ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ସନ୍ଦେହ ଜନକ ଅବସ୍ଥାରେ ଯୁବକଙ୍କ ମୃତ ଦେହ ଜମିହୁଡ଼ାରୁ ଉଦ୍ଧାର, କାରଣ ଅସ୍ପଷ୍ଟ, ପୋଲିସର ତଦନ୍ତ ଜାରି

କୋକସରା,୧୯/୦୮ // କଳାହାଣ୍ଡି ଜିଲ୍ଲା କୋକସରା ଥାନା ଟେମରା ପଞ୍ଚାୟତ ଅନ୍ତର୍ଗତ ସିର୍ଲିଗୁଡା ନିକଟସ୍ଥ କେନାଲ ଦେଇ ଯାଇଥିବା ଜମିହୁଡ଼ାରୁ ଶୁକ୍ରବାର ମଧ୍ୟାହ୍ନରେ ଜଣେ ଯୁବକଙ୍କ ଶବ ପଡି ରହିଥବା ନେଇ ସ୍ଥାନୀୟ କିଛି ଗ୍ରାମବାସୀ ଦେଖିବା ପରେ କୋକସରା ପୋଲିସକୁ ଖବର ଦେଇଥିଲେ। କୋକସରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଯୁବକର ଶବ ଜବତ କରି ବ୍ୟବଚ୍ଛେଦ ପାଇଁ କୋକସରା ଡାକ୍ତରଖାନାକୁ ପଠାଇଥିବା ବେଳେ ସନ୍ଧ୍ୟା ହେବାରୁ ଶନିବାର ଶବ ବ୍ୟବଚ୍ଛେଦ ହେବାନେଇ ପୋଲିସ ପକ୍ଷରୁ ସୂଚନା ମିଳିଛି। ମୃତ ଯୁବକ ସିର୍ଲିଗୁଡା ଗ୍ରାମର ଗିରିଧାରି ମାଝୀଙ୍କ ପୁଅ ଦୟାଳୁ ମାଝି (୨୮) ବୋଳି ଜଣାପଡିଛି। ତେବେ ଯୁବକ ଜଣକ ନିଜ ଶଶୁର ଘର ପିପଳପଡାକୁ ଯାଇଥିବା ବେଳେ ଶୁକ୍ରବାର ଯୁବକଙ୍କ ମୃତ ଦେହ ନିଜ ଚାଷଜମିରୁ ଉଦ୍ଧାର ହୋଇଛି।ଯୁବକଙ୍କ ମୃତଦେହ ନିକଟରୁ କୀଟନାଶକ ଔଷଧ ପଡିଥିବା ଦେଖିବାକୁ ମିଳିଛି। ତେବେ ଏନେଇ କୋକସରା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିବା ସହ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବା ନେଇ ସୂଚନା ଦେଇଛନ୍ତି।

ମସିହା ନିୟୁଜ୍ ସର୍ଭିସ୍ 

Related posts

ପ୍ରେମୀ ଯୁଗଳଙ୍କୁ ଗଛରେ ବାନ୍ଧିଲେ ଗ୍ରାମଲୋକ

Sunil Chandra Nayak

ସ୍ପଷ୍ଟ ଦିବାଲୋକରେ ଯୁବକଙ୍କ ଗଳା କାଟି ହତ୍ୟା ପରେ ଉତ୍ତେଜନା ବୃଦ୍ଧି

Sunil Chandra Nayak

ପିସ୍ତଲ ସହ ଦୁଇଜଣଙ୍କୁ କୋର୍ଟ୍ ଚାଲାଣ

Sunil Chandra Nayak

Leave a Comment

error: Content is protected !!