ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପରିବହନ ମନ୍ତ୍ରୀଙ୍କ ଜିଲ୍ଲା ଚିକିଟି ଅଞ୍ଚଳରେ ଦୌଡ଼ୁଛି ବେଆଇନ ଯାତ୍ରୀବାହୀ ଗାଡ଼ି ପ୍ରଶାସନ ନିରବ, ଯାତ୍ରୀଙ୍କ ଜୀବନ କାହା ଭରସାରେ 

ପରିବହନ ମନ୍ତ୍ରୀଙ୍କ ଜିଲ୍ଲା ଚିକିଟି ଅଞ୍ଚଳରେ ଦୌଡ଼ୁଛି ବେଆଇନ ଯାତ୍ରୀବାହୀ ଗାଡ଼ି ପ୍ରଶାସନ ନିରବ, ଯାତ୍ରୀଙ୍କ ଜୀବନ କାହା ଭରସାରେ 

ଚିକିଟି ଅଞ୍ଚଳରେ ଯାତ୍ରୀବାହୀ ଯାନ ଚଳାଚଳ ନେଇ ଗମ୍ଭୀର ଅନିୟମିତତା ସାମ୍ନାକୁ ଆସିଛି। ସାରା ଓଡ଼ିଶାରେ ସଡ଼କ ସୁରକ୍ଷା ଦିବସ ପାଳନ ହେଉଥିବା ବେଳେ ପରିବହନ ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନାଙ୍କ ନିଜ ଜିଲ୍ଲା ଗଞ୍ଜାମର ଚିକିଟି ଅଞ୍ଚଳରେ ଏହି ଅଭିଯାନର କୌଣସି ପ୍ରଭାବ ଦେଖାଯାଉ ନାହିଁ। ଅନେକ ବସ୍‌, ଅଟୋରିକ୍ସା ଓ ବ୍ୟାପାରିକ ଯାନ ବିନା ଫିଟନେସ ସର୍ଟିଫିକେଟ୍‌, ବୀମା, ପ୍ରଦୂଷଣ ପ୍ରମାଣପତ୍ରରେ ଦୀର୍ଘଦିନ ଧରି ରାସ୍ତାରେ ଚାଲୁଥିବା ଅଭିଯୋଗ ଉଠିଛି। ନିୟମ ଅନୁସାରେ ଯାନ ଗୁଡ଼ିକର ନିୟମିତ ଟିକିନିଖି ଯାଞ୍ଚ ଅବଶ୍ୟକ ଥିବା ସତ୍ୱେ, ଏଠାରେ ଏହାକୁ ସ୍ପଷ୍ଟ ଭାବରେ ଅବହେଳା କରାଯାଉଛି। ଏହାର ଫଳରେ ପ୍ରତିଦିନ ଶତାଧିକ ଯାତ୍ରୀ ଅସୁରକ୍ଷିତ ଭାବେ ଯାତ୍ରା କରୁଛନ୍ତି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, କେତେକ ଯାନ ତକନିକି ଭାବେ ଖରାପ ଅବସ୍ଥାରେ ଥିଲେ ମଧ୍ୟ ଯାତ୍ରୀ ବୋଝାଇ ଚାଲୁଛି—ଯାହା ଦୁର୍ଘଟଣାକୁ ବଢ଼ାଇ ଦେଉଛି। ତଥାପି ପରିବହନ ବିଭାଗ ଓ ପୋଲିସ ପକ୍ଷରୁ ନିୟମିତ ଯାଞ୍ଚ ହେଉନଥିବା ନେଇ ଗମ୍ଭୀର ପ୍ରଶ୍ନ ଉଠୁଛି। ସ୍ଥାନୀୟ ପୋଲିସ ପ୍ରଶାସନ ଆର୍ଥିକ ଲକ୍ଷ୍ୟ ପୂରଣ ସକାଶେ ବାଜର ଉପରେ ଥିବା ଗାଡି ଗୁଡିକୁ ଫାଇନ କରିବା ଏବଂ ହେଲମେଟ ଚେକିଂ କରି ନିରୀହ ଜନତା ମାନଙ୍କୁ ହଇରାଣ କରୁଥିବା ଅଞ୍ଚଳବାସୀ କହୁଛନ୍ତି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଏହି ଗାଡିଗୁଡିକରେ ଅତ୍ୟଧିକ ଯାତ୍ରୀ ବୋଝେଇ ଯାଉଥିବାରୁ ଯେକୌଣସି ସମୟରେ ବଡ଼ ଦୁର୍ଘଟଣା ଘଟିପାରେ। ତଥାପି ପରିବହନ ବିଭାଗ ଓ ପୋଲିସ ପ୍ରଶାସନ ପକ୍ଷରୁ କୌଣସି କଡା କାର୍ଯ୍ୟାନୁଷ୍ଠାନ ନ ହେବାରୁ ପ୍ରଶାସନର ଭୂମିକା ଉପରେ ପ୍ରଶ୍ନ ଉଠୁଛି। ସଡ଼କ ସୁରକ୍ଷା ସଚେତନତା ପାଇଁ ସରକାର ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଥିବା ସତ୍ତ୍ୱେ, ତୃଣମୂଳ ସ୍ତରରେ ଏହାର ପ୍ରଭାବ ଦେଖିବାକୁ ମିଳୁନାହିଁ। ଯଦି ଶୀଘ୍ର କାର୍ଯ୍ୟାନୁଷ୍ଠାନ ନ ନିଆଯାଏ, ତେବେ ଆଗାମୀ ଦିନରେ ଗୁରୁତର ପରିଣାମ ଦେଖାଦେଇପାରେ ବୋଲି ସ୍ଥାନୀୟ ବୁଦ୍ଧିଜୀବୀ, ସମାଜସେବୀ ମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି। ଏଣୁ ଯାତ୍ରୀବାହୀ ଗାଡି ଗୁଡିକର ସଠିକ ଯାଞ୍ଚ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବୀ ହେଉଛି। ରଞ୍ଜିତ କୁମାର ପଲେଇ 

Related posts

ଖଲ୍ଲିକୋଟ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଡ଼ଃ ରାଧାକାନ୍ତ ନାୟକଙ୍କୁ ଅସୋସିଏଟେ ପ୍ରଫେସର ଭାବେ ପଦୋନ୍ନତି 

masiha

ଶ୍ରୀ ଜଗନ୍ନାଥ ଚେତନା ପ୍ରତିଷ୍ଠାନ ର କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲା ସ୍ତରୀୟ ସଦସ୍ୟ ବୈଠକ

Sunil Chandra Nayak

ଅଧପନ୍ତରିଆ ଭାବେ ପଡିରହିଛି ପୋଲ ଆଉ କେତେ ବର୍ଷ ପରେ ସମ୍ପୂର୍ଣ୍ଣ କରାଯିବ

Sunil Chandra Nayak

Leave a Comment

error: Content is protected !!