ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବିଜେଡ଼ି ରେ ସାମିଲ ହେଲେ ୫ ଟି ଗାଁର ସମସ୍ତ ଗ୍ରାମବାସୀ

ବିଜେଡ଼ି ରେ ସାମିଲ ହେଲେ ୫ ଟି ଗାଁର ସମସ୍ତ ଗ୍ରାମବାସୀ

ବନ୍ଧୁଗାଁ ତା ୧୯/୪/୨୪ କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ କୁମ୍ଭାରିପୁଟ ପଞ୍ଚାୟତର ୫ ଟି କଂଗ୍ରେସ ଗାଁର ସମସ୍ତ ଗ୍ରାମବାସୀ ବିଜେଡ଼ି ଦଳର ବିଧାୟକ ପ୍ରାର୍ଥୀ ପ୍ରଭୁ ଜାନି, ରାଜ୍ୟ ମହିଳା ସଭାନେତ୍ରୀ ମୀରା ପରିଡ଼ା ଓ ଜିଲ୍ଲା ମହିଳା ସଭାନେତ୍ରୀ ଙ୍କ ଉପସ୍ଥିତିରେ ବିଜେଡ଼ି ଦଳରେ ସାମିଲ ହୋଇଛନ୍ତି। ମାଆ ମାନେ ଉପସ୍ଥିତ ଥିବା ଅତିଥି ମାନଙ୍କୁ ଫୁଲ ମାଳ ଦେଇ ସ୍ୱାଗତ କରିଥିଲେ। ଏହା ପରେ ବ୍ଲକ ସଭାପତି ବାଲା ନାଗ ଆଜି ଏହି ପଞ୍ଚାୟତ ସ୍ତରୀୟ ମିଶ୍ରଣ ପର୍ବରେ ଉପସ୍ଥିତ ଥିବା ସମସ୍ତ ଅତିଥି ମାନଙ୍କୁ ସ୍ୱାଗତ କରିବା ସହିତ କୁସୁମଗୁଡା, ମଡାପଦର, ଘୁସୁରାଗୁଡା , ଉପର ଜାମ୍ବୁ ଗୁଡା ଓ ତଳ ଜାମ୍ବୁଗୁଡ଼ା ଗ୍ରାମରୁ ଆସିଥିବା ସମସ୍ତ ଗ୍ରାମର ମୁଖ୍ୟ ଓ ସମସ୍ତ ମହିଳା ଓ ଯୁବକ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ଉତ୍ତରୀୟ ଦେଇ ସମ୍ମାନୀତ କରାଯାଇଥିଲା। ପୂର୍ବପୁରୁଷ ରୁ ଉକ୍ତ ୫ ଟି ଗାଁ ର ଲୋକେ କଂଗ୍ରେସ କୁ ଭୋଟ ଦେଇ ଆସୁଥିଲେ। ଅନେକ ଦିନରୁ ଏହି ୫ ଟି ଗାଁର ଲୋକେ ରାଜ୍ୟ ସରକାରଙ୍କ ଅନେକ ବିକାଶ ମୁଳକ କାମ ହେବା ସହ ପ୍ରତି ପରିବାର ଅନେକ ସୁବିଧା ସୁଯୋଗ ପାଇ ଆସୁଥିବାରୁ କୁମ୍ଭାରିପୁଟ ପଞ୍ଚାୟତର ସଭାପତି କର୍ଣ୍ଣ ମିଶାଲ ଓ ଲିଙ୍ଗରାଜ ପାତ୍ର ଙ୍କୁ ସାକ୍ଷାତ କରି ଅନୁରୋଧ କରିଥିଲେ। ଆଜି ଗ୍ରାମବାସିଙ୍କ ଉପସ୍ଥିତିରେ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀର ପର୍ଯ୍ୟବେକ୍ଷକ ସୁନିଲ ମହାନ୍ତି, ପିଙ୍କନ, ଗୀତାଞ୍ଜଳି ପିଡିକା, ବ୍ଲକ ମହିଳା ସଭାନେତ୍ରୀ ମନିଷା ମାଝି ,କୁମ୍ଭାରିପୁଟ ପଞ୍ଚାୟତ ସମିତି ମେମ୍ବର ନିଦ୍ରାବତି ପିଡିକା, ବନ୍ଧୁଗାଁ ପଞ୍ଚାୟତ ସରପଞ୍ଚ ଲକ୍ଷ୍ମୀ କାଡ୍ରାକା, ବିଜେଡ଼ି ଦଳର ବରିଷ୍ଠ କର୍ମୀ ଅଭିମନ୍ୟୁ ଭାଣ୍ଡୀ, ଜୋନ ୨ ସଞ୍ଜଯୋକ ଉତ୍ତମ ନାୟକ,ଜାଗୁଗୁଡା ପଞ୍ଚାୟତ ସଭାପତି ମାରିଗା ଭାଇ ଓ ଅନେକ କର୍ମୀ ଉପସ୍ଥିତ ରହି ଥିଲେ। ଶେଷରେ ଗୀତାଞ୍ଜଳି ପିଡ଼ିକା ଉପସ୍ଥିତ ଅତିଥି ଓ ୫ ଖଣ୍ଡ ଗ୍ରାମବାସୀଙ୍କୁ ଧନ୍ୟବାଦ ଅର୍ପଣ କରି ଶେଷ କରିଥିଲେ।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଂଗାରି ଙ୍କ ରିପୋର୍ଟ୍ 

Related posts

ପ୍ରଧାନମନ୍ତ୍ରୀ ଆଵାସ ଯୋଜନାରେ ଯୋଗ୍ୟଙ୍କୁ ସାମିଲ ପାଇଁ ବ୍ଲକ କାର୍ଯ୍ୟାଳୟ ଆଗରେ ବିଜେପିର ବିକ୍ଷୋଭ

Sunil Chandra Nayak

ରଘୁନାଥପଲ୍ଲୀ କ୍ଷେତ୍ରରେ ମନ୍ କି ବାତ୍ କାର୍ଯ୍ୟକ୍ରମରେ ବିଧାୟକ ଦୁର୍ଗା ଚରଣ ତନ୍ତୀ 

ଦେଦର ଠାରେ ବ୍ଲକ ସ୍ତରୀୟ କଂଗ୍ରେସର କର୍ମୀ ସମ୍ବିଳନୀ

masiha

Leave a Comment

error: Content is protected !!