ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶ୍ୱ ଶିଶୁଶ୍ରମ ବିରୋଧ ଦିବସ ପାଳିତ

ବିଶ୍ୱ ଶିଶୁଶ୍ରମ ବିରୋଧ ଦିବସ ପାଳିତ

ଶେରଗଡ଼,ତା ୧୨/୦୬ ଭୀଉଜ୍ ଇଣ୍ଡିଆ ଅନୁଷ୍ଠାନ ଓ ରେଷ୍ଟଲେସ ଡେଭଲପମେଣ୍ଟର ମିଳିତ ଆନୁକୂଲ୍ୟରେ ୧୨ ଜୁନ୍ ୨୦୨୬ ରିଖରେ ଶେରଗଡ ବ୍ଲକରେ ବିଶ୍ୱ ଶିଶୁଶ୍ରମ ବିରୋଧ ଦିବସ ପାଳିତ ହୋଇଯାଇଛି । ମୁଖ୍ୟ ବକ୍ତା ଭାବରେ ଶେରଗଡ଼ ବ୍ଲକର, ବିଡ଼ିଓ ତୃପ୍ତିମୟୀ ଜେନା, ସିଡ଼ିପିଓ ମମତାଞ୍ଜଳୀ ପଣ୍ଡା ଉପସ୍ଥିତ ରହିଥିଲେ। ଏହା ବ୍ୟତୀତ ଅନ୍ୟାନ୍ୟ ଅତିଥି ବୃନ୍ଦ ଉପସ୍ଥିତ ରହିଥିଲେ। ସେଥି ମଧ୍ୟରୁ ପିଇଓ ଶଙ୍କର ପ୍ରସାଦ ସାବତ, ସିନିୟର୍ ସୁପର୍ଭାଇଜର ବାସନ୍ତୀ ଦାସ, ଜିପୀଡିଓ ଜିତେନ୍ଦ୍ର ପଟ୍ଟନାୟକ ଏବଂ ତା ସହ ଶେରଗଡ଼ ବ୍ଲକର ସି ଆର୍ ପି, ଏମ୍ ବି କେ, ଇସି ମେମ୍ବର ମାନେ ଥିଲେ, ତା ସହ ପାଖା ପାଖି ଅଞ୍ଚଳରେ ରହିଥିବା ବିଭିନ୍ନ କଲେଜ ଓ ସ୍କୁଲର ଛାତ୍ରୀଙ୍କ ସହ ତାଙ୍କ ଶିକ୍ଷୟତ୍ରୀ ମାନେ ଉପସ୍ଥିତ ରହିଥିଲେ।

ଏହି ଦିବସ ଉପଲକ୍ଷେ, ଦୀର୍ଘ ଦୁଇଦିନ ଧରି ସରକାରୀ ସ୍କୁଲର ଛାତ୍ରୀ ମାନେ ଶେରଗଡ଼ ବ୍ଲକର ବିଭିନ୍ନ ସ୍ଥାନରେ ୱାଲ୍ ପେଣ୍ଟିଂ କରିଥିଲେ। ଯାହାର ପୁରସ୍କାର ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଶେରଗଡ ବ୍ଲକ୍ ବିଡିଓଙ୍କ ଦ୍ୱାରା ବିତରଣ କରା ଯାଇଛି। ଏଥିରେ ମୋଟ୍ ୮୦ ରୁ ଉର୍ଦ୍ଧ୍ୱ ଲୋକ ମାନେ ଅଂଶ ଗ୍ରହଣ କରିଥିଲେ।ଏଥିରେ ଭିୟୁଜ ଅନୁଷ୍ଠାନରେ କାର୍ଯ୍ୟରତ ଥିବା ଏଜୁକେସନ୍ ପ୍ରୋଜେକ୍ଟର, ପ୍ରୋଜେକ୍ଟ ଲିଡ୍ ପ୍ରେରଣା ମେହେରଙ୍କ ସହ ମହାପ୍ରସାଦ ମହାପାତ୍ର, ବର୍ଷା ପାତ୍ର, ପ୍ରିୟଙ୍କା ସାହୁ, ସଙ୍ଗୀତା ମହାରଣା, ବନ୍ଦନା ସାହୁ ଓ ଅନିତା ଚାନ୍ଦ ୟୁଥ୍ ଫେସିଲିଟେଟର ମାନେ ଉପସ୍ଥିତ ରହିଥିଲେ ।

Related posts

ମା’ କନ୍ଧୁଣୀ ଦେବୀଙ୍କ ଦିବ୍ୟ ଆଶୀର୍ବାଦ ଲାଭ କଲେ ମାନ୍ୟବର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 

Sunil Chandra Nayak

ତୃତୀୟ ଜିଲ୍ଲା ସମନ୍ଵୟ ଓ ପରିଚାଳନା କମିଟି ବୈଠକ ଅନୁଷ୍ଠିତ

masiha

ଜନ ବିରୋଧୀ କାର୍ଯ୍ୟ ପାଇଁ ଓଡିଶା ମେଟାଲିକ ବିରୋଧ ରେ ଜିଲ୍ଲାପାଳ ଙ୍କୁ ଦାବିପତ୍ର

Leave a Comment

error: Content is protected !!