଇଣ୍ଡିଆରେ ଅଧିକାଂଶ ଜମା କରିଛନ୍ତି । କିଭଳି ବୁଡି ଯାଇଥିବା ଟଙ୍କା ଫେରିପାଇବେ ସେ ନେଇ କେନ୍ଦ୍ର ସରକାରଙ୍କ ନିକଟରେ ଲୋକେ ଦାବି କରିଥିଲେ । ଏହାପରେ କେନ୍ଦ୍ର ସରକାର ଏହି ରିଫଣ୍ଡ ପୋର୍ଟାଲ ନେଇ ନିଷ୍ପତି ନେଇଛନ୍ତି ।

ଉଲ୍ଲେଖଯୋଗ୍ୟ, ୨୦୧୨ରେ ସାହାରା ଇଣ୍ଡିଆ ରିଅଲ ଇଷ୍ଟେଟ୍‌ କର୍ପୋରେସନ (ଏସ୍‌ଆଇଆର୍‌ଇସିଏଲ୍‌) ଓ ସାହାରା ହାଉସିଂ ଇଣ୍ଡିଆ କର୍ପୋରେସନ ଲିମିଟେଡ୍‌ (ଏସ୍‌ଏଚ୍‌ଆଇସିଏଲ୍‌)ର ନିବେଶକମାନଙ୍କୁ ଟଙ୍କା ଫେରସ୍ତ କରିବା ପାଇଁ ସାହାରା-ସେବି ଆକାଉଣ୍ଟ୍‌ ଖୋଲିବାକୁ ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ନିବେଶକମାନଙ୍କୁ ୨୪,୪୦୦ କୋଟି ଟଙ୍କା ଫେରାଇବାକୁ ସାହାରା ଗ୍ରୁପ୍‌ର ମୁଖ୍ୟ ସୁବ୍ରତ ରାୟଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏସମ୍ପର୍କିତ ମାମଲାର ବିଚାର ଏବେବି ଜାରି ରହିଛି।

ସାହା‌ରା ଇଣ୍ଡିଆର ନିବେଶକମାନେ ସୁବିଧାରେ ନିଜ ଟଙ୍କା ଫେରିପାଇବେ। ସେଥିପାଇଁ କେନ୍ଦ୍ର ସରକାର ଏକ ସ୍ବତନ୍ତ୍ର ପୋର୍ଟାଲ ବିକାଶ କରିଛନ୍ତି। ଆଜି ତାହାକୁ ଗୃହ ମନ୍ତ୍ରୀ ଅମିତ ଶାହ ଉଦ୍‌ଘାଟନ କରିବେ। ଏହି ପୋର୍ଟାଲ ମାଧ୍ୟମରେ ନିବେଶକମାନଙ୍କୁ ସେମାନଙ୍କ ଟଙ୍କା ଫେରସ୍ତ କରାଯିବ। ଯେଉଁମାନଙ୍କ ନିବେଶ ଅବଧି ଶେଷ ହୋଇଛି ସେମାନେ ଏଥିରେ ଆବେଦନ କରିପାରିବେ।

ଏହି ପୋର୍ଟାଲ୍‌ରେ ସାହାରା ଇଣ୍ଡିଆ ନିବେଶକମାନଙ୍କ ବିବରଣୀ ରହିବ। ନିଜ ଟଙ୍କାକୁ ନିବେଶକମାନେ କିଭଳି ଫେରିପାଇବେ ତାହାର ବିବରଣୀ ମଧ୍ୟ ପୋର୍ଟାଲ୍‌ରେ ରହିଛି। ସାହାରା ଇଣ୍ଡିଆର କୋଅପରେଟିଭ୍ ସୋସାଇଟିରେ ୧୦ କୋଟିରୁ ଅଧିକ ନିବେଶକଙ୍କ ଟଙ୍କା ଫସିରହିଛି। ସେଥିରେ ବିହାର, ଝାଡ଼ଖଣ୍ଡ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଭଳି ରାଜ୍ୟର ଅଧିକ ଲୋକ ରହିଛନ୍ତି। ସାହାରାଠାରୁ ନିଜ ଟଙ୍କା ଫେରିପାଇବାରେ ବିଫଳ ହୋଇଥିବା ନିବେଶକମାନେ ସରକାରଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ। ସାହାରା କ୍ରେଡିଟ୍ କୋଅପରେଟିଭ୍ ସୋସାଇଟି ଲିମିଟେଡ୍‌, ସାହାରାନ୍ ୟୁନିଭର୍ସାଲ୍ ମଲ୍‌ଟି ପରପସ୍ ‌ସୋସାଇଟି ଲିମିଟେଡ୍‌, ହମାରା ଇଣ୍ଡିଆ କ୍ରେଡିଟ୍ କୋଅପରେଟିଭ୍ ସୋସାଇଟି ଲିମିଟେଡ୍‌ ଓ ଷ୍ଟାର୍ସ ମଲ୍‌ଟିପରପସ୍ କୋଅପରେଟିଭ୍‌ ସୋସାଇଟି ଲିମିଟେଡ୍‌ର ନିବେଶକମାନେ ଟଙ୍କା ଫେରିପାଇବା ଲାଗି ପୋର୍ଟାଲ୍ ଜରିଆରେ ଆବେଦନ କରିପାରିବେ। ସୁପ୍ରିମ୍‌କୋର୍ଟର ପୂର୍ବତନ ବିଚାରପତି ସୁଭାଷ ରେଡ୍ଡିଙ୍କ ତତ୍ତ୍ବାବଧାନରେ ନିବେଶକମାନଙ୍କୁ ସେମାନଙ୍କ ଟଙ୍କା ଫେରସ୍ତ କରାଯିବ। ଏହି କାର୍ଯ୍ୟରେ ତାଙ୍କୁ ଆଇନଜୀବୀ ଗୌରବ ଅଗ୍ରୱାଲ ସାହାଯ୍ୟ କରିବେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ବଜାରରୁ ୨ ହଜାର ଟଙ୍କିଆ ନୋଟ ପ୍ରତ୍ୟାହାର କରିବ ରିଜର୍ଭ ବ୍ୟାଙ୍କ, ମେ ୨୩ରୁ ସେପ୍ଟେମ୍ବର ୩୦ ମଧ୍ୟରେ ବ୍ୟାଙ୍କରେ ବଦଳାଇ ହେବ

ବିଶାଖାପଟନମ୍ ହେବ ଆନ୍ଧ୍ର ପ୍ରଦେଶର ନୂତନ ରାଜଧାନୀ, ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡୀଙ୍କ ଘୋଷଣା

Sunil Chandra Nayak

ଜମିଜମା କିଣାବିକା ପାଇଁ ବଦଳିଲା ନିୟମ , ଜମି ରେଜିଷ୍ଟ୍ରେସନ ପାଇଁ ଅନଲାଇନ ସ୍ଲଟ ବୁକିଂ ବାଧ୍ୟତାମୂଳକ.

Leave a Comment

error: Content is protected !!