ପାପଡାହାଣ୍ଡି,20/08, ମନିସ — -ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଡକରାଗୁଡା ନିକଟରେ ଥିବା ଟୁରୀ ନଦୀରୁ ରବିବାର ଜଣେ ଯୁବକଙ୍କ ଗଳିତ ଶବ ଉଦ୍ଧାର କୋରାଯାଇଛି | ସେ ସଦରର ଭିମାସାହିର ଯୁଧେଷ୍ଟି ଭତରା ଗତ 18 ତାରିଖ ଗୁରୁବାର ଦିନ ସନ୍ଧ୍ୟା ସମୟରେ ଘରୁ ବାହାରି ଯାଇଥିଲେ | ଯୁଧେଷ୍ଟି ଘରକୁ ନଫେରିବାରୁ ଘର ଲୋକ ଖୋଜାଖୋଜି କରିଥିଲେ କିନ୍ତୁ କିଛି ଖବର ପାଇନଥିଲେ | ସକାଳୁ ଡକରାଗୁଡା ଟୁରୀ ନଦୀ କୂଳ ରେ ଏକ ଗଳିତ ଶବ ଭାସୁଥିବା ଗ୍ରାମବାସୀ ଦେଖି ପୋଲିସ କୁ ଖବର ଦେଇଥିଲେ | ପୋଲିସ ଘଟଣାସ୍ଥଳ ପହଞ୍ଚି ଶବ ଉଦ୍ଧାର କରି ତଦନ୍ତ ଆରମ୍ବ କରିଥିଲା | ଶବ ଚିହ୍ନଠ ପରେ ପରିବାର ଲୋକଙ୍କୁ ସୂଚନା ଦେଇଥିଲା ଏନେଇ ମୃତ ଯୁଧେଷ୍ଟି ଙ୍କ ଭାଇ ସୋମନାଥ ଭତରା ପାପଡାହାଣ୍ଡି ଥାନାରେ ଲିଖିତ ଅଭିଯୋଗ ପରେ ପାପଡାହାଣ୍ଡି ଥାନା କେଶ ନ 12/23 ମାମଲା ରୁଜୁ କରି ଶବ ବ୍ୟବଛେଦ ପାଇଁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାଂତର କରାଯାଇଛି | ଶବ ବର୍ତ୍ତମାନ ଶବ ଗୃହ ରେ ରହିଥିବା ବେଳେ ସୋମବାର ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ତଦନ୍ତ ଅଧିକାରୀ ଶିବଜି ପଣ୍ଡା ସୂଚନା ଦେଇଛନ୍ତି |