ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ନଦୀରୁ ଯୁବକଙ୍କ ଗଳିତ ଶବ ଉଦ୍ଧାର

ପାପଡାହାଣ୍ଡି,20/08, ମନିସ — -ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଡକରାଗୁଡା ନିକଟରେ ଥିବା ଟୁରୀ ନଦୀରୁ ରବିବାର ଜଣେ ଯୁବକଙ୍କ ଗଳିତ ଶବ ଉଦ୍ଧାର କୋରାଯାଇଛି | ସେ ସଦରର ଭିମାସାହିର ଯୁଧେଷ୍ଟି ଭତରା ଗତ 18 ତାରିଖ ଗୁରୁବାର ଦିନ ସନ୍ଧ୍ୟା ସମୟରେ ଘରୁ ବାହାରି ଯାଇଥିଲେ | ଯୁଧେଷ୍ଟି ଘରକୁ ନଫେରିବାରୁ ଘର ଲୋକ ଖୋଜାଖୋଜି କରିଥିଲେ କିନ୍ତୁ କିଛି ଖବର ପାଇନଥିଲେ | ସକାଳୁ ଡକରାଗୁଡା ଟୁରୀ ନଦୀ କୂଳ ରେ ଏକ ଗଳିତ ଶବ ଭାସୁଥିବା ଗ୍ରାମବାସୀ ଦେଖି ପୋଲିସ କୁ ଖବର ଦେଇଥିଲେ | ପୋଲିସ ଘଟଣାସ୍ଥଳ ପହଞ୍ଚି ଶବ ଉଦ୍ଧାର କରି ତଦନ୍ତ ଆରମ୍ବ କରିଥିଲା | ଶବ ଚିହ୍ନଠ ପରେ ପରିବାର ଲୋକଙ୍କୁ ସୂଚନା ଦେଇଥିଲା ଏନେଇ ମୃତ ଯୁଧେଷ୍ଟି ଙ୍କ ଭାଇ ସୋମନାଥ ଭତରା ପାପଡାହାଣ୍ଡି ଥାନାରେ ଲିଖିତ ଅଭିଯୋଗ ପରେ ପାପଡାହାଣ୍ଡି ଥାନା କେଶ ନ 12/23 ମାମଲା ରୁଜୁ କରି ଶବ ବ୍ୟବଛେଦ ପାଇଁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାଂତର କରାଯାଇଛି | ଶବ ବର୍ତ୍ତମାନ ଶବ ଗୃହ ରେ ରହିଥିବା ବେଳେ ସୋମବାର ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ତଦନ୍ତ ଅଧିକାରୀ ଶିବଜି ପଣ୍ଡା ସୂଚନା ଦେଇଛନ୍ତି |

ପାପଡାହାଣ୍ଡି ରୁ ସ୍ବପ୍ନ ଜୀତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ମଦନପୁର ରାମପୁର ସବ୍ ଜେଲ ରୁ ବିଚାରାଧୀନ କଏଦୀ ଫେରାର

Sunil Chandra Nayak

୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଲହୁଣୀପଡା ଥାନା ଏଏସ୍ଆଇ ମଦନ ମୋହନ ପ୍ରଧାନ ଗିରଫ

Sunil Chandra Nayak

ଶିକାର କରିବାକୁ ଡାକି ନେଇ ଯୁବକ କୁ ଗୁଳି କରି ହତ୍ୟା ଘଟଣା :ଦୁଇ ଜଣ ଗିରଫ : ଦୁଇ ଦେଶୀ ବନ୍ଧୁକ ଜବତ

Leave a Comment

error: Content is protected !!